ଭାରତ-ପାକିସ୍ତାନ ମଧ୍ୟରେ କାହିଁକି ଅଚାନକ ଅଟକିଲା ଯୁଦ୍ଧ? ଏବେ ସାମ୍ନାକୁ ଆସିଲା ସତ

ସିଙ୍ଗାପୁର ୩୧।୫: ଭାରତ ଓ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅଚାନକ ହୋଇଥିବା ଯୁଦ୍ଧବିରାମର ଅସଲ କାରଣ ଏବେ ସାମ୍ନାକୁ ଆସିଛି। ‘ଅପରେସନ ସିନ୍ଦୂର’ ଅଭିଯାନରେ ଭାରତ ୩ ଦିନରେ ସମସ୍ତ ସୈନ୍ୟ ଲକ୍ଷ୍ୟ ପୂରଣ କରିସାରିଥିଲା। ଏଣୁ ଅପରେସନକୁ ରୋକିବା ଉଚିତ ପଦକ୍ଷେପ ଥିଲା। ସିଙ୍ଗାପୁର  ସାଂଗରୀ-ଲା ଡାୟଲଗରେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ କହିଛନ୍ତି ଯେ ଏହା ଭାରତର ପୂର୍ବ ନିର୍ଦ୍ଧାରିତ ରଣନୀତିର ଅଂଶ ବିଶେଷ ଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ୧୦ ମେ ସନ୍ଧ୍ୟାରେ ସେତେବେଳେ ଯୁଦ୍ଧବିରାମ ଲାଗୁ ହେଲା ଯେତେବେଳେ ଅପରେସନ ସିନ୍ଦୂର ଚରମ ସୀମାକୁ ପହଞ୍ଚିଥିଲା। ଏହି ଅପ୍ରତ୍ୟାସିତ ନିଷ୍ପତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ଏତେବଡ଼ ସୈନ୍ୟ ଅଭିଯାନକୁ ଏତେ ଶୀଘ୍ର କାହିଁକି ରୋକାଗଲା ସେ ନେଇ ନାନା ପ୍ରଶ୍ନ ଉଠିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିଙ୍ଗାପୁରରେ ଅନୁଷ୍ଠିତ ସାଂଗରୀ-ଲା ଡାୟଲଗରେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ କହିଛନ୍ତି ଯେ ଭାରତ ନିଜର ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁସାରେ ଅପେରସନକୁ ସୀମିତ ସମୟରେ ସଫଳ କରିଥିଲା। ସିଡିଏସ୍ ସ୍ପଷ୍ଟ ରୂପେ କହିଛନ୍ତି ଯେ ୩ ଦିନରେ ସମସ୍ତ ସାମରିକ ଲକ୍ଷ୍ୟ ପୂରଣ କରି ନିଆଯାଇଥିଲା। ଏଣୁ ସେ ସମୟରେ ଅପରେସନ   ରୋକିବା ଉଚିତ ନିଷ୍ପତ୍ତି ଥିଲା। ଆପରେସନ ସିନ୍ଦୂରର ପ୍ରାରମ୍ଭ ୬ ଓ ୭ ମେ ରାତିରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ୨୨ ଏପ୍ରିଲ

ଭାରତ-ପାକିସ୍ତାନ ମଧ୍ୟରେ କାହିଁକି ଅଚାନକ ଅଟକିଲା ଯୁଦ୍ଧ? ଏବେ ସାମ୍ନାକୁ ଆସିଲା ସତ

ସିଙ୍ଗାପୁର ୩୧।୫: ଭାରତ ଓ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅଚାନକ ହୋଇଥିବା ଯୁଦ୍ଧବିରାମର ଅସଲ କାରଣ ଏବେ ସାମ୍ନାକୁ ଆସିଛି। ‘ଅପରେସନ ସିନ୍ଦୂର’ ଅଭିଯାନରେ ଭାରତ ୩ ଦିନରେ ସମସ୍ତ ସୈନ୍ୟ ଲକ୍ଷ୍ୟ ପୂରଣ କରିସାରିଥିଲା। ଏଣୁ ଅପରେସନକୁ ରୋକିବା ଉଚିତ ପଦକ୍ଷେପ ଥିଲା। ସିଙ୍ଗାପୁର  ସାଂଗରୀ-ଲା ଡାୟଲଗରେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ କହିଛନ୍ତି ଯେ ଏହା ଭାରତର ପୂର୍ବ ନିର୍ଦ୍ଧାରିତ ରଣନୀତିର ଅଂଶ ବିଶେଷ ଥିଲା। 

ଭାରତ ଓ ପାକିସ୍ତାନ ମଧ୍ୟରେ ୧୦ ମେ ସନ୍ଧ୍ୟାରେ ସେତେବେଳେ ଯୁଦ୍ଧବିରାମ ଲାଗୁ ହେଲା ଯେତେବେଳେ ଅପରେସନ ସିନ୍ଦୂର ଚରମ ସୀମାକୁ ପହଞ୍ଚିଥିଲା। ଏହି ଅପ୍ରତ୍ୟାସିତ ନିଷ୍ପତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ଏତେବଡ଼ ସୈନ୍ୟ ଅଭିଯାନକୁ ଏତେ ଶୀଘ୍ର କାହିଁକି ରୋକାଗଲା ସେ ନେଇ ନାନା ପ୍ରଶ୍ନ ଉଠିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିଙ୍ଗାପୁରରେ ଅନୁଷ୍ଠିତ ସାଂଗରୀ-ଲା ଡାୟଲଗରେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ କହିଛନ୍ତି ଯେ ଭାରତ ନିଜର ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁସାରେ ଅପେରସନକୁ ସୀମିତ ସମୟରେ ସଫଳ କରିଥିଲା। 

ସିଡିଏସ୍ ସ୍ପଷ୍ଟ ରୂପେ କହିଛନ୍ତି ଯେ ୩ ଦିନରେ ସମସ୍ତ ସାମରିକ ଲକ୍ଷ୍ୟ ପୂରଣ କରି ନିଆଯାଇଥିଲା। ଏଣୁ ସେ ସମୟରେ ଅପରେସନ   ରୋକିବା ଉଚିତ ନିଷ୍ପତ୍ତି ଥିଲା। ଆପରେସନ ସିନ୍ଦୂରର ପ୍ରାରମ୍ଭ ୬ ଓ ୭ ମେ ରାତିରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବା। ଭାରତ ଏହି ଅଭିଯାନରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରିଥିଲା। 

ପାକିସ୍ତାନ ଚାହିଁଥିଲା ସିଜଫାୟାର
୭ରୁ ୧୦ ମେ ମଧ୍ୟରେ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି)ରେ ଭୀଷଣ ଗୁଳି ଓ ଗୋଳା ମାଡ଼ କରିଥିଲା। ଫଳରେ ୧୫ ଜଣ ଭାରତୀୟ ନାଗରିକ ଓ ଜଣେ ସୈନିକ ଶହିଦ ହୋଇଥିଲେ। ଭାରତ ଜବାବୀ ଆକ୍ରମଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉପଯୋଗ କରି ନୂରଖାନ-ଚକଲାଲା ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। ଏଥିରେ ପାକିସ୍ତାନୀ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଓ ଅନେକ ସୈନିକ ପ୍ରାଣ ହରାଇଥିଲେ। ବଡ଼ଧରଣର କ୍ଷୟକ୍ଷତି ପରେ ପାକିସ୍ତାନ ଯୁଦ୍ଧବିରାମ ମାଗିଥିଲା, ଯାହାକୁ ଭାରତ ସ୍ୱୀକାର କରିଥିଲା। ଜେନେରାଲ ଚୌହାନ କହିଛନ୍ତି ଯେ ଏହା ଭାରତର ରଣନୈତିକ ବିଚାରର ଅଂଶ ଥିଲା, ଯାହା ସୀମିତ ସମୟରେ ଲକ୍ଷ୍ୟ ହାସଲ କରି ବିନା ଆବଶ୍ୟକ ବିସ୍ତାରରେ ଅପରେସନକୁ ସମାପ୍ତ କରିବା। 

ଦୀର୍ଘକାଳୀକ ରଣନୀତି ଓ ଭାରତର ନୂଆ ବିଚାର

ସିଡିଏସ୍ ଚୌହାନ କହିଛନ୍ତି ଭାରତ ସ୍ୱାଧୀନତା ପରଠାରୁ ଦୀର୍ଘକାଳୀକ ରଣନୀତି ଉପରେ କାମ କରିଆସୁଛି। ସେ କହିଛନ୍ତି ଏକଦା ଭାରତଠୁ ଆଗରେ ଥିବା ପାକିସ୍ତାନ ଏବେ ଢେର ପଛେଇ ଯାଇଛି। ଅନ୍ୟପଟେ ଭାରତ ଆର୍ଥିକ, ସାମାଜିକ ଓ ମାନବୀୟ ବିକାଶ କ୍ଷେତ୍ରରେ ସ୍ପଷ୍ଟ ଅଭିବୃଦ୍ଧି ହାସଲ କରିଛି। ଏହା ଭାରତର ସୁନିୟୋଜିତ ନୀତି ଓ ନେତୃତ୍ୱର ପରିଣାମ ବୋଲି ସିଡିଏସ କହିଛନ୍ତି। ସେ କହିଛନ୍ତି ଯେ ସିଜଫାୟାର ପରେ ବି ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି। ସେନାପକ୍ଷରୁ ସ୍ପଷ୍ଟ ରୂପେ କୁହାଯାଇଛି ଯେ ଯଦି ପାକିସ୍ତାନ ପୁଣି କୌଣସି ପ୍ରକାରର ଉସକାଇବା ଭଳି କାମ କରେ ତେବେ ଏହାର ଜବାବ ପୂର୍ବାପେକ୍ଷା ଅଧିକ କଠୋର ହେବ।