ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ
ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ପେନାଲ୍ଟି ସୁଟ ଆଉଟରେ ବିଜୟୀ ହୋଇ ପ୍ରଥମଥର ପାଇଁ ଅନୁଷ୍ଠିତ ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଚାମ୍ପିଅନ ହୋଇଛି। ପ୍ରାରମ୍ଭରେ ଫୁଟବଲ ଆସୋସିଏସନ ଅଫ ଓଡିଶା (ଫାଓ) […] The post ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ appeared first on Dharitri Odia News.
ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ପେନାଲ୍ଟି ସୁଟ ଆଉଟରେ ବିଜୟୀ ହୋଇ ପ୍ରଥମଥର ପାଇଁ ଅନୁଷ୍ଠିତ ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଚାମ୍ପିଅନ ହୋଇଛି। ପ୍ରାରମ୍ଭରେ ଫୁଟବଲ ଆସୋସିଏସନ ଅଫ ଓଡିଶା (ଫାଓ) ଉପ ସଭାପତି ରବି ପଣ୍ଡା, ଜିଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟନାୟକ, କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସମ୍ପାଦକ କିଶୋର ମିଶ୍ର ପ୍ରମୁଖ ମ୍ୟାଚକୁ ଉଦଘାଟନ କରିଥିଲେ। ଫାଇନାଲ ଖେଳଟି ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇ ପାରି ନଥିଲେ। ଫଳରେ ପେନାଲ୍ଟି ସୁଟ ଆଉଟରେ ୩-୨ ଗୋଲ ସ୍କୋର କରି ଖରମୁଣ୍ଡା ୟୁଥ ଆଥଲେଟିକ ଆସୋସିଏସନ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ସି ଏମ ଟ୍ରଫିର ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା।
ମ୍ୟାଚକୁ ପ୍ରଶାନ୍ତ ବେହେରା ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ଶୁଭମ ପାତ୍ର , ପୂର୍ଣ୍ଣଚନ୍ଦ୍ର ଭୁଏ ସହଯୋଗ କରିଥିଲେ । ଚତୁର୍ଥ ରେଫରୀ ଥିଲେ ବଣ୍ଟି ପ୍ରଧାନ। ମ୍ୟାଚ କମିଶନର ଥିଲେ ସୁରେଶ ଦାଶ। ମ୍ୟାଚ ପରେ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ଉପ ସଭାପତି ରବି ପଣ୍ଡା, ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ଜିଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟନାୟକ, ଜିଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, କ୍ରୀଡା ସମ୍ପାଦକ ହରଦିପ ସିଂ, ଫୁଟବଲ ସମ୍ପାଦକ ସେକ ସବଦର୍, କୋଷାଧ୍ୟକ୍ଷ ଡଃ. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ , ସ୍କାଉଟ ଜସପାଲ ଊର୍ମା ପ୍ରମୁଖ ଚାମ୍ପିଆନ , ଉପ ବିଜେତା ତଥା ଖେଳାଳି, ଅଫିସିଆଲ ଓ ମେଡ଼ିକାଲ ଷ୍ଟାଫଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଖାରମୁଣ୍ଡା ଦଳକୁ ଚାମ୍ପିଅନ ଟ୍ରଫି , ଉପ ବିଜେତା ୟୁନାଇଟେଡ କ୍ଲବକୁ ଉପ ବିଜେତା ଟ୍ରଫି , ସୌରଭ ଭୋଇଙ୍କୁ ଶ୍ରେଷ୍ଠ ଡିଫେଣ୍ଡର, ଦିବ୍ୟାଂଶୁ ଲାକ୍ରାଙ୍କୁ ଶ୍ରେଷ୍ଠ ଗୋଲ କିପର, ଶିବ ମୁଣ୍ଡାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଆୟୁଷ୍ମାନ କୁମ୍ଭାରଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି, ଆରବ କୁମ୍ଭାର, ପ୍ରତିକ ବିଶାଳ ଓ ଦିନେଶ ମେହେରଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା ।
The post ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ appeared first on Dharitri Odia News.