ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨୮ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା। ଶନିବାର ସାଢ଼େ ୨ରେ ସମ୍ବଲପୁରରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଟପିଯାଇ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ା ଓ ହୀରାକୁଦରେ ତାପାମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲା ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୮ ଡାଗ୍ରୀ ରହିଥିବା ବେଳେ କେନ୍ଦୁଝର […] The post ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ appeared first on Dharitri Odia News.

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨୮ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା। ଶନିବାର ସାଢ଼େ ୨ରେ ସମ୍ବଲପୁରରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଟପିଯାଇ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି।

ଝାରସୁଗୁଡ଼ା ଓ ହୀରାକୁଦରେ ତାପାମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲା ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୮ ଡାଗ୍ରୀ ରହିଥିବା ବେଳେ କେନ୍ଦୁଝର ୩୭.୮ ଡିଗ୍ରୀ ଏବଂ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଶୁକ୍ରବାର ଝାରସୁଗୁଡ଼ାରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଟପିଯାଇ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିଲା। ସେହିପରି ସମ୍ବଲପୁରରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲା ୪୦.୨, ହୀରାକୁଦ ୪୦ ଏବଂ ଭୁବନେଶ୍ବର ଓ ଚାନ୍ଦବାଲିରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ ହୋଇଥିଲା।

ସୂଚନା ଯୋଗ୍ୟ, ଆସନ୍ତା ୩ଦିନ ହିଟ୍‌ଓ୍ବେଭ୍‌ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଳି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଅନ୍ୟପକ୍ଷେ ୨୯ ତାରିଖରେ ହିଟ୍‌ଓ୍ବେଭକୁ ନେଇ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିଲା।

୩୦ ତାରିଖରେ ବରଗଡ଼ ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏପ୍ରିଲ୨ରେ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାକୁ ଥିବାବେଳେ ଅନ୍ୟାନ୍ୟ ଜିଲାଗୁଡ଼ିକରେ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି।

The post ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ appeared first on Dharitri Odia News.