ଘରୋଇ ନିବେଶରେ ନମ୍ବର ୱାନ ଓଡ଼ିଶା, ଜିଏସ୍‌ଟି ଆଦାୟରେ ବି ଶୀର୍ଷରେ

ଭୁବନେଶ୍ୱର: ନମ୍ବର ୱାନ ହେଲା ଓଡ଼ିଶା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟକୁ ପଛରେ ପକାଇ ନମ୍ବର ୱାନ୍ ହୋଇଛି। ସେପଟେ ଜିଏସ୍‌ଟି କଲେକ୍ସନରେ ମଧ୍ୟ ଓଡ଼ିଶା ଆଗରେ ରହିଛି। ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ପରୋକ୍ଷ ଟିକସ ଆଦାୟରେ ଦୀର୍ଘ ୮ ବର୍ଷ ଧରି ୧୪% ଅଭିବୃଦ୍ଧି ଜାରି ରଖିଛି।୨୦୨୫ର ଏପ୍ରିଲ୍‌ ରୁ ଜୁନ୍ ମାସ, ଏହି ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି। ଯାହା ସାରା ଦେଶକୁ ଆସିଥିବା ମୋଟ୍‌ ପୁଞ୍ଜିନିବେଶର ୪୦ ପ୍ରତିଶତ। ଅନ୍ୟ ସବୁ ରାଜ୍ୟ ମିଳିତ ଭାବେ ୨.୧ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜି ହାସଲ କରିଛନ୍ତି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।ଓଡ଼ିଶାର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ ଆମେ କଥା ଦେଇଥିଲୁ, ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ରୋଜଗାର ଓ ବିକାଶର ପଥକୁ ଆହୁରି ପ୍ରଶସ୍ତ କରିବୁ। ଏକ ଉତ୍ତରଦାୟୀ ସରକାର ଭାବେ ଏ ଦିଗରେ ଆମର ନିରନ୍ତର ଉଦ୍ୟମ ଜାରି ରହିଛି। ଆମ ସରକାରଙ୍କ ପ୍ରୟାସରେ ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଆଜି ଏକ ନମ୍ବର । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି, ଯ

ଘରୋଇ ନିବେଶରେ ନମ୍ବର ୱାନ ଓଡ଼ିଶା, ଜିଏସ୍‌ଟି ଆଦାୟରେ ବି ଶୀର୍ଷରେ

ଭୁବନେଶ୍ୱରନମ୍ବର ୱାନ ହେଲା ଓଡ଼ିଶା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟକୁ ପଛରେ ପକାଇ ନମ୍ବର ୱାନ୍ ହୋଇଛି। ସେପଟେ ଜିଏସ୍‌ଟି କଲେକ୍ସନରେ ମଧ୍ୟ ଓଡ଼ିଶା ଆଗରେ ରହିଛି। ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ପରୋକ୍ଷ ଟିକସ ଆଦାୟରେ ଦୀର୍ଘ ୮ ବର୍ଷ ଧରି ୧୪% ଅଭିବୃଦ୍ଧି ଜାରି ରଖିଛି।

୨୦୨୫ର ଏପ୍ରିଲ୍‌ ରୁ ଜୁନ୍ ମାସ, ଏହି ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି। ଯାହା ସାରା ଦେଶକୁ ଆସିଥିବା ମୋଟ୍‌ ପୁଞ୍ଜିନିବେଶର ୪୦ ପ୍ରତିଶତ। ଅନ୍ୟ ସବୁ ରାଜ୍ୟ ମିଳିତ ଭାବେ ୨.୧ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜି ହାସଲ କରିଛନ୍ତି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଓଡ଼ିଶାର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ ଆମେ କଥା ଦେଇଥିଲୁ, ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ରୋଜଗାର ଓ ବିକାଶର ପଥକୁ ଆହୁରି ପ୍ରଶସ୍ତ କରିବୁ। ଏକ ଉତ୍ତରଦାୟୀ ସରକାର ଭାବେ ଏ ଦିଗରେ ଆମର ନିରନ୍ତର ଉଦ୍ୟମ ଜାରି ରହିଛି। ଆମ ସରକାରଙ୍କ ପ୍ରୟାସରେ ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଆଜି ଏକ ନମ୍ବର । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି, ଯାହା ସାରା ଦେଶରେ ହୋଇଥିବା ମୋଟ ନିବେଶର ୪୦% ବୋଲି ସେ ଲେଖିଛନ୍ତି।

ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ)ର ରିପୋର୍ଟ ଅନୁସାରେ ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାତେଇବାରେ କ୍ରମାନ୍ୱୟରେ ଓଡ଼ିଶା ପ୍ରଥମେ ରହିଥିବା ବେଳେ ତା’ ପଛକୁ ଆନ୍ଧ୍ରପ୍ରଦେଶ (୪୭,୧୧୦ କୋଟି), ହରିୟାଣା (୪୫,୯୩୪ କୋଟି), ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି। ସାରା ଦେଶକୁ ଏହି ସମୟରେ ୩.୫ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଆସିଥିବା ବେଳେ ସେଥିରୁ ୮୫.୭ ପ୍ରତିଶତ ଏହି ପାଞ୍ଚଟି ରାଜ୍ୟକୁ ଯାଇଛି। 

ସେପଟେ ଜିଏସ୍‌ଟି ଆଦାୟରେ ବି ରେକର୍ଡ କରିଛି ଓଡ଼ିଶା। ଜିଏସ୍‌ଟି ଆରମ୍ଭ ହେବା ପରଠାରୁ ୮ ବର୍ଷ ଧରି ୧୪% ଅଭିବୃଦ୍ଧି ଜାରି ରଖିଛି ରାଜ୍ୟ। ୨୦୧୮-୧୯ରୁ ୨୦୨୪-୨୫ ଅବଧିରେ ଓଡ଼ିଶା ପରୋକ୍ଷ ଟିକସ ଆଦାୟରେ ସର୍ବାଧିକ ଅଭିବୃଦ୍ଧି କରିଛି । ଜିଏସ୍‌ଟି ପୋର୍ଟାଲ ଡାଟା ଅନୁସାରେ ଏହି ଅବଧିରେ ପରୋକ୍ଷ ଟିକସ ଆଦାୟ ୧୨୬.୧% ବୃଦ୍ଧି ହୋଇଛି। ଏ କ୍ଷେତ୍ରରେ ରାଜ୍ୟ ବାର୍ଷିକ ୧୪.୬% ଅଭିବୃଦ୍ଧି କରିଛି । ୧୪% ପରୋକ୍ଷ ଟିକସ ସଂଗ୍ରହ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ନ କଲେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କ୍ଷତିପୂରଣ ସେସ୍‌ ଦେବାର ବ୍ୟବସ୍ଥା କରିଥିଲେ । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଆରମ୍ଭରୁ ଏହି ଲକ୍ଷ୍ୟକୁ ହାସଲ କରିବାକୁ ସକ୍ଷମ ହୋଇଛି।