ଏହି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍
ନୂଆଦିଲ୍ଲୀ,୧୧।୪: ଭାଜପା ଗୁରୁବାର ୧୧ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି। ଉତ୍ତରପ୍ରଦେଶର ଭଦୋହି ଆସନରୁ ଭାଜପା ଏହି ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି। ବିନ୍ଦ ବର୍ତ୍ତମାନ ମିର୍ଜାପୁର ଜିଲାର ମଜୱାନ ବିଧାନସଭା ଆସନରୁ ନିଶାଦ ପାର୍ଟିର ବିଧାୟକ। ଚଳିତ ନିର୍ବାଚନରେ ନିଶାଦ ପାର୍ଟି ଭାଜପା ସହ ମେଣ୍ଟ କରିଛି। ବିନ୍ଦ ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଏବଂ ତାଙ୍କର ନିଜସ୍ବ […] The post ଏହି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୪: ଭାଜପା ଗୁରୁବାର ୧୧ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି। ଉତ୍ତରପ୍ରଦେଶର ଭଦୋହି ଆସନରୁ ଭାଜପା ଏହି ପ୍ରାର୍ଥୀ ଘୋଷଣା କରିଛି। ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି। ବିନ୍ଦ ବର୍ତ୍ତମାନ ମିର୍ଜାପୁର ଜିଲାର ମଜୱାନ ବିଧାନସଭା ଆସନରୁ ନିଶାଦ ପାର୍ଟିର ବିଧାୟକ। ଚଳିତ ନିର୍ବାଚନରେ ନିଶାଦ ପାର୍ଟି ଭାଜପା ସହ ମେଣ୍ଟ କରିଛି।
ବିନ୍ଦ ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଏବଂ ତାଙ୍କର ନିଜସ୍ବ ଡାକ୍ତରଖାନା ମଧ୍ୟ ଅଛି। ଭଦୋହିରେ ଟିଏମସି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲଲିତେଶପତି ତ୍ରିପାଠୀଙ୍କୁ ଭେଟିବ। ଲଲିତେଶ ଏସପି-କଂଗ୍ରେସ ମିଳିତ ମେଣ୍ଟର ପ୍ରାର୍ଥୀ। ଏସପି ଏହି ଆସନ ଟିଏମସିକୁ ଦେଇଛି।
The post ଏହି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.