୬ ଥରର ଏମ୍ପି ହେଲଣି, ଆପଣ ମୋତେ ଶିଖାଇବେ…ଶପଥ ଗ୍ରହଣ ବେଳେ ଏଭଳି କହି ଚର୍ଚ୍ଚାରେ ପପ୍ପୁ-Video
ନୂଆଦିଲ୍ଲୀ,୨୫।୬: ଲୋକ ସଭା ଏମ୍ପିଭାବେ ଶପଥ ନେବା ବେଳେ ବିହାରର ପୁର୍ନିଆ ଆସନରୁ ନିର୍ବାଚିତ ପପ୍ପୁ ଯାଦବ ବଡ଼ ପ୍ରସଙ୍ଗ ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ପ୍ରଣାମ ପୁର୍ନିଆ,ପ୍ରଣାମ ବିହାର, ସଲାମ ବିହାର, ଜୋହାର ବିହାର ସହ ନିଜର ଶପଥ ଆରମ୍ଭ କରିଥିଲେ। ପରେ ସେ ମୈଥିଲି ଭାଷାରେ ଶପଥ ନେଇଥିଲେ। ଶପଥ ନେବା ପରେ ପପ୍ପୁ ଯାଦବ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ଅନ୍ୟ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ଶୁଣି ଗୃହରେ ବସିଥିବା […] The post ୬ ଥରର ଏମ୍ପି ହେଲଣି, ଆପଣ ମୋତେ ଶିଖାଇବେ…ଶପଥ ଗ୍ରହଣ ବେଳେ ଏଭଳି କହି ଚର୍ଚ୍ଚାରେ ପପ୍ପୁ-Video appeared first on Dharitri Odia News.
ନୂଆଦିଲ୍ଲୀ,୨୫।୬: ଲୋକ ସଭା ଏମ୍ପିଭାବେ ଶପଥ ନେବା ବେଳେ ବିହାରର ପୁର୍ନିଆ ଆସନରୁ ନିର୍ବାଚିତ ପପ୍ପୁ ଯାଦବ ବଡ଼ ପ୍ରସଙ୍ଗ ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ପ୍ରଣାମ ପୁର୍ନିଆ,ପ୍ରଣାମ ବିହାର, ସଲାମ ବିହାର, ଜୋହାର ବିହାର ସହ ନିଜର ଶପଥ ଆରମ୍ଭ କରିଥିଲେ। ପରେ ସେ ମୈଥିଲି ଭାଷାରେ ଶପଥ ନେଇଥିଲେ।
ଶପଥ ନେବା ପରେ ପପ୍ପୁ ଯାଦବ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ଅନ୍ୟ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ଶୁଣି ଗୃହରେ ବସିଥିବା ଏମପିମାନେ ଆପତ୍ତି ଉଠାଇଥିଲେ। ଏହାପରେ ପପ୍ପୁ ଯାଦବ ରାଗି ଯାଇ ଏଭଳି କିଛି କହିଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ଦେଖନ୍ତୁ ଭିଡିଓ:-
प्रणाम पूर्णिया सलाम पूर्णिया जोहार पूर्णिया
शपथ ग्रहण के साथ संसदीय जीवन की एक
और पारी शुरू हो गईउद्देश्य है पूर्णिया मॉडल पूरे बिहार में सेवा,न्याय
और विकास की राजनीति का आदर्श बने!शपथ ग्रहण के दौरान #ReNEET का डिमांड किया और बिहार को विशेष राज्य का दर्जा देने का मांग किया! pic.twitter.com/gPUiKbv4fh
— Pappu Yadav (@pappuyadavjapl) June 25, 2024
ତେବେ ପପ୍ପୁ ଯାଦବ ଶପଥ ଗ୍ରହଣ ସମୟରେ ReNEET ଦାବି କରିଥିଲେ। ସେହିଭଳି ସେ ଶପଥ ନେବା ପରେ – ବହୁତ ବହୁତ ଧନ୍ୟବାଦ ସହ ReNEET ବିହାର, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ସୀମାଞ୍ଚଳ ଜିନ୍ଦାବାଦ, ମାନବତାବାଦ ଜିନ୍ଦାବାଦ, ଭୀମ ଜିନ୍ଦାବାଦ, ସମ୍ବିଧାନ ଜିନ୍ଦାବାଦ ବୋଲି ମଧ୍ୟ କହିଥିଲେ।
The post ୬ ଥରର ଏମ୍ପି ହେଲଣି, ଆପଣ ମୋତେ ଶିଖାଇବେ…ଶପଥ ଗ୍ରହଣ ବେଳେ ଏଭଳି କହି ଚର୍ଚ୍ଚାରେ ପପ୍ପୁ-Video appeared first on Dharitri Odia News.