ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜି ଆଧ୍ୟାମତ୍ିକ ଗ୍ରହ ଶନିଶ୍ଚରଙ୍କ ରାଶି ପ୍ରତି ଦୃଷ୍ଟି ହେତୁ ମନରେ ଈଶ୍ୱରୀୟ ଭାବନା ଜାଗ୍ରତ ହୋଇପାରେ। ଆମତ୍ୀୟ, ବନ୍ଧୁ ପରିଜନ, ପଡୋଶୀଙ୍କୁ ନେଇ ମିଳନପର୍ବ ଅନୁଷ୍ଠିତ ହେବ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଅଭିଳାଷ ପୂରଣ ଦିଗରେ ଅନୁଧାବିତ ହୋଇପାରନ୍ତି। ପୂର୍ବରୁ ରହିଥିବା ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିପାରେ। ବୃଷ ରାଶିରେ ଉଚ୍ଚସ୍ଥ ଚନ୍ଦ୍ରଙ୍କ ଯୋଗୁ ଯାହା ଚାହୁଁଥିଲେ ଆଜି ତାହା ପାଇବା କାରଣରୁ ମନ ପ୍ରଫୁଲ୍ଲ ରହିବ। କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ […] The post ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope
ମେଷ
ଆଜି ଆଧ୍ୟାମତ୍ିକ ଗ୍ରହ ଶନିଶ୍ଚରଙ୍କ ରାଶି ପ୍ରତି ଦୃଷ୍ଟି ହେତୁ ମନରେ ଈଶ୍ୱରୀୟ ଭାବନା ଜାଗ୍ରତ ହୋଇପାରେ। ଆମତ୍ୀୟ, ବନ୍ଧୁ ପରିଜନ, ପଡୋଶୀଙ୍କୁ ନେଇ ମିଳନପର୍ବ ଅନୁଷ୍ଠିତ ହେବ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଅଭିଳାଷ ପୂରଣ ଦିଗରେ ଅନୁଧାବିତ ହୋଇପାରନ୍ତି। ପୂର୍ବରୁ ରହିଥିବା ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିପାରେ।
ବୃଷ
ବୃଷ
ରାଶିରେ ଉଚ୍ଚସ୍ଥ ଚନ୍ଦ୍ରଙ୍କ ଯୋଗୁ ଯାହା ଚାହୁଁଥିଲେ ଆଜି ତାହା ପାଇବା କାରଣରୁ ମନ ପ୍ରଫୁଲ୍ଲ ରହିବ। କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନଶିପ୍‌, ସାହିତ୍ୟ, ସାମ୍ବାଦିକତାରୁ ଖୁସି ରହିବେ। ସାମାଜିକ ସ୍ତରରେ ବିବାଦୀୟ ଘଟଣାରୁ ଦୂରେଇ ରହିବା ଭଲ ହେବ। ଅର୍ଥ ସଙ୍କଟ ସାଙ୍ଗକୁ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ।
ମିଥୁନ
ମିଥୁନ
ଦ୍ୱିତୀୟସ୍ଥ ବୁଧ ପ୍ରଭାବରେ ଶାରୀରିକ ସୁସ୍ଥତା, ସମ୍ପର୍କୀୟଙ୍କ ସମାଦର, ଆକସ୍ମିକ ଅର୍ଥପ୍ରାପ୍ତି ଦିନଟିକୁ ହର୍ଷଣ ମୁଖର କରାଇବ। ସହକର୍ମୀଙ୍କ ସହଯୋଗର ପ୍ରତିଶ୍ରୁତି ମନକୁ ହାଲୁକା କରିବ। ଖଳଲୋକଙ୍କ ହାବୁଡରେ ପଡ଼ିବେ, ମାତ୍ର କିଛି ଅସୁବିଧା ହେବନାହିଁ। ବ୍ୟବସାୟରେ ଉନ୍ନତି ହେବ, କିନ୍ତୁ ଋଣ ପରିଶୋଧ ପାଇଁ ଚିନ୍ତା ବଢିଯିବ।
କର୍କଟ
କର୍କଟ
ଧନ ସ୍ଥାନରେ ସ୍ବଗୃହୀ ରବିଙ୍କ ଯୋଗୁ ସ୍ବାସ୍ଥ୍ୟ, ପରିବାର ଓ କର୍ମକ୍ଷେତ୍ର ଶାନ୍ତି ସନ୍ତୋଷର ଭିତ୍ତିଭୂମି ପାଲଟି ଯିବ। ସାମାଜିକ ସ୍ତରରେ ଆପଣଙ୍କ କୃତୀ ଓ କୃତିତ୍ୱର ଭାବମୂର୍ତ୍ତି ବହୁଚର୍ଚ୍ଚିତ ହୋଇପାରେ। ଆଜି ଯାହା ଯେମିତି ପାଇବେ ସେମିତି ଖର୍ଚ୍ଚ ମଧ୍ୟ କରିବାକୁ ବାଧ୍ୟ ହେବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଏକାଧିକ ଗ୍ରହଜନିତ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବ। ଯାହାଫଳରେ ଆପଣ ବନ୍ଧୁମାନଙ୍କ ସହ ଆନନ୍ଦକୁ ପୂର୍ଣ୍ଣ ଉପଭୋଗ କରିପାରିବେ ନାହିଁ। ପାରିବାରିକ ଅବ୍ୟବସ୍ଥା, ପଡୋଶିନୀଙ୍କ ଆକ୍ଷେପୋକ୍ତି ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ। ଅବଶ୍ୟ ଭାଇଚାରାର ମଧୁରାନୁଭୂତି ସାୟାହ୍ନେ ମନକୁ ଆହ୍ଲାଦିତ କରିବ।
କନ୍ୟା
କର୍ମାଧିପ ରାଶିରେ ଗୁରୁଙ୍କ ଦୃଷ୍ଟିପଥରେ ଥିବାରୁ ଦିନଟି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆପଣେଇ ନେଇପାରନ୍ତି। ଆଇନ ଅଦାଲତରୁ ସୁଫଳ ପାଇବେ। ଅସ୍ଥିରତା ସାଙ୍ଗକୁ ଖର୍ଚ୍ଚ ବୃଦ୍ଧି ପାଇବ। ପ୍ରଶାସନିକ ସ୍ତରରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି।
ତୁଳା
ତୁଳା
ଆଜି ଅଷ୍ଟମଚନ୍ଦ୍ର ପ୍ରଭାବରେ କାର୍ଯ୍ୟସିଦ୍ଧିରେ ବିଳମ୍ବ, ଅର୍ଥପ୍ରାପ୍ତିରେ ସମସ୍ୟା, ବାଣିଜ୍ୟେ ପ୍ରତିବନ୍ଧକ ଯୋଗୁ ବ୍ୟସ୍ତ ରହିବେ। କିନ୍ତୁ ଚିତ୍ରା ନକ୍ଷତ୍ରର ସମସ୍ୟା ସୁଧୁରିଯାଇପାରେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟାରମ୍ଭ ସକାଶେ ସକାଳୁ ବନ୍ଧୁ ଗହଣରେ ଖୁସିଗପର ଆସର ଜମାଇ ପାରନ୍ତି। ସ୍ବାସ୍ଥ୍ୟ ନିୟନ୍ତ୍ରିତ ରହିବା ସହ ପାରିବାରିକ କ୍ଷେତ୍ର ଭଲ ରହିବ।
ବିଛା
ବିଛା
ରାଶିକୁ ଚନ୍ଦ୍ର, ମଙ୍ଗଳଙ୍କ ଦୃଷ୍ଟି କାରଣରୁ ମାନସିକ ସ୍ଥିତି ଭଲ ରହିବ। ଅନୁରାଧା ନକ୍ଷତ୍ରର ମନରେ ଅହେତୁକ ଚିନ୍ତା ଓ କଳ୍ପନା ମାନସିକ ସ୍ଥିତିକୁ ବିଗାଡିପାରେ। ଆଜି ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ସକାଶେ ମନ ବଳାଇପାରନ୍ତି। ଆର୍ଥିକ ସ୍ଥିତି ଉନ୍ନତ ରହିବା ସହ ପାରିବାରିକ, ସାମାଜିକ ଓ ବ୍ୟବସାୟିକ ପରିସ୍ଥିତି ମନ୍ଦ ହେବନାହିଁ।
ଧନୁ
ଧନୁ
ଦୁଃସ୍ଥାନସ୍ଥ ବୃହସ୍ପତି ପରିବାର ଓ କର୍ମକ୍ଷେତ୍ରକୁ ନିୟନ୍ତ୍ରଣରେ ରଖିବ। ଅତୀତର କୌଣସି ବିବାଦୀୟ ଘଟଣାର ପୁନର୍ବିଚାର କରି ଅନୁତପ୍ତ ହୋଇପାରନ୍ତି। ମୂଳା ନକ୍ଷତ୍ର ପାଇଁ ସମସ୍ୟାର ଅନ୍ତ ଘଟିବ ଏବଂ ସ୍ଥଗିତ କାମକୁ ଅଗ୍ରଗାମୀ କରାଇବାରେ ସମର୍ଥ ହେବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇଲେ ମଧ୍ୟ ଅର୍ଥ ସଙ୍କଟ ପୂର୍ବ ଭଳି ରହିବ ନାହିଁ।
ମକର
ମକର
ଆଜିର ଗ୍ରହସ୍ଥିତି ଆପଣଙ୍କ ସକାଶେ ଶୁଭ ଓ ସୁଖଦର ପରିଚାୟକ ହୋଇପାରେ। କୋଣ ଭାବସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରୁ ଆଜି ଅଦେଖା ବନ୍ଧୁଙ୍କ ଦେଖା ମିଳିବ ଓ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ। ଧନିଷ୍ଠା ନକ୍ଷତ୍ରର ପରିବାରରେ ଝଗଡା ଉପୁଜିପାରେ। ଅଫିସ୍‌ କାମରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କାମଟି ଶେଷ କରିବେ।
କୁମ୍ଭ
କୁମ୍ଭ
ଯେତେ ମନଧରି କାମ କଲେ ମଧ୍ୟ ଅବୁଝା ବନ୍ଧୁଙ୍କୁ ବୁଝାଇବା ସହଜ ହେବନାହିଁ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ବନ୍ଧୁ ପରିଜନଙ୍କ ସାହାଯ୍ୟ ନେବା ଭଲ ହେବ। ଜଣେ ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ଅନଟନକୁ ଦୂରେବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ମନ କଥାକୁ ମନରେ ରଖି ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରନ୍ତି।
ମୀନମୀନ

ଆଜି କର୍ମକ୍ଷେତ୍ରରେ କିଛି ସମସ୍ୟା ହେତୁ ଟେନ୍‌ସନ ବଢିଯିବ, ମାତ୍ର କିଛି ଅସୁବିଧା ହେବନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟିହେବାର ଆଶଙ୍କା ରହିଛି। ରେଡିମେଡ୍‌ ବ୍ୟବସାୟୀ, ଦୋକାନୀ, ହୋଟେଲ ମାଲିକମାନେ ଆଜି ଭଲ କାରବାର ହେତୁ ବହୁତ ଖୁସି ରହିବେ।

The post ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope appeared first on Dharitri Odia News.