ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା
ରାଜନଗର,୯ା୯(ଭାସ୍କର ରାଉତରାୟ): ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜ ଅଧୀନ ଏକମାଣିଆ ବାଲିଡ଼ିଆ ଆଇଲ୍ୟାଣ୍ଡରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି। ଚଳିତବର୍ଷ ଡାଙ୍ଗମାଳ ରେଞ୍ଜରେ ୩ଟି ଟିମ୍ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍ ପକ୍ଷୀ ଗଣନା କରିବେ। ୪ଟି ଟିମ୍ ପ୍ରତିଦିନ ସକାଳ ୬ଟାରୁ ୯ଟା ଯାଏ ଦେଶୀୟ ପକ୍ଷୀଙ୍କ ଗଣନା […] The post ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା appeared first on Dharitri Odia News.
ରାଜନଗର,୯ା୯(ଭାସ୍କର ରାଉତରାୟ): ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ ସହ ରାଜନଗର ରେଞ୍ଜ ଅଧୀନ ଏକମାଣିଆ ବାଲିଡ଼ିଆ ଆଇଲ୍ୟାଣ୍ଡରେ ଦେଶୀୟ ପକ୍ଷୀ ବସା କରି ଅଣ୍ଡା ଦେଇଛନ୍ତି। ଚଳିତବର୍ଷ ଡାଙ୍ଗମାଳ ରେଞ୍ଜରେ ୩ଟି ଟିମ୍ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍ ପକ୍ଷୀ ଗଣନା କରିବେ। ୪ଟି ଟିମ୍ ପ୍ରତିଦିନ ସକାଳ ୬ଟାରୁ ୯ଟା ଯାଏ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ସୋମବାରଠାରୁ ଆରମ୍ଭ ହେଉଥିବା ଗଣନା ୫ଦିନ ଧରି ଚାଲିବ। ପ୍ରତି ଟିମ୍ରେ ୫ଜଣ ଲେଖାଏ ବନ କର୍ମଚାରୀ ସାମିଲ ହେବେ। ଭିତରକନିକାରେ ଗେଣ୍ଡାଳିଆ, ପାଣିକୁଆ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ଖଇରା, ଅନ୍ଧାରିଆ ବଗ, କାପରଖାଇ, ସାନ ବଗ, ଦାବେଣ୍ଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ଼ ଜମା ହୋଇଥିବା ଜଣାପଡ଼ିଛି।
The post ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା appeared first on Dharitri Odia News.