ଆସିଗଲା ତାରିଖ: ଏହି ଦିନରୁ ଆରମ୍ଭ ହେବ ଆଇପିଏଲ ୨୦୨୫ !
ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଆଇପିଏଲ ୨୦୨୫ ମେଗା ନିଲାମ ଖବର ଚର୍ଚ୍ଚାରେ ଅଛି। ଏହି ସମୟରେ ଆଇପିଏଲ ୨୦୨୫ ଆରମ୍ଭ ହେବାର ତାରିଖ ସାମ୍ନାକୁ ଆସିଛି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଆଗାମୀ ତିନି ସିଜନର ତାରିଖ ପ୍ରକାଶ ପାଇଛି। ୨୦୨୫ ସିଜନ ମାଚ୍ଚ ୧୪ରୁ ମେ ୨୫ ପର୍ଯ୍ୟନ୍ତ ଖେଳାଯିବ। ପରବର୍ତ୍ତୀ ସିଜନ ମାର୍ଚ୍ଚ ୧୫ରେ ଆରମ୍ଭ ହେବ ଏବଂ ଫାଇନାଲ ମେ ୩୧ରେ ଖେଳାଯିବ। ଏହା ବ୍ୟତୀତ ଆଇପିଏଲ ୨୦୨୭ର ତାରିଖ ମଧ୍ୟ ପ୍ରକାଶ ପାଇଛି, […] The post ଆସିଗଲା ତାରିଖ: ଏହି ଦିନରୁ ଆରମ୍ଭ ହେବ ଆଇପିଏଲ ୨୦୨୫ ! appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଆଇପିଏଲ ୨୦୨୫ ମେଗା ନିଲାମ ଖବର ଚର୍ଚ୍ଚାରେ ଅଛି। ଏହି ସମୟରେ ଆଇପିଏଲ ୨୦୨୫ ଆରମ୍ଭ ହେବାର ତାରିଖ ସାମ୍ନାକୁ ଆସିଛି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଆଗାମୀ ତିନି ସିଜନର ତାରିଖ ପ୍ରକାଶ ପାଇଛି। ୨୦୨୫ ସିଜନ ମାଚ୍ଚ ୧୪ରୁ ମେ ୨୫ ପର୍ଯ୍ୟନ୍ତ ଖେଳାଯିବ। ପରବର୍ତ୍ତୀ ସିଜନ ମାର୍ଚ୍ଚ ୧୫ରେ ଆରମ୍ଭ ହେବ ଏବଂ ଫାଇନାଲ ମେ ୩୧ରେ ଖେଳାଯିବ। ଏହା ବ୍ୟତୀତ ଆଇପିଏଲ ୨୦୨୭ର ତାରିଖ ମଧ୍ୟ ପ୍ରକାଶ ପାଇଛି, ଯାହା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ମେ ୩୦ ପର୍ଯ୍ୟନ୍ତ ଜାରି ରହିବ।
ଏକ ରିପୋର୍ଟ ଅନୁଯାୟୀ, ସମସ୍ତ ଫ୍ରାଞ୍ଚାଇଜମାନଙ୍କୁ ଇ-ମେଲ ମାଧ୍ୟମରେ ପରବର୍ତ୍ତୀ ତିନି ସିଜନର ଆରମ୍ଭ ତାରିଖ ବିଷୟରେ ଅବଗତ କରାଯାଇଛି। ଏହି ତାରିଖଗୁଡ଼ିକରେ ଖୁବ ଶୀଘ୍ର ସରକାରୀ ନିଶ୍ଚିତକରଣ ଦିଆଯାଇପାରେ। ଗତ ତିନୋଟି ସିଜନ ପରି, ଆଇପିଏଲ ୨୦୨୫ ସିଜନରେ ମୋଟ ୭୪ ଟି ମ୍ୟାଚ ଖେଳାଯିବ। ଏହା ସହିତ ପରବର୍ତ୍ତୀ ସିଜନରେ ମ୍ୟାଚ ସଂଖ୍ୟା ବୃଦ୍ଧି କରାଯାଇପାରେ। ଆଇପିଏଲ ୨୦୨୬ ରେ ୮୪ଟି ମ୍ୟାଚ ଏବଂ ୨୦୨୭ ସିଜନରେ ମ୍ୟାଚ ସଂଖ୍ୟା ୯୪କୁ ବୃଦ୍ଧି କରାଯାଇପାରେ।
ଯଦି ଆମେ ଆଇପିଏଲ ୨୦୨୪କୁ ଦେଖିବା, ତେବେ ଏହି ଟୁର୍ନାମେଣ୍ଟ ୨୨ ମାର୍ଚ୍ଚରୁ ୨୬ ମେ ପର୍ଯ୍ୟନ୍ତ ହୋଇଥିଲା, ଯାହାର ଫାଇନାଲରେ କେକେଆର୍ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା।
The post ଆସିଗଲା ତାରିଖ: ଏହି ଦିନରୁ ଆରମ୍ଭ ହେବ ଆଇପିଏଲ ୨୦୨୫ ! appeared first on Dharitri Odia News.