ଭୁଆଁବୁଲାଉଛି ବିଜେଡି: ଏମିତି କାହିଁକି କହିଲେ ଜୟନାରାୟଣ

ଭୁବନେଶ୍ୱର, ୭।୮(ସୁନିତ୍‌ ମିଶ୍ର): ଲୋକଙ୍କ ଭଲ ପାଇବା ପାଇଁ ଭାଜପା ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ଭାଜପା ସରକାର ଉଚିତ ସମୟରେ ଠିକ୍‌ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ ରାଜନୀତି କରୁଛି। ଦୀର୍ଘ ୨୪ ବର୍ଷ ଧରି ସରକାରରେ ରହିବା ପରେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ବିଜେଡି କିଛି କରିନାହିଁ। ଏତେଦିନ ଧରି […] The post ଭୁଆଁବୁଲାଉଛି ବିଜେଡି: ଏମିତି କାହିଁକି କହିଲେ ଜୟନାରାୟଣ appeared first on Dharitri Odia News.

ଭୁଆଁବୁଲାଉଛି ବିଜେଡି: ଏମିତି କାହିଁକି କହିଲେ ଜୟନାରାୟଣ

ଭୁବନେଶ୍ୱର, ୭।୮(ସୁନିତ୍‌ ମିଶ୍ର): ଲୋକଙ୍କ ଭଲ ପାଇବା ପାଇଁ ଭାଜପା ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ଭାଜପା ସରକାର ଉଚିତ ସମୟରେ ଠିକ୍‌ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ ରାଜନୀତି କରୁଛି। ଦୀର୍ଘ ୨୪ ବର୍ଷ ଧରି ସରକାରରେ ରହିବା ପରେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ବିଜେଡି କିଛି କରିନାହିଁ। ଏତେଦିନ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ପରେ ବର୍ତ୍ତମାନ କାହିଁକି ନିଦ ଭାଙ୍ଗିଲା ବୋଲି ଭାଜପା ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି, ନିର୍ବାଚନ ହାରିବା ପରେ ଦଳକୁ ଏବେ ଅଜଣା ଭୟ ଘାରିବାରେ ଲାଗିଛି। ଦଳୀୟ ନେତା ଓ କର୍ମୀମାନେ ଦଳ ଛାଡୁଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢ଼ିଯାଇଛି। ଏନେଇ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକତ୍ରିତ କରିବାକୁ ପୋଲାଭରମ ଅଞ୍ଚଳକୁ ବୁଲିଯିବା ବାହାନାରେ ଦଳ ଲୋକଙ୍କୁ ଭୁଅଁା ବୁଲାଇବାକୁ ଉଦ୍ୟମ କରୁଛି। ଏହି ଯୋଜନା ସଫଳ ହେବ ନାହିଁ ବୋଲି ପୂର୍ବତନ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।

The post ଭୁଆଁବୁଲାଉଛି ବିଜେଡି: ଏମିତି କାହିଁକି କହିଲେ ଜୟନାରାୟଣ appeared first on Dharitri Odia News.