ପ୍ରଥମ ମହିଳା ପୌରାଧ୍ୟକ୍ଷାଙ୍କ ପରଲୋକ
ଜି ଉଦୟଗିରି : ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ତଥା ପ୍ରଥମ ମହିଳା ଆଇନଜୀବୀ ବିଜୟଲକ୍ଷ୍ମୀ ଭୋଇ ୬୮ ଙ୍କ ଜି ଉଦୟଗିରି ବଡସାହି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବିବରଣୀରୁ ପ୍ରକାଶ ଯେ ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୨୭/୧୨/୭୯ ରେ ଗଠିତ ହେବା ପରେ ପ୍ରଥମ ମହିଳା ପୌରଧକ୍ଷl ଭାବେ ୧୯/୦୮/୯୭ ରୁ ୧୮/୦୭/୨୦୦୨ ପର୍ଯ୍ୟନ୍ତ ରହି ଭଞ୍ଜମାର୍କେଟ […]

ଜି ଉଦୟଗିରି : ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ତଥା ପ୍ରଥମ ମହିଳା ଆଇନଜୀବୀ ବିଜୟଲକ୍ଷ୍ମୀ ଭୋଇ ୬୮ ଙ୍କ ଜି ଉଦୟଗିରି ବଡସାହି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବିବରଣୀରୁ ପ୍ରକାଶ ଯେ ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୨୭/୧୨/୭୯ ରେ ଗଠିତ ହେବା ପରେ ପ୍ରଥମ ମହିଳା ପୌରଧକ୍ଷl ଭାବେ ୧୯/୦୮/୯୭ ରୁ ୧୮/୦୭/୨୦୦୨ ପର୍ଯ୍ୟନ୍ତ ରହି ଭଞ୍ଜମାର୍କେଟ କମ୍ପ୍ଲେକ୍ସ, ନେହେରୁ ମାର୍କେଟ କମ୍ପ୍ଲେକ୍ସ ,ନୂତନ ବସଷ୍ଟାଣ୍ଡ ଓ ଏସ ଜେ ଏସ ଆର ୱାଇ ଯୋଜନା ମାଧ୍ୟମରେ ବି ପି ଏଲ ଧାରୀଙ୍କୁ ସ୍ବାବଲମ୍ବୀ କରାଇବାରେ ପ୍ରମୁଖା ଭୂମିକା ଗ୍ରହଣ କରିବା ସହ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ପ୍ରଚାର ହେବା ପରେ ତାଙ୍କ ବଡସାହି ସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ, ଲୋକପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଆଜି ତାଙ୍କର ପୁରୀ ସ୍ଵର୍ଗଦ୍ଵାରରେ ଶେଷ କୃତ୍ୟସଂପନ୍ନ ହୋଇଛି। ବଡପୁଅ ଅମିତ( ମିତୁ ) ମୁଖାଗ୍ନି ଦେଇଥିବା ବେଳେ ବୋହୁ, ନାତି ଓ ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।