ଘରୋଇ ବସର ମନମାନି, ଯାତ୍ରୀଙ୍କଠୁ ଧାର୍ଯ୍ୟ ଦର ଠାରୁ ନେଉଛନ୍ତି ଅଧିକ ଭଡ଼ା

ଭୁବନେଶ୍ଵର: ରାଜ୍ୟରେ ଘରୋଇ ବସ୍ ଗୁଡିକ ସରକାରଙ୍କ ନିୟମରେ ପରିଚାଳିତ ହେଉଛନ୍ତି କି ନାହିଁ। ଏ ପ୍ରଶ୍ନ ଏବେ ବିଭିନ୍ନ ସ୍ଥାନରୁ ଉଠିଲାଣି। କାରଣ ଘରୋଇ ବସ୍ ଗୁଡ଼ିକ ଧାର୍ଯ୍ୟ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଯିଏ ପ୍ରତିବାଦ କରୁଛି ତାକୁ ଦୁର୍ବବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ ଆସିବା ପରେ ପ୍ରମେୟ ନ୍ୟୁଜ ସେଭେନ ଆରମ୍ଭ କରିଥିଲା ରିଅଲିଟି ଚେକ୍। ଆଉ ଜାଣିବାକୁ ପାଇଥିଲୁ କିଛି ସତ। ଏଥିରେ କୋଟି କୋଟି ଟଙ୍କାର କେଳେଙ୍କାରୀ ଚାଲିଥିବା ଆଭାସ ମିଳୁଥିବା ବେଳେ ଏନେଇ ଆମେ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ।   ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ୍ । ଧାର୍ଯ୍ୟ ବସ୍ ଭଡ଼ା ଠାରୁ ଭିଡୁଛନ୍ତି ଅଧିକ। ଅର୍ଡିନାରୀ ବସରେ ନେଉଛନ୍ତି ଡିଲକ୍ସ ଭଡ଼ା । ପାସେଞ୍ଜରଙ୍କଠାରୁ କରୁଛନ୍ତି ଅସୁଲୀ ।  ଯିଏ ପ୍ରତିବାଦ କଲା ତାକୁ ଧମକ ଚମକ ଦେଉଛନ୍ତି। ଗାଡ଼ିରୁ ଓହ୍ଲାଇ ଦେଉଛନ୍ତି । ଏଣେ ଭିଡ଼ରେ ଠେଲାପେଲା କରି ଭର୍ତ୍ତି କରୁଛନ୍ତି ଆଉ ଅଧିକ ଭଡ଼ା କଷୁଛନ୍ତି।  ଏନେଇ ବିଭିନ୍ନ ଯାତ୍ରୀଙ୍କ ଠାରୁ ଅଭିଯୋଗ ଆସିବା ପରେ ପ୍ରମେୟ ନ୍ୟୁଜ ସେଭେନ କରିଥିଲା ଏକ ଅଭିଯାନ। Also read: ଆସନ୍ତାକାଲିଠୁ ଯୁକ୍ତ ୨ ନାମଲେଖା ଆବେଦନ ଆରମ୍ଭ, ଏହି ଦିନ ଆସିବ ପ୍ରଥମ ମେରିଟ୍ ଲିଷ୍ଟଭୁବନେଶ୍ବର ବରମୁଣ୍ଡାରୁ କଟକ ଯାଇଥିଲେ ଆମ ପ୍ରତିନିଧି ।  ଅର୍ଡିନାରୀ ବସରେ ଏହି ୩୧ କିଲୋମିଟର ଯାତ୍ରୀ ପାଇଁ ଭଡ଼ା ହେଉଛି ୨୭ ଟଙ୍କା

ଘରୋଇ ବସର ମନମାନି, ଯାତ୍ରୀଙ୍କଠୁ ଧାର୍ଯ୍ୟ ଦର ଠାରୁ ନେଉଛନ୍ତି ଅଧିକ ଭଡ଼ା

ଭୁବନେଶ୍ଵର: ରାଜ୍ୟରେ ଘରୋଇ ବସ୍ ଗୁଡିକ ସରକାରଙ୍କ ନିୟମରେ ପରିଚାଳିତ ହେଉଛନ୍ତି କି ନାହିଁ। ଏ ପ୍ରଶ୍ନ ଏବେ ବିଭିନ୍ନ ସ୍ଥାନରୁ ଉଠିଲାଣି। କାରଣ ଘରୋଇ ବସ୍ ଗୁଡ଼ିକ ଧାର୍ଯ୍ୟ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଯିଏ ପ୍ରତିବାଦ କରୁଛି ତାକୁ ଦୁର୍ବବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ ଆସିବା ପରେ ପ୍ରମେୟ ନ୍ୟୁଜ ସେଭେନ ଆରମ୍ଭ କରିଥିଲା ରିଅଲିଟି ଚେକ୍। ଆଉ ଜାଣିବାକୁ ପାଇଥିଲୁ କିଛି ସତ। ଏଥିରେ କୋଟି କୋଟି ଟଙ୍କାର କେଳେଙ୍କାରୀ ଚାଲିଥିବା ଆଭାସ ମିଳୁଥିବା ବେଳେ ଏନେଇ ଆମେ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ।   

ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ୍ । ଧାର୍ଯ୍ୟ ବସ୍ ଭଡ଼ା ଠାରୁ ଭିଡୁଛନ୍ତି ଅଧିକ। ଅର୍ଡିନାରୀ ବସରେ ନେଉଛନ୍ତି ଡିଲକ୍ସ ଭଡ଼ା । ପାସେଞ୍ଜରଙ୍କଠାରୁ କରୁଛନ୍ତି ଅସୁଲୀ ।  ଯିଏ ପ୍ରତିବାଦ କଲା ତାକୁ ଧମକ ଚମକ ଦେଉଛନ୍ତି। ଗାଡ଼ିରୁ ଓହ୍ଲାଇ ଦେଉଛନ୍ତି । ଏଣେ ଭିଡ଼ରେ ଠେଲାପେଲା କରି ଭର୍ତ୍ତି କରୁଛନ୍ତି ଆଉ ଅଧିକ ଭଡ଼ା କଷୁଛନ୍ତି।  ଏନେଇ ବିଭିନ୍ନ ଯାତ୍ରୀଙ୍କ ଠାରୁ ଅଭିଯୋଗ ଆସିବା ପରେ ପ୍ରମେୟ ନ୍ୟୁଜ ସେଭେନ କରିଥିଲା ଏକ ଅଭିଯାନ। 

Also read: ଆସନ୍ତାକାଲିଠୁ ଯୁକ୍ତ ୨ ନାମଲେଖା ଆବେଦନ ଆରମ୍ଭ, ଏହି ଦିନ ଆସିବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ବର ବରମୁଣ୍ଡାରୁ କଟକ ଯାଇଥିଲେ ଆମ ପ୍ରତିନିଧି ।  ଅର୍ଡିନାରୀ ବସରେ ଏହି ୩୧ କିଲୋମିଟର ଯାତ୍ରୀ ପାଇଁ ଭଡ଼ା ହେଉଛି ୨୭ ଟଙ୍କା ୨୮ ପଇସା। ହେଲେ କଣ୍ଡକ୍ଟର ଆମକୁ ମାଗିଥିଲେ ୫୦ ଟଙ୍କା। ଆପତ୍ତି କରିବାରୁ  ୪୦ ଟଙ୍କା ନେଲେ।  ୮୮ ପଇସା ଭଡ଼ାକୁ ପଡ଼ିଥିଲା  ୧ ଟଙ୍କା ୨୫ ପଇସା  । ମାନେ   ଅର୍ଡିନାରୀ ଗାଡ଼ିରେ ଡ଼ିଲକ୍ସ ଗାଡ଼ିର ଭଡ଼ା ଭିଡିଲେ କଣ୍ଡକ୍ଟର। … ଖାଲି ଭୁବନେଶ୍ବର ନୁହେଁ (ମଲ୍ଟି ୱିଣ୍ଡୋ ଗୋଟାଏରୁ କାଟିବେ।) କଟକ, ଭୁବନେଶ୍ବର, ବାଲେଶ୍ବର ଓ ବ୍ରହ୍ମପୁରରେ ମଧ୍ୟ ଆମେ ରିଅଲିଟି ଚେକ୍ କରିଥିଲୁ। ସବୁଠାରୁ ସମାନ କଥା ଧାର୍ଯ୍ୟ ଠାରୁ ଅଧିକ ଭଡ଼ା ଭିଡୁଛନ୍ତି ଘରୋଇ ବସ୍। 


 ବିଗତ ୧୬ ମାସ ଭିତରେ ଏ ସଂକ୍ରାନ୍ତୀୟ ୨ ଶହଟି ଅଭିଯୋଗ ଆସିଛି। ତେବେ କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବସ୍ ମାଲିକ ଉପରେ ୧୦ ହଜାର ଫାଇନ ପଡ଼ିଥିଲା।   ବାକି ୧୯୯ ଅଭିଯୋଗ ବାଏଁ ବାଏଁ ଉଡ଼ିଗଲା।    ରାଜ୍ୟ ବସ୍ ଷ୍ଟାଣ୍ଡର ଚିତ୍ର ବଦଳିଛି ସତ ହେଲେ ବସ୍ ମାଲିକଙ୍କ ଚରିତ୍ର କାହିଁକି ବଦଳୁନାହିଁ ? ଆମେ ଏହି ପ୍ରସଙ୍ଗ ପରିବହ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଆଉ ମନ୍ତ୍ରୀ ପରୋକ୍ଷରେ ଏହାକୁ ସ୍ବୀକାର କରିଥିଲେ ଏବଂ କହିଥିଲେ  ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେଉଛି।  ସେପଟେ ବସ୍ ମାଲିକ ସଂଘର କର୍ମକର୍ତ୍ତା ଏଭଳି ଅଭିଯୋଗକୁ ମାନୁନାହାନ୍ତି।

ଗୋଟିଏ ଗୋଟିଏ ରୁଟ୍‌ରେ କୋଟି କୋଟି ଟଙ୍କାର କେଳେଙ୍କାରୀ ହେଉଛି । ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଧିକ ଭଡ଼ା ଆଦାୟ କରାଯାଉଛି। ପ୍ରଶ୍ନ ଉଠୁଛି ଅଧିକ ଭଡ଼ା କଷୁଥିବା ବସଗୁଡ଼ିକ  ବିରୋଧରେ ଅଭିଯୋଗ ପାଇଁ ସେଭଳି କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି କି?  ବସରେ ଭଡ଼ା ବୋର୍ଡ ଏବେ ଆଉ ଲାଗୁଛି କି? ଡିଜିଟାଲ ଯୁଗରେ ବସ ଭଡ଼ା ବ୍ୟବସ୍ଥାରେ ସ୍ବଚ୍ଛତା ଅଣାଯାଉନି କାହିଁକି। ନା ଏଥିରେ କିଛି ଭିତିରିଆ କାରବାର ରହିଛି, ଏମିତି ପ୍ରଶ୍ନ ଲୋକେ କରୁଛନ୍ତି।