ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ
ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ମହୋତ୍ସବକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖାଯାଇଛି। ସେହିପରି କଳାକାରମାନେ ମଧ୍ୟ ଅନ୍ୟବର୍ଷ ତୁଳନାରେ ଏଥର ନିଖୁଣ ଅଭିନୟ କରିବା ପାଇଁ ସେମାନଙ୍କ ରିହର୍ସାଲ ଜାରି ରଖିଛନ୍ତି। ସୋମବାର କଳାକାରଙ୍କ ରିହର୍ସାଲ ସରିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି କଳାକାର ସମନ୍ବୟ ସମିତିର ସହ ଆବାହକ ଅଶୋକ ବେହେରା କହିଛନ୍ତି। କଳାକାରଙ୍କ ଅଭିନୟ […] The post ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ appeared first on Dharitri Odia News.
ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ମହୋତ୍ସବକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖାଯାଇଛି। ସେହିପରି କଳାକାରମାନେ ମଧ୍ୟ ଅନ୍ୟବର୍ଷ ତୁଳନାରେ ଏଥର ନିଖୁଣ ଅଭିନୟ କରିବା ପାଇଁ ସେମାନଙ୍କ ରିହର୍ସାଲ ଜାରି ରଖିଛନ୍ତି। ସୋମବାର କଳାକାରଙ୍କ ରିହର୍ସାଲ ସରିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି କଳାକାର ସମନ୍ବୟ ସମିତିର ସହ ଆବାହକ ଅଶୋକ ବେହେରା କହିଛନ୍ତି। କଳାକାରଙ୍କ ଅଭିନୟ ଅନ୍ୟବର୍ଷଠାରୁ ଏଥର ଅଧିକ ଆକର୍ଷଣୀୟ ଏବଂ ଚିତ୍ତାକର୍ଷକ ହେବ ବୋଲି ବେହେରା କହିଛନ୍ତି।
୨୦୨୫ ଜାନୁଆରୀ ୩ତାରିଖରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଜାନୁଆରୀ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ଧନୁଯାତ୍ରାର ଅନେକ କଳାକାର ଏଥର ବଦଳିଛନ୍ତି। ସେମାନଙ୍କ ମଧ୍ୟରେ କଂସ, ଶ୍ରୀକୃଷ୍ଣ, ବଳରାମ ଅଭିନେତା ମଧ୍ୟ ରହିଛନ୍ତି। ଭୁବନେଶ୍ୱର ପ୍ରଧାନ କଂସ, ସ୍ବପ୍ନିଳ ମହାପାତ୍ର କୃଷ୍ଣ, ଦିବ୍ୟାଂଶୁ ବିର୍ତ୍ତିଆ ବଳରାମ ଏବଂ ସାଇନା ପ୍ରଧାନ ଶ୍ରୀରାଧା ଭୂମିକାରେ ଅଭିନୟ କରିବେ। ଏଥର ଧନୁଯାତ୍ରା ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ଏବଂ ରାଜ୍ୟ ବାହାର ବିଶିଷ୍ଟ ଅଭିନେତା ମଧ୍ୟ ରାଜ ଅତିଥି ଭାବେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଦୃଷ୍ଟିରୁ କଳାକାରଙ୍କ ଦୃଶ୍ୟାଭିନୟ ଯେଭଳି ଅଧିକ ଉଚ୍ଚକୋଟୀର ହେବ ସେଥିପ୍ରତି ଧନୁଯାତ୍ରା ମହୋତ୍ସବ ସମିତି ଗୁରୁତ୍ୱ ଦେଇଛି।
ଏହି କ୍ରମରେ ଗତ ୧୬ତାରିଖରୁ ବରଗଡ଼ ଗାନ୍ଧୀଛକ କଲ୍ୟାଣ ମଣ୍ଡପରେ ଧନୁଯାତ୍ରା କଳାକାରଙ୍କ ରିହର୍ସାଲ ଆରମ୍ଭ ହୋଇଛି। ଏଥିରେ ଧନୁଯାତ୍ରାର ସମସ୍ତ ଦୃଶ୍ୟାଭିନୟ ଉପରେ କଳାକାର ନିଜ ଅଭିନୟର ଯାଦୁ ଦେଖାଉଛନ୍ତି। ଉଗ୍ରସେନ ମହାରାଜଙ୍କ ରାଜାଭିଷେକ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣଠାରୁ ଆରମ୍ଭ କରି ଶ୍ରୀକୃଷ୍ଣ, ବଳରାମଙ୍କ ଦ୍ୱାରା କଂସବଧ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟାଭିନୟରେ କଳାକାରମାନେ ରିହର୍ସାଲ କରିଛନ୍ତି। ସୋମବାର ଏହାର ଶେଷ ଦିବସ ରହିଛି ବୋଲି ଧନୁଯାତ୍ରା କଳାକାର ସମନ୍ବୟ ସମିତିର ସହ ଆବାହକ ବେହେରା କହିଛନ୍ତି। ପୂର୍ବାଭ୍ୟାସରେ ଧନୁଯାତ୍ରା କଳାକାର ସମନ୍ବୟ ସମିତିର ସହ ଆବାହକ ବେହେରାଙ୍କ ସମେତ ଭୁବନ ଭୋଇ, ନକୁଳ ବାଦୀ ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ଦିଗ୍ଦର୍ଶନ ଦେଉଛନ୍ତି।
The post ରିହର୍ସାଲରୁ ଦୃଶ୍ୟାଭିନୟ ଝଲକ appeared first on Dharitri Odia News.