ସୁନ୍ଦର କରିବ କିସ୍ମିସ୍
ଡ୍ରାଏଫ୍ରୁଟ୍ଭାବେ କିସ୍ମିସ୍ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ…. ପ୍ରଥମେ ରାତିରେ ୧ କପ୍ କିସ୍ମିସ୍କୁ ୧ ଗ୍ଲାସ୍ ପାଣିରେ ଭିଜାଇ ଦିଅନ୍ତୁ। ରାତି ସାରା ଭିଜିବା ପରେ ସକାଳେ ସେଥିରୁ କିସ୍ମିସ୍ ସବୁ ବାହାରକରି ଦିଅନ୍ତୁ। କିସ୍ମିସ୍ ପାଣିରେ ୧ଚାମଚ ଚାଉଳଗୁଣ୍ଡ ସହ ୧ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲଭାବେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ। […] The post ସୁନ୍ଦର କରିବ କିସ୍ମିସ୍ appeared first on Dharitri Odia News.
ଡ୍ରାଏଫ୍ରୁଟ୍ଭାବେ କିସ୍ମିସ୍ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ….
ପ୍ରଥମେ ରାତିରେ ୧ କପ୍ କିସ୍ମିସ୍କୁ ୧ ଗ୍ଲାସ୍ ପାଣିରେ ଭିଜାଇ ଦିଅନ୍ତୁ। ରାତି ସାରା ଭିଜିବା ପରେ ସକାଳେ ସେଥିରୁ କିସ୍ମିସ୍ ସବୁ ବାହାରକରି ଦିଅନ୍ତୁ।
କିସ୍ମିସ୍ ପାଣିରେ ୧ଚାମଚ ଚାଉଳଗୁଣ୍ଡ ସହ ୧ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲଭାବେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍ ରଖି ଉଷୁମ ପାଣିରେ ଧୋଇଦିଅନ୍ତୁ।
ଅଧା ଗ୍ଲାସ୍ କିସ୍ମିସ୍ ପାଣିରେ ଅଧା ଭାଗ ଗୋଲାପ ଜଳ ମିଶାନ୍ତୁ। ଏଥିରେ କିଛି ଲେମ୍ବୁରସ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ଅଳ୍ପ ଲେମ୍ବୁରସ ମିଶାଇ ଟୋନର ଭଳି ଲଗାନ୍ତୁ। କିଛିଦିନ ପରେ ତ୍ୱଚା ବହୁତ ସୁନ୍ଦର ଦେଖାଯିବ।
କିସ୍ମିସ୍ରେ ସ୍କ୍ରବ୍ ତିଆରିକରି ଲଗାନ୍ତୁ। ଏଥିପାଇଁ କସ୍ମିସ୍କୁ ଗ୍ରାଇଣ୍ଡିଂ କରି ଏଥିରେ କିଛି ଅଲିଭ୍ ଅଏଲ ମିଶାଇ ସ୍କ୍ରବ୍ ଭଳି ସପ୍ତାହକୁ ଥରେ ଲଗାନ୍ତୁ। କିଛିଦିନ ପରେ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯିବ।
କିସ୍ମିସ୍ ପାଣିରେ ଆଇରନ, ଭିଟାମିନ୍ ଓ ମିନେରାଲ ରହିଛି। ତେଣୁ ଏହାର ପାଣିକୁ କେଶ ମୂଳରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହେବା ସହ ଉଜ୍ୱଳତା ବଢ଼ିପାରିବ ଓ ଏହା ଶୀଘ୍ର ଧଳା ହେବ ନାହିଁ।
ସ୍କିନ୍ ସୁନ୍ଦର କରିବା ପାଇଁ ଏଥିରେ ଆପଣ ଫେସ୍ପ୍ୟାକ୍ ବି ତିଆରି କରିପାରିବେ। ଏଥିପାଇଁ ୪ ଚାମଚ କିସ୍ମିସ୍୍ ରାତିରେ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏଥିରେ ମହୁ ଓ ଅଳ୍ପ କିସ୍ମିସ୍ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ଲଗାଇଲେ ମୁହଁରେ ବ୍ରଣ ସମସ୍ୟା ଦେଖାଦେଇ ନ ଥାଏ।
ସ୍କିନ୍ର ସବୁ ସମସ୍ୟା ଓ ଇନ୍ଫେକ୍ଶନ ଦୂରକରିବା ପାଇଁ ଏଥିରୁ ଜେଲ୍ ପ୍ରସ୍ତୁତ କରିପାରିବେ। ଏଥିପାଇଁ ୬ ଚାମଚ କିସମିସ୍କୁ ରାତିରୁ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଛାଣି ପେଷ୍ଟ ତିଆରି କରନ୍ତୁ। ଏବେ ଏଥିରେ ଆଲୋଭେରା ଜେଲ୍ ଓ ଭିଟାମିନ୍-ଇ କ୍ୟାପ୍ସୁଲ ମିଶାନ୍ତୁ। ମିଶ୍ରଣକୁ ପତଳା କରିବା ପାଇଁ ଭିଜା ହୋଇଥିବା କିସ୍ମିସ୍ ପାଣି ମଧ୍ୟ ବ୍ୟବହାର କରିପାରିବେ। ଏସବୁକୁ ଭଲଭାବେ ମିଶାଇ ଡବାରେ ଭର୍ତ୍ତିକରି ରଖନ୍ତୁ। ପ୍ରତିଦିନ ଏହି ଜେଲ୍ ଲଗାଇବା ଫଳରେ ସ୍କିନ୍ରେ ଥିବା ଇନ୍ଫେକଶନ ଦୂରହୋଇଥାଏ ଓ ସ୍କିନ୍ ସୁନ୍ଦର ହୋଇଥାଏ।
The post ସୁନ୍ଦର କରିବ କିସ୍ମିସ୍ appeared first on Dharitri Odia News.