ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ
ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ ୩ ଜଣ ଦୁର୍ବୃତ୍ତ ଧରିତ୍ରୀ ଖବରଦାତା ସରୋଜ ଜେନାଙ୍କୁ ଆକ୍ରମଣ କରିଛନ୍ତି। ଅଫିସରୁ କାମ ସାରି ସରୋଜ ବଡ଼ଗଡ଼ସ୍ଥିତ ଘରକୁ ଚାଲି ଚାଲି ଯାଉଥିବା ବେଳେ ବଡ଼ଗଡ଼ ଏସ୍ବିଆଇ ଏଟିଏମ୍ ପାଖରେ ୩ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ୩ ଅଭିଯୁକ୍ତ ଏକ ସ୍କୁଟି (ଓଡି୦୨-ଟି-୨୫୦୯) ଯୋଗେ ସେହି ରାସ୍ତାରେ […] The post ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ appeared first on Dharitri Odia News.
ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ ୩ ଜଣ ଦୁର୍ବୃତ୍ତ ଧରିତ୍ରୀ ଖବରଦାତା ସରୋଜ ଜେନାଙ୍କୁ ଆକ୍ରମଣ କରିଛନ୍ତି। ଅଫିସରୁ କାମ ସାରି ସରୋଜ ବଡ଼ଗଡ଼ସ୍ଥିତ ଘରକୁ ଚାଲି ଚାଲି ଯାଉଥିବା ବେଳେ ବଡ଼ଗଡ଼ ଏସ୍ବିଆଇ ଏଟିଏମ୍ ପାଖରେ ୩ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ୩ ଅଭିଯୁକ୍ତ ଏକ ସ୍କୁଟି (ଓଡି୦୨-ଟି-୨୫୦୯) ଯୋଗେ ସେହି ରାସ୍ତାରେ ସରୋଜଙ୍କୁ ପ୍ରଥମେ ଧକ୍କା ଦେଇଥିଲେ। ସରୋଜ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଉତ୍କ୍ଷିପ୍ତ ହୋଇ ଇଟା, ପଥରରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସରୋଜଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା। ପିସିଆର ଟିମ୍ ସେଠାରେ ପହଞ୍ଚତ୍ ସରୋଜଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସରୋଜ ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ସନ୍ଦେହ କରୁଛି।
The post ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ appeared first on Dharitri Odia News.