କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,୨୧।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ କୋଚିଂ ସେଣ୍ଟର ସମ୍ମୁଖରେ ଜଣେ ଛାତ୍ରୀଙ୍କୁ କେତେଜଣ ଯୁବ କମେଣ୍ଟ ମାରିଥିଲେ। ଏହାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିଲା। କିଛି ସମୟ ପରେ ଉଭୟ ଗୋଷ୍ଠୀର ୧୫ରୁ ୨୦ଜଣ ଯୁବକ ବସ୍‌ ଟର୍ମିନାଲ ପରିସରରେ ପହଞ୍ଚି ଠେଙ୍ଗା ବାଡିରେ ପରସ୍ପରକୁ ଆକ୍ରମଣ […] The post କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ appeared first on Dharitri Odia News.

କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,୨୧।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ କୋଚିଂ ସେଣ୍ଟର ସମ୍ମୁଖରେ ଜଣେ ଛାତ୍ରୀଙ୍କୁ କେତେଜଣ ଯୁବ କମେଣ୍ଟ ମାରିଥିଲେ। ଏହାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିଲା।

କିଛି ସମୟ ପରେ ଉଭୟ ଗୋଷ୍ଠୀର ୧୫ରୁ ୨୦ଜଣ ଯୁବକ ବସ୍‌ ଟର୍ମିନାଲ ପରିସରରେ ପହଞ୍ଚି ଠେଙ୍ଗା ବାଡିରେ ପରସ୍ପରକୁ ଆକ୍ରମଣ କରିଥିଲେ। କିଛି ସମୟ ବସଷ୍ଟାଣ୍ଡ ପରିସର ଆତଙ୍କ ଖେଳି ଯାଇଥିଲା। ସଂଘର୍ଷରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ତାଙ୍କୁ ନିଜ ଗୋଷ୍ଠୀର ଯୁବକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ଏପରି ଘଟଣା ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପୋଲିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

The post କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ appeared first on Dharitri Odia News.