ନୂଆବର୍ଷ ଭେଟି ଦେଲା କଂଗ୍ରେସ
ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା କରିଛି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟର ଖୁସିର ଲହରି ଖେଳିଯାଇଛି। ତେବେ କୌଣସି ଦଳ ଆଜି ପର୍ଯ୍ୟନ୍ତ ପୁରୁଷୋତ୍ତମପୁରବାସୀଙ୍କୁ ବିଧାୟକ କି ଏମ୍ପି ପ୍ରାର୍ଥୀ ଭାବେ ମୋହର ମାରି ନ ଥିଲେ। ପ୍ରଥମଥର ପାଇଁ କଂଗ୍ରେସ ପୁରୁଷୋତ୍ତମପୁରର ଯୁବନେତା ଚିତ୍ରସେନଙ୍କୁ ଦଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ […] The post ନୂଆବର୍ଷ ଭେଟି ଦେଲା କଂଗ୍ରେସ appeared first on Dharitri Odia News.
ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା କରିଛି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟର ଖୁସିର ଲହରି ଖେଳିଯାଇଛି। ତେବେ କୌଣସି ଦଳ ଆଜି ପର୍ଯ୍ୟନ୍ତ ପୁରୁଷୋତ୍ତମପୁରବାସୀଙ୍କୁ ବିଧାୟକ କି ଏମ୍ପି ପ୍ରାର୍ଥୀ ଭାବେ ମୋହର ମାରି ନ ଥିଲେ। ପ୍ରଥମଥର ପାଇଁ କଂଗ୍ରେସ ପୁରୁଷୋତ୍ତମପୁରର ଯୁବନେତା ଚିତ୍ରସେନଙ୍କୁ ଦଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଛି। ଖାଲି ସେତିକି ନୁହେଁ, ପୁରୁଷୋତ୍ତମପୁରରେ ବହୁ ପୁରୁଖା ନେତା ଥିଲେ ମଧ୍ୟ ବିଜେଡି କି ଭାଜପା କୌଣସି ଦଳ ସେମାନଙ୍କୁ ଗୁରୁତ୍ୱ ଦେଇ ନଥିଲା ବେଳେ କୌଣସି ପଦପଦବୀରେ ମଧ୍ୟ ଥଇଥାନ କରିନାହାନ୍ତି। ଡେରି ହେଲେ ମଧ୍ୟ ପୁରୁଷୋତ୍ତମପୁରବାସୀଙ୍କ ଦାବିକୁ କଂଗ୍ରେସ ଗ୍ରହଣ କରିଛି। ଏନଏସି ୱାର୍ଡନଂ ୪ ନନ୍ଦିକ ସାହିର ଯୁବନେତା ଚିତ୍ରସେନଙ୍କୁ ଟିକେଟ ଦେଇ ବିଧାୟକ ପ୍ରାର୍ଥୀ ଭାବରେ ରବିବାର ଓଡିଆ ନବବର୍ଷରେ ଘୋଷଣା କରିଛନ୍ତି। ଫଳରେ ଦଳଗତ ନିର୍ବିଶେଷରେ ପୁରୁଷୋତ୍ତମପୁର ଅଞ୍ଚଳରୁ ବହୁ ପରିମାଣରେ ଭୋଟ କଂଗ୍ରେସ ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
The post ନୂଆବର୍ଷ ଭେଟି ଦେଲା କଂଗ୍ରେସ appeared first on Dharitri Odia News.