ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ ଅବସରରେ ବରପଦା ସୁରକ୍ଷା ମଞ୍ଚ ସଭାପତି ତଥା ସାମାଜିକ କର୍ମୀ ଯୁଧିଷ୍ଠିର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରମିକ ଦିବସର ମହତ୍ତ୍ୱ ଏବଂ ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ, ଶ୍ରମ, ସେବା ଆଦି ବିଷୟରେ ମତବ୍ୟକ୍ତ କରିଥିଲେ। ଏପରିକି […] The post ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ appeared first on Dharitri Odia News.

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ ଅବସରରେ ବରପଦା ସୁରକ୍ଷା ମଞ୍ଚ ସଭାପତି ତଥା ସାମାଜିକ କର୍ମୀ ଯୁଧିଷ୍ଠିର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରମିକ ଦିବସର ମହତ୍ତ୍ୱ ଏବଂ ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ, ଶ୍ରମ, ସେବା ଆଦି ବିଷୟରେ ମତବ୍ୟକ୍ତ କରିଥିଲେ। ଏପରିକି ଶ୍ରମିକଙ୍କ ଅଧିକାର ଏବଂ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଞ୍ଜନ ପଣ୍ଡା, ରଞ୍ଜନ ବିନ୍ଧାଣୀ, ଉମାକାନ୍ତ ପଣ୍ଡା, ନିତ୍ୟାନନ୍ଦ ଜେନା, ଲଳିତେନ୍ଦୁ ନାୟକ, ବୀରେନ୍ଦ୍ର ବାରିକ, ପୂର୍ବତନ କର୍ମଚାରୀ ଉମାକାନ୍ତ ବେହେରା, ହରିହର ଜେନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାମଜିକ କର୍ମୀ ଅର୍ଜୁନ ମହାପାତ୍ର, ପ୍ରଫୁଲ୍ଲ ଜେନା ଏବଂ ବରପଦା ବଜାର କମିଟିର ସଭ୍ୟମାନେ ଯୋଗଦେଇ କର୍ମଚାରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବାକୁ ପ୍ରତଶ୍ରୁତି ଦେଇଥିଲେ।

The post ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ appeared first on Dharitri Odia News.