ଭର୍ଚୁଆଲରେ ‘ଆମ ହସ୍ପିଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୭ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଦରମହକୁମାରେ ଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ୫-ଟି ଉପକ୍ରମରେ ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରିତ ହୋଇଛି। ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଏଥିସହ ଆଇଭିଆର ପଦ୍ଧତିରେ ରୋଗୀମାନଙ୍କର ସ୍ବାସ୍ଥ୍ୟସେବା ସମ୍ପର୍କିତ ମତାମତ ଗ୍ରହଣ ବ୍ୟବସ୍ଥାର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। କର୍ମଚାରୀମାନଙ୍କର ମୁହଁ ଚି଼ହ୍ନଟ କରି ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏନେଇ ଛତ୍ରପୁର ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ […] The post ଭର୍ଚୁଆଲରେ ‘ଆମ ହସ୍ପିଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଭର୍ଚୁଆଲରେ ‘ଆମ ହସ୍ପିଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୭ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଦରମହକୁମାରେ ଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ୫-ଟି ଉପକ୍ରମରେ ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରିତ ହୋଇଛି। ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଏଥିସହ ଆଇଭିଆର ପଦ୍ଧତିରେ ରୋଗୀମାନଙ୍କର ସ୍ବାସ୍ଥ୍ୟସେବା ସମ୍ପର୍କିତ ମତାମତ ଗ୍ରହଣ ବ୍ୟବସ୍ଥାର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

କର୍ମଚାରୀମାନଙ୍କର ମୁହଁ ଚି଼ହ୍ନଟ କରି ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏନେଇ ଛତ୍ରପୁର ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା କିରଣୀ ଦାସ, ବିଡିଓ ସୁଶାନ୍ତ ବରାଳ, ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ।

The post ଭର୍ଚୁଆଲରେ ‘ଆମ ହସ୍ପିଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.