ନେପାଳରେ ଭାଙ୍ଗିଲା 'ପ୍ରଚଣ୍ଡ ସରକାର', ସଂସଦରେ ଆସ୍ଥା ଭୋଟ ହାରିଲେ ପୁଷ୍ପ କମଲ ଦହଲ; ଓଲି ହେବେ ନୂଆ ପିଏମ୍

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ଶୁକ୍ରବାର ସଂସଦରେ ହୋଇଥିବା ଆସ୍ଥା ଭୋଟ ହାରିଛନ୍ତି । ଏହାସହ ନେପାଳରେ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାର କ୍ଷମତାଚ୍ୟୁତ ହୋଇଛି । ଗତ ସପ୍ତାହରେ ତାଙ୍କ ସରକାରଙ୍କଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ-ୟୁନିଫାଇଡ ମାର୍କ୍ସବାଦୀ ଲେନିନବାଦୀ ନିଜ ସମର୍ଥନ ଫେରାଇ ନେଇଥିଲା । ଦେଶର ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୬୯ ବର୍ଷୀୟ ପ୍ରଚଣ୍ଡଙ୍କୁ ୬୩ ଭୋଟ ମିଳିଥିଲା, ଅନ୍ୟପଟେ ବିଶ୍ୱାସମତ ପ୍ରସ୍ତାବ ବିରୋଧରେ ୧୯୪ ଭୋଟ ପଡ଼ିଥିଲା । ଆସ୍ଥା ଭୋଟ ଜିତିବା ପାଇଁ ଅତି କମରେ ୧୩୮ ଭୋଟର ଆବଶ୍ୟକତା ରହିଥାଏ । ୨୦୨୨ ଡିସେମ୍ୱର ୨୫ରେ ପଦ ସମ୍ଭାଳିବା ପରେ ଚାରି ଥର ବିରୋଧୀଙ୍କ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଜିତିବାରେ ସଫଳ ହୋଇଥିଲେ, କିନ୍ତୁ ଏଥର ବିଫଳ ହୋଇଛନ୍ତି ।ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ-ୟୁଏମଏଲ ଗୃହର ଦ୍ୱିତୀୟ ବଡ଼ ପାର୍ଟି ହୋଇଛି । ନେପାଳ କଂଗ୍ରେସ ସହ କ୍ଷମତା-ସେୟାରିଂ ବୁଝାମଣା ଉପରେ ହସ୍ତାକ୍ଷର କରିବା ପରେ ଗତ ସପ୍ତାହରେ ପ୍ରଚଣ୍ଡଙ୍କ ନେତୃତ୍ୱଧୀନ ସରକାରଙ୍କଠାରୁ ସମର୍ଥନ ଫେରାଇ ନେଇଥିଲେ । ନେପାଳୀ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଓବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଓଲିଙ୍କୁ ସମର୍ଥନ କରିସାରିଛନ୍ତି । ନେପାଳୀ କଂଗ୍ରେସ ପାଖରେ ୮୮ ସାଂସଦ ଅଛନ୍ତି, ଅନ୍ୟପଟେ ସିପିଏନ-

ନେପାଳରେ ଭାଙ୍ଗିଲା 'ପ୍ରଚଣ୍ଡ ସରକାର', ସଂସଦରେ ଆସ୍ଥା ଭୋଟ ହାରିଲେ ପୁଷ୍ପ କମଲ ଦହଲ; ଓଲି ହେବେ ନୂଆ ପିଏମ୍

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ଶୁକ୍ରବାର ସଂସଦରେ ହୋଇଥିବା ଆସ୍ଥା ଭୋଟ ହାରିଛନ୍ତି । ଏହାସହ ନେପାଳରେ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାର କ୍ଷମତାଚ୍ୟୁତ ହୋଇଛି । ଗତ ସପ୍ତାହରେ ତାଙ୍କ ସରକାରଙ୍କଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ-ୟୁନିଫାଇଡ ମାର୍କ୍ସବାଦୀ ଲେନିନବାଦୀ ନିଜ ସମର୍ଥନ ଫେରାଇ ନେଇଥିଲା । ଦେଶର ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୬୯ ବର୍ଷୀୟ ପ୍ରଚଣ୍ଡଙ୍କୁ ୬୩ ଭୋଟ ମିଳିଥିଲା, ଅନ୍ୟପଟେ ବିଶ୍ୱାସମତ ପ୍ରସ୍ତାବ ବିରୋଧରେ ୧୯୪ ଭୋଟ ପଡ଼ିଥିଲା । ଆସ୍ଥା ଭୋଟ ଜିତିବା ପାଇଁ ଅତି କମରେ ୧୩୮ ଭୋଟର ଆବଶ୍ୟକତା ରହିଥାଏ । ୨୦୨୨ ଡିସେମ୍ୱର ୨୫ରେ ପଦ ସମ୍ଭାଳିବା ପରେ ଚାରି ଥର ବିରୋଧୀଙ୍କ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଜିତିବାରେ ସଫଳ ହୋଇଥିଲେ, କିନ୍ତୁ ଏଥର ବିଫଳ ହୋଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ-ୟୁଏମଏଲ ଗୃହର ଦ୍ୱିତୀୟ ବଡ଼ ପାର୍ଟି ହୋଇଛି । ନେପାଳ କଂଗ୍ରେସ ସହ କ୍ଷମତା-ସେୟାରିଂ ବୁଝାମଣା ଉପରେ ହସ୍ତାକ୍ଷର କରିବା ପରେ ଗତ ସପ୍ତାହରେ ପ୍ରଚଣ୍ଡଙ୍କ ନେତୃତ୍ୱଧୀନ ସରକାରଙ୍କଠାରୁ ସମର୍ଥନ ଫେରାଇ ନେଇଥିଲେ । ନେପାଳୀ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଓବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଓଲିଙ୍କୁ ସମର୍ଥନ କରିସାରିଛନ୍ତି । ନେପାଳୀ କଂଗ୍ରେସ ପାଖରେ ୮୮ ସାଂସଦ ଅଛନ୍ତି, ଅନ୍ୟପଟେ ସିପିଏନ-ୟୁଏମଏଲ ପାଖରେ ୭୯ ସାଂସଦ ଅଛନ୍ତି । ଏହିପରି ଦୁହିଙ୍କ ପାଖରେ ମୋଟ ୧୬୭ ସାଂସଦ ଅଛନ୍ତି, ଯାହା ନିମ୍ନ ସଦନରେ ବହୁମତ ପାଇଁ ଆବଶ୍ୟକ ୧୩୮ ଆସନଠାରୁ ବହୁ ଅଧିକ ।

କେପି ଶର୍ମା ଓଲି ଏବଂ ନେପାଳୀ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଓବା ଖୁବଶୀଘ୍ର ରାଷ୍ଟ୍ରପତି ରାମ ଚନ୍ଦ୍ର ପଉଦେଲଙ୍କୁ ଭେଟିପାରନ୍ତି । ଦୁଇ ଦେଶର ସବୁ ସାଂସଦଙ୍କ ହସ୍ତାକ୍ଷର ସହ ଓଲିଙ୍କୁ ନୂଆ ପ୍ରଧାନମନ୍ତ୍ରୀ କରିବା ପାଇଁ ଦାବି କରିପାରନ୍ତି । ନୂଆ ସରକାରର ଗଠନ ପରେ ଆଗାମୀ ୩୦ ଦିନ ଭିତରେ ସଂସଦରେ ଆସ୍ଥା ଭୋଟ ଜିତିବାକୁ ପଡ଼ିବ ।