ରାଜଧାନୀରୁ ୫ ଡକାୟତ ଗିରଫ, ପିସ୍ତଲ-ଗୁଳି ଓ ଲୁଟ୍ ସୁନା ଗହଣା ଜବତ

ଭୁବନେଶ୍ୱର: କଟକ ଜଗତପୁରରୁ ଡକାୟତି, ଭୁବନେଶ୍ବରର ଏକ ହୋଟେଲରୁ ଗିରଫ । ଭୁବନେଶ୍ୱରର ଏକ ହୋଟେଲରୁ ୫ ଡକାୟତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଗୁଳି ସହ ଲୁଟ୍ ସୁନା ଗହଣା ଜବତ ହୋଇଛି । ଗତ ଅଗଷ୍ଟ ୮ ତାରିଖରେ ଡକାୟତମାନେ ଜଗତପୁର ଥାନା ପାଗା ଗାଁରେ ଆତଙ୍କରାଜ ଘଟାଇଥିଲେ । ଗିରଫ ୫ ଡକାୟତ ପାଗା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ପଶିବା ସହ ଗୁଳି ଫୁଟାଇ ଭୟଭୀତ କରିବା ପରେ ଟଙ୍କା ସୁନା ଲୁଟି ନେଇଥିଲେ । ପ୍ରତିବାଦ କରିବାକୁ ପୂରା ପରିବାରକୁ ଏକ ଘରେ ଭର୍ତ୍ତି କରି ମାଡ଼ ମଧ୍ୟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଏସିପି ଅରୁଣ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତିନିଟି ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ଆଜି ଭୁବନେଶ୍ୱର ପଳାଶୁଣିରେ ଥିବା ଏକ ହୋଟଲେରୁ ଏହି ୫ ଡକାୟତଙ୍କୁ ଗିରଫ କରାଯାଇଛି ।

ରାଜଧାନୀରୁ ୫ ଡକାୟତ ଗିରଫ, ପିସ୍ତଲ-ଗୁଳି ଓ ଲୁଟ୍ ସୁନା ଗହଣା ଜବତ

ଭୁବନେଶ୍ୱର: କଟକ ଜଗତପୁରରୁ ଡକାୟତି, ଭୁବନେଶ୍ବରର ଏକ ହୋଟେଲରୁ ଗିରଫ । ଭୁବନେଶ୍ୱରର ଏକ ହୋଟେଲରୁ ୫ ଡକାୟତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଗୁଳି ସହ ଲୁଟ୍ ସୁନା ଗହଣା ଜବତ ହୋଇଛି । ଗତ ଅଗଷ୍ଟ ୮ ତାରିଖରେ ଡକାୟତମାନେ ଜଗତପୁର ଥାନା ପାଗା ଗାଁରେ ଆତଙ୍କରାଜ ଘଟାଇଥିଲେ । 

ଗିରଫ ୫ ଡକାୟତ ପାଗା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ପଶିବା ସହ ଗୁଳି ଫୁଟାଇ ଭୟଭୀତ କରିବା ପରେ ଟଙ୍କା ସୁନା ଲୁଟି ନେଇଥିଲେ । ପ୍ରତିବାଦ କରିବାକୁ ପୂରା ପରିବାରକୁ ଏକ ଘରେ ଭର୍ତ୍ତି କରି ମାଡ଼ ମଧ୍ୟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଏସିପି ଅରୁଣ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତିନିଟି ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ଆଜି ଭୁବନେଶ୍ୱର ପଳାଶୁଣିରେ ଥିବା ଏକ ହୋଟଲେରୁ ଏହି ୫ ଡକାୟତଙ୍କୁ ଗିରଫ କରାଯାଇଛି ।