ଦୁର୍ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣାଗ୍ରସ୍ତ କାରରୁ ଅଢେଇ ଲକ୍ଷ ଟଙ୍କା ଗାଏବ୍
ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ଼ ସାଇମନ୍ଦିର ବ୍ରିଜ ନିକଟରେ ବୁଧବାର ଏକ କାର୍ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବରଗଡ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ କୁମାର ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ଉକ୍ତ କାରରୁ ଅଢେଇ ଲକ୍ଷ ଟଙ୍କା (୫ବ୍ୟାଣ୍ଡଲ ପାଞ୍ଚଶହ ଟଙ୍କିଆ ନୋଟ୍) ଗାଏବ୍ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଖୁଣ୍ଟପାଲି ଯୁକ୍ତଦୁଇ କଲେଜରେ ଯୁକ୍ତଦୁଇ ଛାତ୍ରୀଛାତ୍ରଙ୍କ ଆଡମିଶନ ବାବଦକୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫ଲକ୍ଷ […] The post ଦୁର୍ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣାଗ୍ରସ୍ତ କାରରୁ ଅଢେଇ ଲକ୍ଷ ଟଙ୍କା ଗାଏବ୍ appeared first on Dharitri Odia News.
ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ଼ ସାଇମନ୍ଦିର ବ୍ରିଜ ନିକଟରେ ବୁଧବାର ଏକ କାର୍ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବରଗଡ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ କୁମାର ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ଉକ୍ତ କାରରୁ ଅଢେଇ ଲକ୍ଷ ଟଙ୍କା (୫ବ୍ୟାଣ୍ଡଲ ପାଞ୍ଚଶହ ଟଙ୍କିଆ ନୋଟ୍) ଗାଏବ୍ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଖୁଣ୍ଟପାଲି ଯୁକ୍ତଦୁଇ କଲେଜରେ ଯୁକ୍ତଦୁଇ ଛାତ୍ରୀଛାତ୍ରଙ୍କ ଆଡମିଶନ ବାବଦକୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫ଲକ୍ଷ ୬୯ହଜାର ୨୬୦ ଟଙ୍କା ସଂଗୃହିତ ହୋଇଥିଲା। ବୁଧବାର ଏହି ସମୁଦାୟ ଟଙ୍କା ବ୍ୟାଙ୍କରେ ଜମା ପାଇଁ ଉଦ୍ଦିଷ୍ଟ ଜମା ଭାଉଚର ପୂରଣ କରି ଦସ୍ତଖତ ଦେଇଥିଲେ ଏବଂ ସେହି ସମୁଦାୟ ଟଙ୍କାକୁ ଏକ ବ୍ୟାଗରେ ଧରି ତାଙ୍କ କାର୍ ଯୋଗେ ବରଗଡର ଏକ ବ୍ୟାଙ୍କ ଅଭିମୁଖେ ବାହାରିଥିଲେ। ବ୍ୟାଙ୍କ ଆସିବା ବାଟରେ ବରଗଡ଼ ଭଟଲି ଛକ ନିକଟ ସାଇ ମନ୍ଦିର ନିକଟରେ ପ୍ରଥମେ ଏକ ବାଇକ୍ ଏବଂ ପରେ ଅନ୍ୟ ଏକ ଟ୍ରକରେ ପିଟି ହୋଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାରେ ଅଧ୍ୟକ୍ଷ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ତେବେ ସେ ଯେଉଁ ବ୍ୟାଗରେ ୫ଲକ୍ଷ ୬୯ହଜାର ୨୬୦ ଟଙ୍କା ଧରି ବ୍ୟାଙ୍କ ଅଭିମୁଖେ ଯାଉଥିଲେ, ଦୁର୍ଘଟଣା ପରେ ସେହି ବ୍ୟାଗରୁ ଅଢେଇ ଲକ୍ଷ ଟଙ୍କା ଗାଏବ୍ ହୋଇଯିବା ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରେ ରହିଥିବା ସେହି ବ୍ୟାଗରୁ କିଏ ସେହି ଟଙ୍କା ନେଇଛନ୍ତି, ପୋଲିସ ଏହାର ଖୋଳତାଡ଼ କରିବାକୁ ସାଧାରଣରେ ଦାବି ହୋଇଛି।
The post ଦୁର୍ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣାଗ୍ରସ୍ତ କାରରୁ ଅଢେଇ ଲକ୍ଷ ଟଙ୍କା ଗାଏବ୍ appeared first on Dharitri Odia News.