ସରିଲା ପିଲାଙ୍କ ସ୍କୁଲ ଜୀବନ, ୧୯ରୁ ଖାତା ଦେଖା,ମେ' ପ୍ରଥମ ସପ୍ତାହରେ ଆସିପାରେ ରେଜଲ୍ଟ

ଭୁବନେଶ୍ବର ୬/୦୩:  ସମସ୍ତଙ୍କ ସହଯୋଗରେ ଗୁରୁବାର ଶାନ୍ତି ଶୃଙ୍ଖଳାର ସହ ସରିଛି ମାଟ୍ରିକ ପରୀକ୍ଷା । କୌଣସି ଅସୁବିଧା ହୋଇନି । ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନି । ଆମେ ଯେଉଁ ୱାଟର ମାର୍କ ଓ କ୍ୟୁଆର୍‌ କୋଡ୍‌ ତାର ଭଳ ଫଳ ମିଳିଲା । ଏହା ଆମକୁ ସାହାଯ୍ୟ କଲା । AI କ୍ୟାମେରା ଦ୍ବାରା ପରୀକ୍ଷାରେ ହେଉଥିବା ଅନିୟମିତତା ଧରାପଡିଲା । ଶେଷ ଦିନରେ କୌଣସି ପିଲା କପି କରି ଧରାପଡି ନାହାନ୍ତି । ଶେଷ ଦିନରେ ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ  । ତେବେ ୧୯ରୁ ଆରମ୍ଭ ହେବ ଖାତା ଦେଖା । ମଇ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ନେଇ ଚେଷ୍ଟା କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଗୁରୁବାର ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏ ହୋଇଥିଲା ପରୀକ୍ଷା । ପରୀକ୍ଷା ସରିବା ପରେ କେନ୍ଦ୍ରରୁ ହସଖୁସିରେ ବାହାରିଥିଲେ ଛାତ୍ରଛାତ୍ରୀ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇଥିଲା ପରୀକ୍ଷା । ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସୁରୁଖୁରୁରେ ପରୀକ୍ଷା ଶେଷ କରିବାକପ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଥମ ଥର ପାଇଁ କପି ରୋକିବାକୁ ପ୍ରଶ୍ନପତ୍ରରେ QR କୋଡ୍‌ର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପରୀକ୍ଷା କେନ୍ଦ୍ରରେ ଅନିୟମିତତା ରୋକିବାକୁ ଫ୍ଲାଇଂ ସ୍କାଡ୍‌, ସ

ସରିଲା ପିଲାଙ୍କ ସ୍କୁଲ ଜୀବନ, ୧୯ରୁ ଖାତା ଦେଖା,ମେ' ପ୍ରଥମ ସପ୍ତାହରେ ଆସିପାରେ ରେଜଲ୍ଟ

ଭୁବନେଶ୍ବର ୬/୦୩:  ସମସ୍ତଙ୍କ ସହଯୋଗରେ ଗୁରୁବାର ଶାନ୍ତି ଶୃଙ୍ଖଳାର ସହ ସରିଛି ମାଟ୍ରିକ ପରୀକ୍ଷା । କୌଣସି ଅସୁବିଧା ହୋଇନି । ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନି । ଆମେ ଯେଉଁ ୱାଟର ମାର୍କ ଓ କ୍ୟୁଆର୍‌ କୋଡ୍‌ ତାର ଭଳ ଫଳ ମିଳିଲା । ଏହା ଆମକୁ ସାହାଯ୍ୟ କଲା । AI କ୍ୟାମେରା ଦ୍ବାରା ପରୀକ୍ଷାରେ ହେଉଥିବା ଅନିୟମିତତା ଧରାପଡିଲା । ଶେଷ ଦିନରେ କୌଣସି ପିଲା କପି କରି ଧରାପଡି ନାହାନ୍ତି । ଶେଷ ଦିନରେ ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ  । ତେବେ ୧୯ରୁ ଆରମ୍ଭ ହେବ ଖାତା ଦେଖା । ମଇ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ନେଇ ଚେଷ୍ଟା କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । 

ଗୁରୁବାର ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏ ହୋଇଥିଲା ପରୀକ୍ଷା । ପରୀକ୍ଷା ସରିବା ପରେ କେନ୍ଦ୍ରରୁ ହସଖୁସିରେ ବାହାରିଥିଲେ ଛାତ୍ରଛାତ୍ରୀ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇଥିଲା ପରୀକ୍ଷା । 

ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସୁରୁଖୁରୁରେ ପରୀକ୍ଷା ଶେଷ କରିବାକପ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଥମ ଥର ପାଇଁ କପି ରୋକିବାକୁ ପ୍ରଶ୍ନପତ୍ରରେ QR କୋଡ୍‌ର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପରୀକ୍ଷା କେନ୍ଦ୍ରରେ ଅନିୟମିତତା ରୋକିବାକୁ ଫ୍ଲାଇଂ ସ୍କାଡ୍‌, ସେଣ୍ଟ୍ରାଲ ଅବରଜରଭର ଓ ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ ।