ଫସିଗଲେ ରାପର ବାଦ୍ଶାହା,ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ
ନୂଆଦିଲ୍ଲୀ,୧୭।୧୨: ଖ୍ୟାତନାମା ଗାୟକ ତଥା ରାପର ବାଦ୍ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି। ରବିବାର ବାଦଶାହା ନିଜର ୩ କାର୍ ସହ କନଭେନକୁ ନେଇ ପଞ୍ଜାବୀ ଗାୟକ କରଣ ଔାଜଲା କନସର୍ଟରେ ପହଞ୍ଚିଥିଲେ। ଏହି କନ୍ସର୍ଟ ଗୁରୁଗାଓଁର ସେକ୍ଟର ୬୮ରେ ଥିଲା। ଏହି ସମୟରେ ତାଙ୍କ ଗାଡ଼ିକୁ ସେ ରଙ୍ଗ୍ ଓ୍ବେ(ଭୁଲ ରାସ୍ତା)ରେ ଚଳାଇଥିଲେ,ଏହାର ପରିଣାମସ୍ବରୂପ […] The post ଫସିଗଲେ ରାପର ବାଦ୍ଶାହା,ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୨: ଖ୍ୟାତନାମା ଗାୟକ ତଥା ରାପର ବାଦ୍ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି।
ରବିବାର ବାଦଶାହା ନିଜର ୩ କାର୍ ସହ କନଭେନକୁ ନେଇ ପଞ୍ଜାବୀ ଗାୟକ କରଣ ଔାଜଲା କନସର୍ଟରେ ପହଞ୍ଚିଥିଲେ। ଏହି କନ୍ସର୍ଟ ଗୁରୁଗାଓଁର ସେକ୍ଟର ୬୮ରେ ଥିଲା। ଏହି ସମୟରେ ତାଙ୍କ ଗାଡ଼ିକୁ ସେ ରଙ୍ଗ୍ ଓ୍ବେ(ଭୁଲ ରାସ୍ତା)ରେ ଚଳାଇଥିଲେ,ଏହାର ପରିଣାମସ୍ବରୂପ ତାଙ୍କୁ ଚାଲାଣ ଗଣିବାକୁ ପଡ଼ିଛି। ସେ ଟ୍ରାଫିକ ନିୟମକୁ ଫୁ’ କରିଥିବାର ଫଟୋ ସିସିଟିଭିରେ କଏଦ ହୋଇଛି।
ପୋଲିସ କହିଛି, ବାଦ୍ଶାହାଙ୍କ କନଭେନରେ ଗୋଟିଏ ଥର୍ ଗାଡ଼ି ଥିଲା। ଏଥିରେ ନମ୍ବର ପ୍ଲେଟ୍ ଲାଗିଥିଲା। ସେହି ଗାଡ଼ିରେ ରାପର ବାଦ୍ଶାହା ବସିଥିଲେ। ଗାଡ଼ିଟି ପାନିପତର ଦୀପେନ୍ଦ୍ର ମାଳିଙ୍କ ନାମରେ ରେଜିଷ୍ଟର୍ଡ ଥିଲା। ହେଲେ ବାଦ୍ଶାହାଙ୍କ ଚାଲାଣ କାଟି ପୋଲିସ ଆଇନ ଆଗରେ ସବୁ ସମାନ ବୋଲି ବଡ଼ ସନ୍ଦେଶ ଦେଇଛି।
The post ଫସିଗଲେ ରାପର ବାଦ୍ଶାହା,ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ appeared first on Dharitri Odia News.