ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା
ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ ଘର ତିହିଡ଼ି ଥାନା ନୂଆନନ୍ଦ ପଞ୍ଚାୟତ ଅଧୀନ ହାଟୁଆରୀ ଗ୍ରାମରେ। ତାଙ୍କ ନାଁରେ ତିହିଡ଼ି ସମେତ ବିଭିନ୍ନ ଥାନାରେ ୩୦ରୁ ଊଦ୍ଧର୍ବ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ତିହିଡ଼ି ଥାନାରେ ଭଗବାନଙ୍କ ନାଁରେ ଥିବା ୪ଟି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର […] The post ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.
ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ ଘର ତିହିଡ଼ି ଥାନା ନୂଆନନ୍ଦ ପଞ୍ଚାୟତ ଅଧୀନ ହାଟୁଆରୀ ଗ୍ରାମରେ। ତାଙ୍କ ନାଁରେ ତିହିଡ଼ି ସମେତ ବିଭିନ୍ନ ଥାନାରେ ୩୦ରୁ ଊଦ୍ଧର୍ବ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ତେବେ ତିହିଡ଼ି ଥାନାରେ ଭଗବାନଙ୍କ ନାଁରେ ଥିବା ୪ଟି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି। ମାମଲା (ନଂ ୪୭୫/୨୩, ୧୬୮୦/୨୩, ୧୦୭୦/୨୩ ଓ ୨୦୯୧/୧୪)ରେ ତାଙ୍କ ନାଁରେ ୱାରେଣ୍ଟ ଥିବା ବେଳେ କେବଳ ତିହିଡ଼ି ଥାନାରେ ବାୟାଙ୍କ ନାଁରେ ୨୫ଟି ମାମଲା ରହିଛି।
ବାୟା ତାଙ୍କ ଅଞ୍ଚଳ ଦେଇ ଯାଇଥିବା ରେଳପଥରୁ ନିୟମିତ କୋଇଲା ଚୋରି କରିବାକୁ ଏକ ଦଳ ଗଠନ କରିଥିଲେ ଏବଂ ନିଜେ ସେହି ଦଳର ମୁଖିଆ ସାଜିଥିଲେ। ଟ୍ରେନରୁ କୋଇଲା ଚୋରି କରିବା ପରେ ଏହାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ। ବିଗତ କିଛି ବର୍ଷ ହେଲା ସେ ଏହି କାରବାର ସହ ସମ୍ପୃକ୍ତ ଥିବା ପୋଲିସ କହିଛି। ଏହା ବ୍ୟତୀତ ବିଭିନ୍ନ ଲୋକଙ୍କୁ ଧମକ ଦେବା ସହ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବଟି ଆଦାୟ କରିବା କାର୍ଯ୍ୟରେ ସେ ସମ୍ପୃକ୍ତ ଥିଲେ।
ତିହିଡ଼ି ସମେତ ଭଦ୍ରକ ଗ୍ରାମାଞ୍ଚଳ ଥାନା, ବାସୁଦେବପୁର, ସାବରଙ୍ଗ ଓ ଭଣ୍ଡାରିପୋଖରୀ ଥାନାରେ ତାଙ୍କ ନାଁରେ ଏକାଧିକ ଆପରାଧିକ ମାମଲା ରହିଛି। ନୂତନ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କୋଇଲା ମାଫିଆମାନଙ୍କୁ ଗିରଫ କରିବାକୁ ଗତ କିଛିଦିନ ହେଲା ଜାଲ ବିଛାଇ ବାୟାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ନିୟମିତ କୋଇଲା ଚୋରି କରି ଚାଲାଣ କରୁଥିବା ଅନ୍ୟ ଅଭିଯୁକ୍ତଙ୍କ ଉପରେ ପୋଲିସ ନଜର ରଖିଛି ଏବଂ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ନାୟକ କହିଛନ୍ତି।
The post ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.