ସମିତି ସଭ୍ୟାଙ୍କ ଘରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଲା l
ଗୋପାଳପୁର,୦୭/୦୧ ରଙ୍ଗେଈଲୁଣ୍ଡା ବ୍ଲକ ଗୋଳନ୍ଥରା ପଞ୍ଚାୟତ ସମିତି ସଭ୍ୟା ପ୍ରବୀଣା ପ୍ରଧାନଙ୍କ ଘର ବାରି ବଗିଚାରେ ଶନିବାର ରାତିରେ ବିରଳ ବ୍ରହ୍ମକମଳ ଫୁଲ ଫୁଠି ଥିବା ଦେଖିବାକୁ ମିଳିଛି l ଖବର ପ୍ରଚାରିତ ହେବା ପରେ ବ୍ରହ୍ମକମଳ ଫୁଲ ଦେଖିବା ପାଇଁ କିଛି ଲୋକଙ୍କ ଭିଡ ଜମିଥିଲା l ଗତ ପାଞ୍ଚ ବର୍ଷ ପୂର୍ବେ ପ୍ରବୀଣା ପ୍ରଧାନ ଓ ତାଙ୍କ ସ୍ୱାମୀ ଶିବରାମ ଜେନା ଏହି ବ୍ରହ୍ମକମଳ ଗଛ ଆଣି ବାରିରେ ଲଗେଇଥିଲେ ଏବଂ ଏହାର ଯତ୍ନ […] The post ସମିତି ସଭ୍ୟାଙ୍କ ଘରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଲା l appeared first on Odisha.News.
ଗୋପାଳପୁର,୦୭/୦୧
ରଙ୍ଗେଈଲୁଣ୍ଡା ବ୍ଲକ ଗୋଳନ୍ଥରା ପଞ୍ଚାୟତ ସମିତି ସଭ୍ୟା ପ୍ରବୀଣା ପ୍ରଧାନଙ୍କ ଘର ବାରି ବଗିଚାରେ ଶନିବାର ରାତିରେ ବିରଳ ବ୍ରହ୍ମକମଳ ଫୁଲ ଫୁଠି ଥିବା ଦେଖିବାକୁ ମିଳିଛି l ଖବର ପ୍ରଚାରିତ ହେବା ପରେ ବ୍ରହ୍ମକମଳ ଫୁଲ ଦେଖିବା ପାଇଁ କିଛି ଲୋକଙ୍କ ଭିଡ ଜମିଥିଲା l ଗତ ପାଞ୍ଚ ବର୍ଷ ପୂର୍ବେ ପ୍ରବୀଣା ପ୍ରଧାନ ଓ ତାଙ୍କ ସ୍ୱାମୀ ଶିବରାମ ଜେନା ଏହି ବ୍ରହ୍ମକମଳ ଗଛ ଆଣି ବାରିରେ ଲଗେଇଥିଲେ ଏବଂ ଏହାର ଯତ୍ନ ନେଇ ଦେଖା ରଖା କରୁଥିଲେ l ଆଜି ଏହି ଫୁଲ ଫୁଟିବାରୁ ଅତ୍ୟନ୍ତ ଆନନ୍ଦିତ ଥିବା ଶ୍ରୀମତୀ ପ୍ରଧାନ କହିଛନ୍ତି l ଆଜି ପ୍ରବୀଣା ଓ ଶିବରାମ ଏହି ବ୍ରହ୍ମକମଳ ଫୁଲକୁ ଗୋଳନ୍ଥରା ସ୍ଥିତ ଈଶ୍ଵାଣେଶ୍ୱର ମହାପ୍ରଭୁଙ୍କୁ ଅର୍ପଣ କରି ଥିବା ଶ୍ରୀମତୀ ପ୍ରଧାନ କହିଛନ୍ତି l ଏହି ବ୍ରହ୍ମକମଳ ସୃଷ୍ଟିର ସ୍ରଷ୍ଟା ସ୍ବୟଂ ବ୍ରହ୍ମାଙ୍କ ରୂପ ବୋଲି ଲୋକେ ମାନିଥାଆନ୍ତି। ଯେଉଁ ବ୍ୟକ୍ତି ଏହି ଫୁଲକୁ ଦର୍ଶନ କରିଥା’ନ୍ତି ତାଙ୍କର ସବୁ ଅଭିଳାଷ ପୂର୍ଣ୍ଣ ହୋଇଥାଏ ବୋଲି ପୌରାଣିକ ଆଖ୍ୟାନ ରହିଛି।
The post ସମିତି ସଭ୍ୟାଙ୍କ ଘରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଲା l appeared first on Odisha.News.