ଗୁଣିଆ ସନ୍ଦେହରେ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ, ଥାନାରେ ଏତଲା ପରେ…
ଦିଗପହଣ୍ଡି,୨୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ(ତନ୍ତ୍ର ସାଧକ) ସନ୍ଦେହରେ ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାନନ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୬୨/୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗ୍ରାମର ଜଣେ ଯୁବତୀଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ […] The post ଗୁଣିଆ ସନ୍ଦେହରେ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ, ଥାନାରେ ଏତଲା ପରେ… appeared first on Dharitri Odia News.
ଦିଗପହଣ୍ଡି,୨୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ(ତନ୍ତ୍ର ସାଧକ) ସନ୍ଦେହରେ ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାନନ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୬୨/୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗ୍ରାମର ଜଣେ ଯୁବତୀଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୋଗ ନିରୂପଣ ନ ହେବାରୁ ତାଙ୍କୁ କେହି ଗୁଣିଆ (ତନ୍ତ୍ର ବିଦ୍ୟା) କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଗାଁ ନିକଟସ୍ଥ ଜଣେ ତନ୍ତ୍ର ସାଧକଙ୍କ ପରାମର୍ଶ କ୍ରମେ ଗ୍ରାମର ଜଣେ ବ୍ୟକ୍ତି ହିଁ ଯୁବତୀଙ୍କୁ ତନ୍ତ୍ର ବିଦ୍ୟା ପ୍ରୟୋଗ କରିଥିବା ସୂଚନା ଦେଇଥିଲେ। ପରେ ପରିବାର ଓ ସମ୍ପର୍କୀୟ ଲୋକେ ପଞ୍ଚାନନଙ୍କୁ ସନ୍ଦେହ କରି ଗତ ବୁଧବାର ରାତିରେ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି।
ଆଜିର ମାନବ ମହାକାଶରେ ଗବେଷଣା ଜାରି ରଖିଛନ୍ତି। ବିଜ୍ଞାନର ବହୁଳ ଅଗ୍ରଗତି ଘଟି ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ଗୁଣିଆ ଭଳି ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଲୋକେ ଚିକିତ୍ସା ବିଦ୍ୟାକୁ ଗୁରୁତ୍ୱ ନ ଦେଇ ଏବେବି ଝଡ଼ା ଫୁଙ୍କା,ଚେର ମୂଳି ଚିକିତ୍ସା, ଗୁଣି ଗାରେଡ଼ି ଓ ତନ୍ତ୍ରବିଦ୍ୟାକୁ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ପୂଜାପାଠ କରୁଥିବା ଲୋକଙ୍କୁ ଗୁଣିଆ ସନ୍ଦେହରେ ନିର୍ଯାତନା ଦେବା ସହ ଆକ୍ରମଣ କରି ହତ୍ୟା କରୁଥିବା ଘଟଣା ନଜିର ରହିଛି। ଏଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
The post ଗୁଣିଆ ସନ୍ଦେହରେ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ, ଥାନାରେ ଏତଲା ପରେ… appeared first on Dharitri Odia News.