ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌

କେନ୍ଦୁଝର,୧୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି ସାଇଡିଂ ହେଲେ ହଜାର ହଜାର ଟ୍ରକ୍‌ ମାଲିକ କାମ ହରାଇବେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ବ୍ୟବସାୟ ଉପରେ ନିର୍ଭର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ। ଏଣୁ ଏହି ରେଳ ଲାଇନ […] The post ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌ appeared first on Dharitri Odia News.

ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌

କେନ୍ଦୁଝର,୧୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି ସାଇଡିଂ ହେଲେ ହଜାର ହଜାର ଟ୍ରକ୍‌ ମାଲିକ କାମ ହରାଇବେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ବ୍ୟବସାୟ ଉପରେ ନିର୍ଭର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ।

ଏଣୁ ଏହି ରେଳ ଲାଇନ ନିର୍ମାଣକୁ ବିରୋଧ କରି ବନ୍ଦ ଡାକରା ଦେବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକୋ ଆରମ୍ଭ କରିଛନ୍ତି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ ଚଳାଚଳ ଠପ୍‌ ହୋଇଯାଇଛି। ରାସ୍ତାରେ ମାଲ୍‌ ପରିବହନ ବନ୍ଦ ରହିଛି। ବସ୍‌ ବନ୍ଦ ଯୋଗୁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର, ଅଫିସ ବନ୍ଦ ରହିଥିବା ବେଳେ ପେଟ୍ରୋଲ ପମ୍ପ୍‌ ମଧ୍ୟ ବନ୍ଦ ଥିବା ସୂଚନା ମିଳିଛି।

The post ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌ appeared first on Dharitri Odia News.