ଫୁଡ୍ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ
ଜୁରିଚ୍, ୨୦।୯:ଫୁଡ୍ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍ସ୍ଥିତ ଫୁଡ୍ ପ୍ୟାକେଜିଂ ଫୋରମ ଫାଉଣ୍ଡେଶନ ନାମକ ଏକ ଏନ୍ଜିଓ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନର ତଥ୍ୟ ଗୁରୁବାର ‘ଜର୍ନାଲ ଅଫ୍ ଏକ୍ସପୋଜର ସାଇନ୍ସ ଆଣ୍ଡ ଏନ୍ଭରମେଣ୍ଟାଲ ଏପିଡେମିଓଲୋଜି’ରେ ପ୍ରକାଶ ପାଇଛି। ତେବେ ମଣିଷ ଶରୀରରୁ ମିଳିଥିବା ୩,୬୦୦ କେମିକାଲ ମଧ୍ୟରୁ ୧୦୦ କେମିକାଲ ସ୍ବାସ୍ଥ୍ୟ ପ୍ରତି ଚିନ୍ତାଜନକ ହୋଇଥିବା ନେଇ […] The post ଫୁଡ୍ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ appeared first on Dharitri Odia News.
ଜୁରିଚ୍, ୨୦।୯:ଫୁଡ୍ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍ସ୍ଥିତ ଫୁଡ୍ ପ୍ୟାକେଜିଂ ଫୋରମ ଫାଉଣ୍ଡେଶନ ନାମକ ଏକ ଏନ୍ଜିଓ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନର ତଥ୍ୟ ଗୁରୁବାର ‘ଜର୍ନାଲ ଅଫ୍ ଏକ୍ସପୋଜର ସାଇନ୍ସ ଆଣ୍ଡ ଏନ୍ଭରମେଣ୍ଟାଲ ଏପିଡେମିଓଲୋଜି’ରେ ପ୍ରକାଶ ପାଇଛି। ତେବେ ମଣିଷ ଶରୀରରୁ ମିଳିଥିବା ୩,୬୦୦ କେମିକାଲ ମଧ୍ୟରୁ ୧୦୦ କେମିକାଲ ସ୍ବାସ୍ଥ୍ୟ ପ୍ରତି ଚିନ୍ତାଜନକ ହୋଇଥିବା ନେଇ ଏହି ଅଧ୍ୟୟନର ମୁଖ୍ୟ ଗବେଷକ ବିର୍ଗିଟ ଗ୍ୟୁକେ କହିଛନ୍ତି। ଉକ୍ତ ୧୦୦ କ୍ଷତିକାରକ କେମିକାଲ ମଧ୍ୟରୁ କେତେକଙ୍କୁ ନେଇ ପୂର୍ବରୁ ମଧ୍ୟ ଅଧ୍ୟୟନ ହୋଇଛି।
ଖାସ୍କରି ‘ପର୍ ଆଣ୍ଡ୍ ପଲିଫ୍ୟୁରୋକିଲ୍ ସବ୍ଷ୍ଟାନ୍ସେସ (ପିଏଫ୍ଏସ୍)’ ଏବଂ ‘ବିସ୍ଫେନଲ ଏ(ବିପିଏ)’ ପରି କେତେକ ରାସାୟନିକ ପଦାର୍ଥ ମଣିଷ ଶରୀର ପ୍ରତି କ୍ଷତିକାରକ ହୋଇଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଉଭୟ କେମିକାଲ ଉପରେ ନିଷେଧାଦେଶ ଲଗାଇବା ପାଇଁ ବହୁ ଦେଶ ସ୍ଥିର କରିଥିବା ନେଇ ଗ୍ୟୁକେ କହିଛନ୍ତି। ତେବେ ଅନ୍ୟ ସମସ୍ତ କେମିକାଲଗୁଡ଼ିକର ସ୍ବାସ୍ଥ୍ୟ ଉପରେ ପ୍ରଭାବ ନେଇ ବିଶେଷ ତଥ୍ୟ ଉପଲବ୍ଧ ନାହିଁ। ତେବେ ଅଧ୍ୟୟନରୁ ମିଳିଥିବା ୧୦୦ କ୍ଷତିକାରକ କେମିକାଲକୁ ଛାଡ଼ି ଅନ୍ୟ ସମସ୍ତ କେମିକାଲଗୁଡ଼ିକ ମଣିଷ ଶରୀର ଉପରେ କେଉଁ ପ୍ରଭାବ ପକାଉଛି, ସେନେଇ ବ୍ୟାପକ ଅଧ୍ୟୟନର ଆବଶ୍ୟକତା ରହିଛି। ମଣିଷ ଶରୀରରେ ମିଳିଥିବା ସମସ୍ତ କେମିକାଲ କେବଳ ଖାଦ୍ୟ ପ୍ୟାକେଜିଂ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଛି କିମ୍ବା ଏହାର ଅନ୍ୟାନ୍ୟ ଉତ୍ସ ରହିଛି ତାହା ଉକ୍ତ ଅଧ୍ୟୟନରୁ ସ୍ପଷ୍ଟ ହୋଇନାହିଁ। ତେଣୁ ଏନେଇ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ଗ୍ୟୁକେ କହିଛନ୍ତି।
ତେବେ ପୂର୍ବରୁ ମଧ୍ୟ ଗବେଷକମାନେ ମଣିଷ ଶରୀରରୁ ଖାଦ୍ୟ ପ୍ୟାକେଜିଂ ଜରିଆରେ ଆସୁଥିବା ୧୪ ହଜାର କେମିକାଲ ଚିହ୍ନଟ କରିଥିଲେ। ଉକ୍ତ ସମସ୍ତ ରସାୟନିକ ପଦାର୍ଥ ପ୍ଲାଷ୍ଟିକ, ଧାତୁ, କାଗଜ କିମ୍ବା କାଚ ଆଦିରେ ପ୍ରସ୍ତୁତ ପ୍ୟାକେଜିଂ ସାମଗ୍ରୀ ମାଧ୍ୟମରେ ଖାଦ୍ୟରେ ପ୍ରବେଶ କରିଥାଏ ବୋଲି ଅନୁମାନ କରାଯାଇଥିଲା। ସେହିପରି ଉକ୍ତ କେମିକାଲଗୁଡ଼ିକ ଖାଦ୍ୟ ପ୍ରସ୍ତୁତି ସମୟରେ ରୋଷେଇ ଘରର ବାସନକୁସନ କିମ୍ବା ଫ୍ୟାକ୍ଟ୍ରିରେ ଖାଦ୍ୟ ସାମଗ୍ରୀର ପରିବହନ ପାଇଁ ବ୍ୟବହୃତ ହେଉଥିବା କନ୍ଭେନର୍ ବେଲ୍ଟ ଆଦି ମାଧ୍ୟମରେ ଖାଦ୍ୟରେ ମିଶିଥାଏ ବୋଲି ବୈଜ୍ଞାନିକମାନେ ଅନୁମାନ କରିଥିଲେ।
The post ଫୁଡ୍ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ appeared first on Dharitri Odia News.