ବାଇଡେନଙ୍କ ପରେ ମୋଦିଙ୍କୁ ଫୋନ କଲେ ପୁଟିନ୍, ପଚାରିଦେଲେ ଏମିତି କଥା…
ନୂଆଦିଲ୍ଲୀ,୨୭।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନରେ କଥା ହୋଇଛନ୍ତି। ପିଏମ ମୋଦିଙ୍କ ଏହି ବାର୍ତ୍ତାଳାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିକଟରେ ଜେଲେନସ୍କିଙ୍କୁ ଭେଟି ଫେରିଛନ୍ତି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପିଏମ ମୋଦିଙ୍କୁ ଫୋନ କରି ତାଙ୍କ ୟୁକ୍ରେନ ଗସ୍ତ ବିଷୟରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହୋଇଛି। ଏହି ସମୟରେ ସ୍ବତନ୍ତ୍ର ଏବଂ ସୁବିଧାଜନକ […] The post ବାଇଡେନଙ୍କ ପରେ ମୋଦିଙ୍କୁ ଫୋନ କଲେ ପୁଟିନ୍, ପଚାରିଦେଲେ ଏମିତି କଥା… appeared first on Dharitri Odia News.
ନୂଆଦିଲ୍ଲୀ,୨୭।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନରେ କଥା ହୋଇଛନ୍ତି। ପିଏମ ମୋଦିଙ୍କ ଏହି ବାର୍ତ୍ତାଳାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିକଟରେ ଜେଲେନସ୍କିଙ୍କୁ ଭେଟି ଫେରିଛନ୍ତି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପିଏମ ମୋଦିଙ୍କୁ ଫୋନ କରି ତାଙ୍କ ୟୁକ୍ରେନ ଗସ୍ତ ବିଷୟରେ ପଚାରି ବୁଝିଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହୋଇଛି। ଏହି ସମୟରେ ସ୍ବତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ଏଥିସହ ରୁଷିଆ-ୟୁକ୍ରେନ ବିବାଦ ଏବଂ ୟୁକ୍ରେନ ଗସ୍ତ ବିଷୟରେ ଆଲୋଚନା ହୋଇଛି। ଏହି ବିବାଦର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବାକୁ ଭାରତର ଦୃଢ ପ୍ରତିବଦ୍ଧତାକୁ ମୋଦି ଦୋହରାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫୋନ ଯୋଗେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କଥା ହୋଇଥିଲେ। ବାଇଡେନ ତାଙ୍କ ପକ୍ଷରୁ ଫୋନ କରି ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ୟୁକ୍ରେନ ଗସ୍ତ ଏବଂ ବାଂଲାଦେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଆମେରିକା ଅନୁଭବ କରୁଛି ଯେ ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ପିଏମ ମୋଦିଙ୍କ ସହାୟତା ନିଆଯାଇପାରେ। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ କୂଟନୈତିକ କଥାବାର୍ତ୍ତା ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା ଉଭୟଙ୍କ ମଧ୍ୟରେ ଶାନ୍ତି ଆସିପାରିବ। ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି ଯଦି ଭାରତ ଏହି ଦୁଇ ଦେଶ ମଧ୍ୟରେ ସେତୁ ଭାବରେ କାମ କରିପାରେ, ତେବେ ଆମେ ଏଥିପାଇଁ ପ୍ରସ୍ତୁତ। ତେଣୁ ବାଇଡେନଙ୍କ ପରେ ମୋଦି-ପୁଟିନ୍ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅର୍ଥ ଅତ୍ୟନ୍ତ ସ୍ବତନ୍ତ୍ର।
The post ବାଇଡେନଙ୍କ ପରେ ମୋଦିଙ୍କୁ ଫୋନ କଲେ ପୁଟିନ୍, ପଚାରିଦେଲେ ଏମିତି କଥା… appeared first on Dharitri Odia News.