୧ ଟଙ୍କାରେ ବୁଝନ୍ତୁ ଦେଶର ବଜେଟ୍, ଜାଣନ୍ତୁ ଆୟ ଏବଂ ବ୍ୟୟର ହିସାବ

ନୂଆଦିଲ୍ଲୀ: ଭାରତ ପରି ବିଶାଳ ଦେଶରେ ସାଧାରଣ ବଜେଟକୁ ବୁଝିବା ଅନେକ ଲୋକଙ୍କ ପାଇଁ ସହଜ ନଥାଏ । ତେବେ ଏହାକୁ ଆମେ ଘର ଚଲାଇବା ଉଦାହରଣକୁ ନେଇ ବୁଝିପାରିବା । ଘର ଚଲାଇବା ପାଇଁ ଯେପରି ଆୟ ଏବଂ ବ୍ୟୟର ଗୋଟିଏ ହିସାବ ରଖାଯାଏ, ସେହିପରି ଦେଶ ଚଲାଇବା ପାଇଁ ଆୟ ଏବଂ ବ୍ୟୟର ହିସାବ ହେଉଛି ସାଧାରଣ ବଜେଟ୍ । ସରକାର ଦେଶର ବଜେଟ୍ ପରିଚାଳନାକୁ ଉନ୍ନତ କରିବା ସବୁ ସମ୍ଭବ ଉଦ୍ୟମ କରନ୍ତି । ଦେଶର ବଜେଟ୍ ପାଇଁ ପୁଞ୍ଜି କେଉଁଠୁ ଆସେ ଏବଂ ତାହାକୁ କେଉଁଠି ଖର୍ଚ୍ଚ କରାଯାଏ ଆସନ୍ତୁ ତାହା ଏକ ଟଙ୍କାରେ ଜାଣିବା ।୧ ଟଙ୍କା କେଉଁଠୁ ଆସେ ?ଘର ଚଲାଇବା ପାଇଁ ଟଙ୍କା ଦରକାର ପଡ଼ିଥାଏ ଏବଂ ଏଥିପାଇଁ ଆପଣ ନିଜ କ୍ଷମତା ଅନୁସାରେ ଆୟ କରନ୍ତି । ଠିକ୍ ସେହିପରି ସରକାର ମଧ୍ୟ ଆୟ ବା ରେଭେନ୍ୟୁ ଜେନେରେଟ୍ କରିଥାନ୍ତି । ସରକାରଙ୍କ ଆୟର ଅନେକ ମାଧ୍ୟମ ରହିଛି, ଯେଉଁଥିରୁ ରାଜସ୍ୱ ପାଇଥାନ୍ତି । ୨୦୨୫-୨୬ ବଜେଟ୍ ଅନୁସାରେ ଆୟକର ଟିକସରୁ ୨୨ ପଇସା, ଋଣରୁ ୨୪ ପଇସା, ଅଣ-ଟିକସ ଆୟରୁ ୯ ପଇସା, ଅଣ-ଋଣ ପୁଞ୍ଜି ଆୟରୁ ୧ ପଇସା, ସୀମା ଶୁଳ୍କରୁ ୪ ପଇସା, କର୍ପୋରେସନ ଟିକସରୁ ୧୭ ପଇସା, ଜିଏସଟି ଏବଂ ଅନ୍ୟ ଟିକସ ୧୮ ପଇସା, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରୁ ୫ ପଇସା ଆୟ କରନ୍ତି ।୧ ଟଙ୍କା କେଉଁଠି ଖର୍ଚ୍ଚ ହୁଏ ?ଆୟ ହିସାବରେ ବଜେଟରେ ଖର୍ଚ୍ଚ ମଧ୍ୟ ସ୍ଥିର କରାଯାଇଥାଏ । ଅର୍ଥାତ୍ ସେହି ହିସାବରେ ଖର୍ଚ୍ଚ ହୋଇଥାଏ । ସରକାର ଆୟର ଏକ ଟଙ୍କାକୁ ବିଭିନ୍ନ

୧ ଟଙ୍କାରେ ବୁଝନ୍ତୁ ଦେଶର ବଜେଟ୍, ଜାଣନ୍ତୁ ଆୟ ଏବଂ ବ୍ୟୟର ହିସାବ

ନୂଆଦିଲ୍ଲୀ: ଭାରତ ପରି ବିଶାଳ ଦେଶରେ ସାଧାରଣ ବଜେଟକୁ ବୁଝିବା ଅନେକ ଲୋକଙ୍କ ପାଇଁ ସହଜ ନଥାଏ । ତେବେ ଏହାକୁ ଆମେ ଘର ଚଲାଇବା ଉଦାହରଣକୁ ନେଇ ବୁଝିପାରିବା । ଘର ଚଲାଇବା ପାଇଁ ଯେପରି ଆୟ ଏବଂ ବ୍ୟୟର ଗୋଟିଏ ହିସାବ ରଖାଯାଏ, ସେହିପରି ଦେଶ ଚଲାଇବା ପାଇଁ ଆୟ ଏବଂ ବ୍ୟୟର ହିସାବ ହେଉଛି ସାଧାରଣ ବଜେଟ୍ । ସରକାର ଦେଶର ବଜେଟ୍ ପରିଚାଳନାକୁ ଉନ୍ନତ କରିବା ସବୁ ସମ୍ଭବ ଉଦ୍ୟମ କରନ୍ତି । ଦେଶର ବଜେଟ୍ ପାଇଁ ପୁଞ୍ଜି କେଉଁଠୁ ଆସେ ଏବଂ ତାହାକୁ କେଉଁଠି ଖର୍ଚ୍ଚ କରାଯାଏ ଆସନ୍ତୁ ତାହା ଏକ ଟଙ୍କାରେ ଜାଣିବା ।

୧ ଟଙ୍କା କେଉଁଠୁ ଆସେ ?

ଘର ଚଲାଇବା ପାଇଁ ଟଙ୍କା ଦରକାର ପଡ଼ିଥାଏ ଏବଂ ଏଥିପାଇଁ ଆପଣ ନିଜ କ୍ଷମତା ଅନୁସାରେ ଆୟ କରନ୍ତି । ଠିକ୍ ସେହିପରି ସରକାର ମଧ୍ୟ ଆୟ ବା ରେଭେନ୍ୟୁ ଜେନେରେଟ୍ କରିଥାନ୍ତି । ସରକାରଙ୍କ ଆୟର ଅନେକ ମାଧ୍ୟମ ରହିଛି, ଯେଉଁଥିରୁ ରାଜସ୍ୱ ପାଇଥାନ୍ତି । ୨୦୨୫-୨୬ ବଜେଟ୍ ଅନୁସାରେ ଆୟକର ଟିକସରୁ ୨୨ ପଇସା, ଋଣରୁ ୨୪ ପଇସା, ଅଣ-ଟିକସ ଆୟରୁ ୯ ପଇସା, ଅଣ-ଋଣ ପୁଞ୍ଜି ଆୟରୁ ୧ ପଇସା, ସୀମା ଶୁଳ୍କରୁ ୪ ପଇସା, କର୍ପୋରେସନ ଟିକସରୁ ୧୭ ପଇସା, ଜିଏସଟି ଏବଂ ଅନ୍ୟ ଟିକସ ୧୮ ପଇସା, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରୁ ୫ ପଇସା ଆୟ କରନ୍ତି ।

୧ ଟଙ୍କା କେଉଁଠି ଖର୍ଚ୍ଚ ହୁଏ ?

ଆୟ ହିସାବରେ ବଜେଟରେ ଖର୍ଚ୍ଚ ମଧ୍ୟ ସ୍ଥିର କରାଯାଇଥାଏ । ଅର୍ଥାତ୍ ସେହି ହିସାବରେ ଖର୍ଚ୍ଚ ହୋଇଥାଏ । ସରକାର ଆୟର ଏକ ଟଙ୍କାକୁ ବିଭିନ୍ନ ମାର୍ଗରେ ଖର୍ଚ୍ଚ କରିଥାନ୍ତି । କେନ୍ଦ୍ରୀୟ ଯୋଜନା (ପ୍ରତିରକ୍ଷା ଏବଂ ଆର୍ଥିକ ସହାୟତା ଉପରେ ପୁଞ୍ଜିଗତ ବ୍ୟୟ ସାମିଲ ନଥାଏ) ଉପରେ ୧୬ ପଇସା, ସୁଧ ପରିଶୋଧ ପାଇଁ ୨୦ ପଇସା, ପ୍ରତିରକ୍ଷା କ୍ଷେତ୍ର ପାଇଁ ୮ ପଇସା, ବିତ୍ତୀୟ ଆୟୋଗ ଏବଂ ଅନ୍ୟ ଟ୍ରାନ୍ସଫର ପାଇଁ ୮ ପଇସା, ଟିକସ୍ ଏବଂ ଶୁଳ୍କରେ ରାଜ୍ୟର ଭାଗ ୨୨ ପଇସା, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ୮ ପଇସା, ସବ୍‌ସିଡି ପାଇଁ ୬ ପଇସା, ପେନ୍‌ସନ୍‌ ଦେବା ପାଇଁ ୪ ପଇସା ଏବଂ ଅନ୍ୟାନ୍ୟ ପାଇଁ ୮ ପଇସା ଖର୍ଚ୍ଚ କରାଯାଏ ।