ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର ମାମଲାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭଗବାନ ଶିବଙ୍କ ଫଟୋ ଦେଖାଇ ଲୋକ ସଭାରେ ନିଜର ମତ ରଖିଥିଲେ। ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନେକ ଥର ବାଧା ଦେଇଥିଲେ। ଏବେ ରାହୁଲ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ ସେ ଭଗବାନ ଶିବଙ୍କ ସମାନ ଫଟୋ […] The post ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ appeared first on Dharitri Odia News.

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର ମାମଲାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭଗବାନ ଶିବଙ୍କ ଫଟୋ ଦେଖାଇ ଲୋକ ସଭାରେ ନିଜର ମତ ରଖିଥିଲେ। ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନେକ ଥର ବାଧା ଦେଇଥିଲେ। ଏବେ ରାହୁଲ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ ସେ ଭଗବାନ ଶିବଙ୍କ ସମାନ ଫଟୋ ସହିତ ଅଗ୍ନିବୀର ଯୋଜନା ବିଷୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।
ଭିଡିଓରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ସଂସଦରେ ମୋର ଅଭିଭାଷଣରେ ମୁଁ କହିଥିଲି ଯେ ସତ୍ୟର ସୁରକ୍ଷା ହେଉଛି ପ୍ରତ୍ୟେକ ଧର୍ମର ମୂଳଦୁଆ। ଏହାର ଜବାବରେ ଭଗବାନ ଶିବଙ୍କ ଫଟୋ ସାମ୍ନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମଗ୍ର ଭାରତ, ଦେଶର ସେନା ଏବଂ ଅଗ୍ନିବୀର କର୍ମଚାରୀଙ୍କୁ କ୍ଷତିପୂରଣ ବିଷୟରେ ମିଛ କହିଥିଲେ।
ରାହୁଲ ତାଙ୍କ ଭିଡିଓରେ ଶହୀଦ ଅଜୟ ସିଂଙ୍କ ବିଷୟରେ ଉଲ୍ଲେଖ କରିଥିବାବେଳେ ତାଙ୍କ ପିତାଙ୍କ ଏକ କ୍ଲିପ ଦେଖାଇଥିଲେ। ଏଥିରେ ଶହୀଦଙ୍କ ପିତା କହିଛନ୍ତି ଯେ, ଆମ ପରିବାରକୁ ୧ କୋଟି ଟଙ୍କା ମିଳିଛି ବୋଲି ରାଜନାଥ ସିଂ ଏକ ବିବୃତ୍ତି ଦେଇଛନ୍ତି। ଆମେ କୌଣସି ଟଙ୍କା ପାଇନାହୁଁ କିମ୍ବା ଏ ବିଷୟରେ କୌଣସି ସୂଚନା ମଧ୍ୟ ଆମକୁ ଦିଆଯାଇନାହିଁ। ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ମିଛ କହିଛନ୍ତି ଏବଂ ଏନେଇ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାହୁଲ କହିଛନ୍ତି।

 

The post ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ appeared first on Dharitri Odia News.