୨୪ ବର୍ଷ ଧରି ଯାହା ଚାଲିଥିଲା ଆଉ ଚାଲିବନି, ୪୦ ଲକ୍ଷ ଜାଲ୍ ରାସନକାର୍ଡଧାରୀ ବାହାରିଲେଣି : ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର ୨୭।୧୨: ରାସନକାର୍ଡ ନେଇ ବଡ଼ ସୂଚନା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ ଭୂତ ବା ଜାଲ୍ ରାସନ କାର୍ଡଧାରୀ ବାହାରିଲେଣି । ଗୋଟିଏ ଗୋଟିଏ ଜିଲ୍ଲାରୁ ଲକ୍ଷେରୁ ଦେଢ଼ ଲକ୍ଷ ରାସନ କାର୍ଡଧାରୀ ବାହାରୁଛନ୍ତି । ୨୪ବର୍ଷ ଧରି ଯାହା ଚାଲିଥିଲା ଆଉ ଚାଲିବନି । ଏବେ ବି ଇ-କେଓ୍ବାଇସି ପ୍ରକ୍ରିୟା ଚାଲିଛି । ଶେଷ ହେବା ପାଇଁ ଆଉ କିଛି ଦିନ ଲାଗିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ ଯେଉଁ ଚାଷୀ ମାନଙ୍କର କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଦେବେ ସରକାର । ଚାଷୀ ମାନେ ବିବ୍ରତ ହୁଅନ୍ତୁ ନାହିଁ ବୋଲି ଅପିଲ୍ କଲେ ଯୋଗାଣ ମନ୍ତ୍ରୀ । ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସେପଟେ ମନ୍ତ୍ରୀ ମାନଙ୍କୁ ଜିଲ୍ଲା ପ୍ରଭାରୀ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୋଗାଣ ମନ୍ତ୍ରୀଙ୍କୁ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଦାୟିତ୍ଵ ମିଳିଛି । ଦୁଇଟି ଜିଲ୍ଲାର ବିକାଶ କାମ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ନେତା ଓ ଜନସାଧାରଣଙ୍କ ସହଯୋଗରେ କାମ କରାଯିବ । ସମ୍ବଲପୁର ଜିଲ୍ଲା ଚାଷୀ ମାନଙ୍କ ଜିଲ୍ଲା, ଅନୁଗୁଳ ଶିଳ୍ପ ବହୁଳ ଜିଲ୍ଲା । ତେଣୁ ସବୁ ଦିଗକୁ ଧ୍ୟାନ ଦେଇ କାର୍ଯ୍ୟ କରାଯିବ । ଲୋକଙ୍କ ନିଯୁକ୍ତି, ଲୋକଙ୍କ ଆବଶ୍ୟକତାକୁ ଆଧାର କରି ପଦକ୍
ଭୁବନେଶ୍ବର ୨୭।୧୨: ରାସନକାର୍ଡ ନେଇ ବଡ଼ ସୂଚନା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ ଭୂତ ବା ଜାଲ୍ ରାସନ କାର୍ଡଧାରୀ ବାହାରିଲେଣି । ଗୋଟିଏ ଗୋଟିଏ ଜିଲ୍ଲାରୁ ଲକ୍ଷେରୁ ଦେଢ଼ ଲକ୍ଷ ରାସନ କାର୍ଡଧାରୀ ବାହାରୁଛନ୍ତି । ୨୪ବର୍ଷ ଧରି ଯାହା ଚାଲିଥିଲା ଆଉ ଚାଲିବନି । ଏବେ ବି ଇ-କେଓ୍ବାଇସି ପ୍ରକ୍ରିୟା ଚାଲିଛି । ଶେଷ ହେବା ପାଇଁ ଆଉ କିଛି ଦିନ ଲାଗିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ ଯେଉଁ ଚାଷୀ ମାନଙ୍କର କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଦେବେ ସରକାର । ଚାଷୀ ମାନେ ବିବ୍ରତ ହୁଅନ୍ତୁ ନାହିଁ ବୋଲି ଅପିଲ୍ କଲେ ଯୋଗାଣ ମନ୍ତ୍ରୀ । ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ମନ୍ତ୍ରୀ ମାନଙ୍କୁ ଜିଲ୍ଲା ପ୍ରଭାରୀ ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୋଗାଣ ମନ୍ତ୍ରୀଙ୍କୁ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଦାୟିତ୍ଵ ମିଳିଛି । ଦୁଇଟି ଜିଲ୍ଲାର ବିକାଶ କାମ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ନେତା ଓ ଜନସାଧାରଣଙ୍କ ସହଯୋଗରେ କାମ କରାଯିବ । ସମ୍ବଲପୁର ଜିଲ୍ଲା ଚାଷୀ ମାନଙ୍କ ଜିଲ୍ଲା, ଅନୁଗୁଳ ଶିଳ୍ପ ବହୁଳ ଜିଲ୍ଲା । ତେଣୁ ସବୁ ଦିଗକୁ ଧ୍ୟାନ ଦେଇ କାର୍ଯ୍ୟ କରାଯିବ । ଲୋକଙ୍କ ନିଯୁକ୍ତି, ଲୋକଙ୍କ ଆବଶ୍ୟକତାକୁ ଆଧାର କରି ପଦକ୍ଷେପ ନିଆଯିବ । ବିଜେପି ସରକାରରେ ଲୋକଙ୍କ ପାଖରେ ଅଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
You Can Read:
ବାଲି ଗାଡ଼ିରୁ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଜଣ ଆହତ