ଆଇସିସିର ଚେୟାରମ୍ୟାନ ଭାବେ କୋଟି କୋଟି ଟଙ୍କା ଦରମା ପାଇବେ ପାଇବେ ଜୟ ଶାହା, ନିଜ ନାଁରେ କରିବେ ଏହି ରେକର୍ଡ
ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ଦବ୍ ଦବା ବୃଦ୍ଧି ପାଇଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଜୟ ଶାହା ବର୍ତ୍ତମାନ ଆଇସିସିର ନୂଆ ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୧ରୁ ଆରମ୍ଭ ହେବ। ସେ ଏହି ପଦ ଗ୍ରହଣ କରିବା ମାତ୍ରେ ସର୍ବକନିଷ୍ଠ ଆଇସିସି ଚେୟାରମ୍ୟାନ […] The post ଆଇସିସିର ଚେୟାରମ୍ୟାନ ଭାବେ କୋଟି କୋଟି ଟଙ୍କା ଦରମା ପାଇବେ ପାଇବେ ଜୟ ଶାହା, ନିଜ ନାଁରେ କରିବେ ଏହି ରେକର୍ଡ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ଦବ୍ ଦବା ବୃଦ୍ଧି ପାଇଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି।
ଜୟ ଶାହା ବର୍ତ୍ତମାନ ଆଇସିସିର ନୂଆ ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୧ରୁ ଆରମ୍ଭ ହେବ। ସେ ଏହି ପଦ ଗ୍ରହଣ କରିବା ମାତ୍ରେ ସର୍ବକନିଷ୍ଠ ଆଇସିସି ଚେୟାରମ୍ୟାନ ହେବାର ରେକର୍ଡ ଅର୍ଜନ କରିବେ। ତାଙ୍କୁ ଏବେ ୩୫ବର୍ଷ ହୋଇଛି।
ଭାରତରୁ ଏବେଯାଏଁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଏହି ପଦବୀରେ ରହିଛନ୍ତି। ଜୟ ଶାହା ଆଇସିସି ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବିସିସିଆଇ ସଚିବ ଦାୟିତ୍ୱ ରୋହନ ଜେଟଲୀଙ୍କ ନିକଟକୁ ଯାଇପାରେ, ଯିଏକି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ।
ଜୟ ଶାହା ଦୁଇ ବର୍ଷ ପାଇଁ ଆଇସିସି ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିବେ, ଯାହା ଆଗକୁ ମଧ୍ୟ ବଢିପାରେ। ଆଇସିସି ଚେୟାରମ୍ୟାନ ଭାବରେ ଜୟ ଶାହା ବାର୍ଷିକ ୨ କୋଟି ୪୬ ଲକ୍ଷରୁ ଅଧିକ ବେତନ ପାଇପାରିବେ।
The post ଆଇସିସିର ଚେୟାରମ୍ୟାନ ଭାବେ କୋଟି କୋଟି ଟଙ୍କା ଦରମା ପାଇବେ ପାଇବେ ଜୟ ଶାହା, ନିଜ ନାଁରେ କରିବେ ଏହି ରେକର୍ଡ appeared first on Dharitri Odia News.