ବୀମା କ୍ଷେତ୍ରକୁ FDI ବୃଦ୍ଧି ଲାଗି ସଂସଦର ଶୀତ ଅଧିବେଶନରେ ଆସିବ କମ୍ପୋଜିଟ ଲାଇସେନ୍ସ ବିଲ୍
ନୂଆଦିଲ୍ଲୀ ୬।୧୧: କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ବୀମା ଆଇନରେ ସଂଶୋଧନ ଲାଗି ଏକ ବିଧେୟକ ଉପସ୍ଥାପନ କରିପାରନ୍ତି, ଯାହା ଦ୍ୱାରା ଏହି କ୍ଷେତ୍ରକୁ ଅଧିକ ଉଦାର କରାଯାଇ ପାରିବ। ସୂତ୍ର ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସୀମାକୁ ବର୍ତ୍ତମାନର ୭୪ ପ୍ରତିଶତରୁ ବଢାଇ ୧୦୦ ପ୍ରତିଶତ କରିବା ଓ ଜୀବନ ତଥା ଅଣଜୀବନ ବୀମା ଲାଗି କମ୍ପୋଜିଟ ଲାଇସେନସିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଦେଶରେ ବୀମା କ୍ଷେତ୍ର ସମ୍ପ୍ରସାରଣ ନିମନ୍ତେ ଅନ୍ୟ ପରିବର୍ତ୍ତନରେ ମାଇକ୍ରୋ ବୀମା କମ୍ପାନୀଙ୍କ ଲାଗି ପୁଞ୍ଜି ଆବଶ୍ୟକତାକୁ କମ କରାଯାଇ ପାରେ। କମ୍ପୋଜିଟ ଲାଇସେନ୍ସ ଲାଗି ଯଦିଓ ନ୍ୟୁନତମ ପୁଞ୍ଜି ସୀମା ଜୀବନ ଓ ଅଣ ଜୀବନ ବୀମା ଲାଗି ପୃଥକ ପୃଥକ, ତେବେ ଲାଇସେନ୍ସ ତୁଳନାରେ ଅଧିକ ହୋଇପାରେ। ଜନୈକ ଅଧିକାରୀଙ୍କ ଅନୁସାରେ ବୀମା ସଂଶୋଧନ ବିଧେୟକ ଉପରେ ଏବେ କାମ ଚାଲିଛି। ଏହାକୁ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯାଇ ପାରେ। ଭାରତରେ ବୀମା କ୍ଷେତ୍ର ୨୦୨୧ରେ ମାତ୍ର ୪.୨ ପ୍ରତିଶତ ରହିଛି ଯାହା ସାରା ବିଶ୍ୱରେ ଏହା ୭ ପ୍ରତିଶତ । ଏହା ଛଡା ଭାରତୀୟ ବୀମା କ୍ଷେତ୍ର କେବଳ ଜୀବନ ବୀମା ଉପରେ ଗୁରୁତ୍ୱ ଦେଉଛି ଏଣୁ ଏହାର ଅଂଶିଦାରୀ ପାଖାପାଖି ୭୬ ପ୍ରତିଶତ ରହୁଛି। ଏଥିରେ ବୈଶ୍ୱିକ ସ୍ତରରେ ଜୀବନ ବୀମା ପ୍ରିମିୟମରେ ଜୀବନ ବୀମା ବ୍ୟବସାୟର ଅଂଶ ୨୦୨୧ରେ ୪୩.୭ ପ୍ରତିଶତ ଥିଲା। ଏହି ସମୟରେ ଅ
ନୂଆଦିଲ୍ଲୀ ୬।୧୧: କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ବୀମା ଆଇନରେ ସଂଶୋଧନ ଲାଗି ଏକ ବିଧେୟକ ଉପସ୍ଥାପନ କରିପାରନ୍ତି, ଯାହା ଦ୍ୱାରା ଏହି କ୍ଷେତ୍ରକୁ ଅଧିକ ଉଦାର କରାଯାଇ ପାରିବ। ସୂତ୍ର ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସୀମାକୁ ବର୍ତ୍ତମାନର ୭୪ ପ୍ରତିଶତରୁ ବଢାଇ ୧୦୦ ପ୍ରତିଶତ କରିବା ଓ ଜୀବନ ତଥା ଅଣଜୀବନ ବୀମା ଲାଗି କମ୍ପୋଜିଟ ଲାଇସେନସିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି।
ଦେଶରେ ବୀମା କ୍ଷେତ୍ର ସମ୍ପ୍ରସାରଣ ନିମନ୍ତେ ଅନ୍ୟ ପରିବର୍ତ୍ତନରେ ମାଇକ୍ରୋ ବୀମା କମ୍ପାନୀଙ୍କ ଲାଗି ପୁଞ୍ଜି ଆବଶ୍ୟକତାକୁ କମ କରାଯାଇ ପାରେ। କମ୍ପୋଜିଟ ଲାଇସେନ୍ସ ଲାଗି ଯଦିଓ ନ୍ୟୁନତମ ପୁଞ୍ଜି ସୀମା ଜୀବନ ଓ ଅଣ ଜୀବନ ବୀମା ଲାଗି ପୃଥକ ପୃଥକ, ତେବେ ଲାଇସେନ୍ସ ତୁଳନାରେ ଅଧିକ ହୋଇପାରେ। ଜନୈକ ଅଧିକାରୀଙ୍କ ଅନୁସାରେ ବୀମା ସଂଶୋଧନ ବିଧେୟକ ଉପରେ ଏବେ କାମ ଚାଲିଛି। ଏହାକୁ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯାଇ ପାରେ।
ଭାରତରେ ବୀମା କ୍ଷେତ୍ର ୨୦୨୧ରେ ମାତ୍ର ୪.୨ ପ୍ରତିଶତ ରହିଛି ଯାହା ସାରା ବିଶ୍ୱରେ ଏହା ୭ ପ୍ରତିଶତ । ଏହା ଛଡା ଭାରତୀୟ ବୀମା କ୍ଷେତ୍ର କେବଳ ଜୀବନ ବୀମା ଉପରେ ଗୁରୁତ୍ୱ ଦେଉଛି ଏଣୁ ଏହାର ଅଂଶିଦାରୀ ପାଖାପାଖି ୭୬ ପ୍ରତିଶତ ରହୁଛି। ଏଥିରେ ବୈଶ୍ୱିକ ସ୍ତରରେ ଜୀବନ ବୀମା ପ୍ରିମିୟମରେ ଜୀବନ ବୀମା ବ୍ୟବସାୟର ଅଂଶ ୨୦୨୧ରେ ୪୩.୭ ପ୍ରତିଶତ ଥିଲା। ଏହି ସମୟରେ ଅଣ ଜୀବନ ବୀମା ପ୍ରିମିୟମର ଭାଗିଦାରୀ ୫୬.୩ ପ୍ରତିଶତ ରହିଛି।
ଅଧିକାରୀ କହିଛନ୍ତି ଯେ ଏକ ଜୀବନ୍ତ ବୀମା କ୍ଷେତ୍ର ବଜାରର ସ୍ଥିରତାକୁ ପ୍ରୋତ୍ସାହନ ଦେଇଥାଏ ଓ ଆର୍ଥିକ ଝଟକାକୁ ସହନ କରିଥାଏ, ଦୀର୍ଘ କାଳୀକ ପୁଞ୍ଜି ଉପଲବ୍ଧ କରାଇ ଥାଏ ଓ ରୋଜଗାର ସୃଷ୍ଟି କରେ ଏହାକୁ ନଜରରେ ରଖି ସରକାର ଏହି କ୍ଷେତ୍ରରେ ଏଫଡିଆଇ ସୀମାକୁ ୭୪ ପ୍ରତିଶତରୁ ବୃଦ୍ଧି କରି ୧୦୦ ପ୍ରତିଶତ କରିବାକୁ ବିଚାର କରୁଛନ୍ତି। ୨୦୨୧ ବୀମା(ସଂଶୋଧନ) ଅଧିନିୟମ ବୀମା କ୍ଷେତ୍ରରେ ଏଫଡିଆଇ ସୀମାକୁ ୪୯ ପ୍ରତିଶତରୁ ବଢାଇ ୪୭ ପ୍ରତିଶତ କରିଥିଲା। ୨୦୦୦ ମସିହାରେ ଯେତେବଳେ ଏହି କ୍ଷେତ୍ରକୁ ଘରୋଇ କ୍ଷେତ୍ର ନିମନ୍ତେ ଉନ୍ମୁକ୍ତ କରାଯାଇଥିଲା ସେତେବେଳେ ଏଫଡିଆଇ ସୀମା ମାତ୍ର ୨୬ ପ୍ରତିଶତ ଥିଲା।
ବୀମା କ୍ଷେତ୍ରକୁ ଘରୋଇ କ୍ଷେତ୍ର ନିମନ୍ତେ ଖୋଲାଯିବା ପରେ ଜାନୁୟାରୀ ୨୦୨୪ ସୁଧା ଦେଶରେ ବୀମା କମ୍ପାନୀଙ୍କ ସଂଖ୍ୟା ୫୩ରୁ ବଢି ୭୦କୁ ପହଞ୍ଚିଥିଲା। ଯଦିଓ ଅନେକ ଭାରତୀୟ ବୀମା କମ୍ପାନୀରେ ୭୪ ପ୍ରତିଶତ ବିଦେଶୀ ମାଲିକାନା ନାହିଁ ତଥାପି ଏଜେସ ଫେଡେରାଲ ଲାଇଫ ଇନସ୍ୟୁରାନ୍ସ ପ୍ରଥମ ଭାରତୀୟ ଜୀବନ ବୀମା କମ୍ପାନୀରେ ପରିଣତ ହୋଇଛି ଯାହାର ବିଦେଶୀ ଭାଗିଦାରୀ ୭୪ ପ୍ରତିଶତ ରହିଛି।
ନିକଟରେ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଚେୟାରମ୍ୟାନ ଦେବାଶିଷ ପଣ୍ଡା କହିଛନ୍ତି ଯେ ଦେଶକୁ ଆହୁରି ଅଧିକ ବୀମା କମ୍ପାନୀଙ୍କ ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ଥିବା ବୀମା କମ୍ପାନୀମାନେ ଦେଶର ୧.୪ ବିଲିୟନ ଜନସଂଖ୍ୟା ଆବଶ୍ୟକତା ପୁରଣ କରିବାକୁ ଯଥେଷ୍ଠ ହେଉ ନାହାନ୍ତି। ବୀମା ଅଧିନିୟମ ଓ ଭାରତୀୟ ବୀମା ବିନିୟାମକ ବିକାଶ ପ୍ରାଧିକରଣର ନିୟମ କୌଣସି ବୀମାକର୍ତ୍ତାଙ୍କୁ ଏକ ୟୁନିଟ ଭାବେ ଜୀବନ ଓ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ଲାଇସେନସିଂର ଅନୁମତି ନାହିଁ। କମ୍ପୋଜିଟ ଲାଇସେନ୍ସ ଅନୁମତି ମିଳିଲେ ବୀମା କ୍ଷେତ୍ରକୁ ଏହାର ବିଭିନ୍ନ ଲାଭ ଯୋଗୁ ଅଧିକ ପ୍ରୋତ୍ସାହନ ମିଳି ପାରନ୍ତା।
ଏହା ଦ୍ୱାରା ବୀମା କମ୍ପାନୀଙ୍କର ସେମାନଙ୍କ ବ୍ୟୟ ଓ ଅନୁପାଳନ ସମ୍ପର୍କିତ ସମସ୍ୟା ହ୍ରାସ ହୋଇ ପାରନ୍ତା, କାରଣ ସେମାନେ ଗୋଟିଏ ଛାତ ତଳେ ଅଲଗା ଅଲଗା ବୀମା ବ୍ୟବସାୟ ଚଳାଇ ପାରନ୍ତେ। ଏହା ଦ୍ୱାରା ଗ୍ରାହଙ୍କୁ ଅଧିକ ବିକଳ୍ପ ଓ ମୂଲ୍ୟ ମଧ୍ୟ ମିଳି ପାରନ୍ତା, ଯେପରିକି ଗୋଟିଏ ବୀମା ଯେଉଁଥିରେ ଜୀବନ, ସ୍ୱାସ୍ଥ୍ୟ ଓ ସଞ୍ଚୟ ସାମିଲ ହୋଇ ପାରନ୍ତା।