ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ
ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ ଶାନ୍ତିଶୃଙ୍ଖଳାରେ ଭାଇଚାରା ସହକାରେ ମିଳିମିଶି ରହିବେ। ପୋଲିସ ଆଉ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱଭାବ ଜାଗ୍ରତହେବ ସେ ନେଇ ଏସଡିପିଓ ଡ.ମିଶ୍ର ଏହି ପ୍ରୟାଶ କରି ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ଏକତ୍ରକରି ରଙ୍ଗଲଗାଇ ହୋଲିପାଳିଛନ୍ତି। ଏସ୍ଡିପିଓଙ୍କ ଏଭଳି ପ୍ରୟାସକୁ ନେଇ ଜନସାଧାରଣ ସାଧୁବାଦ ଜଣାଇଛନ୍ତି । ଏଥିରେ ଥାନା ଅଧିକାରୀ ରାଜେଶକୁମାର […] The post ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ appeared first on Dharitri Odia News.
ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ ଶାନ୍ତିଶୃଙ୍ଖଳାରେ ଭାଇଚାରା ସହକାରେ ମିଳିମିଶି ରହିବେ। ପୋଲିସ ଆଉ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱଭାବ ଜାଗ୍ରତହେବ ସେ ନେଇ ଏସଡିପିଓ ଡ.ମିଶ୍ର ଏହି ପ୍ରୟାଶ କରି ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ଏକତ୍ରକରି ରଙ୍ଗଲଗାଇ ହୋଲିପାଳିଛନ୍ତି। ଏସ୍ଡିପିଓଙ୍କ ଏଭଳି ପ୍ରୟାସକୁ ନେଇ ଜନସାଧାରଣ ସାଧୁବାଦ ଜଣାଇଛନ୍ତି । ଏଥିରେ ଥାନା ଅଧିକାରୀ ରାଜେଶକୁମାର ନାୟକ, ବରିଷ୍ଠନାଗରିକ ସଂଘ ସଭାପତି ତଥା ଭାଜପା ରାଜ୍ୟକାର୍ଯ୍ୟଯକାରିଣୀ ସଦସ୍ୟ ଅରୁଣକୁମାର ପଣ୍ଡା, ସଂପାଦକ ଶିକ୍ଷାବିତ ପ୍ରଫୁଲକୁମାର ରଥ, ସରକାରୀ ଓକିଲ ପ୍ରକାଶଚନ୍ଦ୍ର ତ୍ରୀପାଠି, ସାମାଜିକକର୍ମୀ ଅଶୋକକୁମାର ସାମନ୍ତରା,ବରିଷ୍ଠ ଓକିଲ ଉପେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ଗଣମାଧ୍ୟପ୍ରତିନିଧି,ଅବସରପ୍ରାପ୍ତ କର୍ମଚାରୀ,ବୁଦ୍ଧିଯିବୀ,ଓକିଲ,ଜନପ୍ରତିନିଧି ଓ ପୋଲିସ କର୍ମଚାରୀ ମାନେ ଯୋଗଦେଇଥିଲେ।
The post ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ appeared first on Dharitri Odia News.