SCB ମେଡିକାଲ କଲେଜରେ ଆରମ୍ଭ ହେବ Phd ପାଠ୍ୟକ୍ରମ, ଘୋଷଣା କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଏଚଡି ପାଠ୍ୟକ୍ରମ। ପ୍ରଥମେ ହେମାଟୋଲୋଜି ବିଭାଗକୁ ସେଣ୍ଟର ଫର ଏକ୍ସିଲାନସିର ମାନ୍ୟତା ଦିଆଯାଇ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ଶନିବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏସସିବି ପରିସରରେ ୧୪ ତମ ହେମାଟୋଲୋଜି କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଏଭଳି ପିଏଚଡି ପାଠ୍ୟକ୍ରମରେ ଏହା ଓଡିଶାର ପ୍ରଥମ ପିଏଚଡି କାର୍ଯ୍ୟକ୍ରମ। ଏ ନେଇ ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମାନସ ସାହୁ ଏକ ସମ୍ମାନଜନକ ପ୍ରମାଣ ପତ୍ର ବିଭାଗୀୟ ମୁଖ୍ୟଙ୍କୁ ପ୍ରଦାନ କରିଛନ୍ତି।    

SCB ମେଡିକାଲ କଲେଜରେ ଆରମ୍ଭ ହେବ Phd ପାଠ୍ୟକ୍ରମ, ଘୋଷଣା କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଏଚଡି ପାଠ୍ୟକ୍ରମ। ପ୍ରଥମେ ହେମାଟୋଲୋଜି ବିଭାଗକୁ ସେଣ୍ଟର ଫର ଏକ୍ସିଲାନସିର ମାନ୍ୟତା ଦିଆଯାଇ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ଶନିବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। 

ଏସସିବି ପରିସରରେ ୧୪ ତମ ହେମାଟୋଲୋଜି କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଏଭଳି ପିଏଚଡି ପାଠ୍ୟକ୍ରମରେ ଏହା ଓଡିଶାର ପ୍ରଥମ ପିଏଚଡି କାର୍ଯ୍ୟକ୍ରମ। ଏ ନେଇ ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମାନସ ସାହୁ ଏକ ସମ୍ମାନଜନକ ପ୍ରମାଣ ପତ୍ର ବିଭାଗୀୟ ମୁଖ୍ୟଙ୍କୁ ପ୍ରଦାନ କରିଛନ୍ତି।