ଭୟାବହ ଟ୍ରେନ୍ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ, କ୍ରିକେଟ୍ ଦେଖୁଥିଲେ…
ନୂଆଦିଲ୍ଲୀ,୩।୩:୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର୍ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନ୍ର ଲୋକୋ ପାଇଲଟ୍ ଓ ସହକାରୀ ଲୋକୋପାଇଲଟ୍ ଫୋନ୍ରେ କ୍ରିକେଟ ମ୍ୟାଚ ଦେଖୁଥିଲେ ବୋଲି ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓଡ଼ା ରେଳପଥରେ ସା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍ ଟ୍ରେନ ବିଶାଖାପଟନମ ପଲାସା ଟ୍ରେନକୁ […] The post ଭୟାବହ ଟ୍ରେନ୍ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ, କ୍ରିକେଟ୍ ଦେଖୁଥିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୩।୩:୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର୍ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନ୍ର ଲୋକୋ ପାଇଲଟ୍ ଓ ସହକାରୀ ଲୋକୋପାଇଲଟ୍ ଫୋନ୍ରେ କ୍ରିକେଟ ମ୍ୟାଚ ଦେଖୁଥିଲେ ବୋଲି ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓଡ଼ା ରେଳପଥରେ ସା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍ ଟ୍ରେନ ବିଶାଖାପଟନମ ପଲାସା ଟ୍ରେନକୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ଆଉ ୫୦ ଯାତ୍ରୀ ଆହତ ହୋଇଥିଲେ।
ନୂଆ ସୁରକ୍ଷା ପଦକ୍ଷେପ ଉପରେ ଭାରତୀୟ ରେଳବାଇ ଚଳାଇଥିବା କାର୍ଯ୍ୟ ସମ୍ପର୍କରେ କହିବା ବେଳେ ରେଳମନ୍ତ୍ରୀ ଆନ୍ଧ୍ର ଟ୍ରେନ ଦୁର୍ଘଟଣାର କାରଣ କହିଛନ୍ତି। ସେ କହିଛନ୍ତି, ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଘଟିଲା ତା’ର କାରଣ ହେଲା, ଲୋକୋ ପାଇଲଟ ଓ ସହ-ପାଇଲଟ ଚାଲିଥିବା କ୍ରିକେଟ ଖେଳ ଯୋଗୁ ଅନ୍ୟମନସ୍କ ହୋଇଯାଇଥିଲେ।
The post ଭୟାବହ ଟ୍ରେନ୍ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ, କ୍ରିକେଟ୍ ଦେଖୁଥିଲେ… appeared first on Dharitri Odia News.