ଆଇପିଏଲ୍ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ…
ନୂଆଦିଲ୍ଲୀ,୬।୭: ଟିମ୍ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ। ଚଳିତ ବର୍ଷ ଶେଷରେ ଆଇପିଏଲ୍ର ମେଗା ଅକ୍ସନ ହେବାକୁ ଯାଉଛି। ତା’ ପୂର୍ବରୁ ସେ ପୁଣିଥରେ ଚେନ୍ନାଇ ଫେରିବାର ସଙ୍କେତ ଦେଇଛନ୍ତି। ନିକଟରେ ସେ ତାମିଲନାଡ଼ୁର ସେଲମରେ ଥିବା ସିଏସ୍କେ ଏକାଡେମୀ ଗସ୍ତ କରିଥିଲେ। ସେ ଏକାଡେମୀର ପିଲାଙ୍କ ସହ […] The post ଆଇପିଏଲ୍ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ… appeared first on Dharitri Odia News.
ନୂଆଦିଲ୍ଲୀ,୬।୭: ଟିମ୍ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ। ଚଳିତ ବର୍ଷ ଶେଷରେ ଆଇପିଏଲ୍ର ମେଗା ଅକ୍ସନ ହେବାକୁ ଯାଉଛି। ତା’ ପୂର୍ବରୁ ସେ ପୁଣିଥରେ ଚେନ୍ନାଇ ଫେରିବାର ସଙ୍କେତ ଦେଇଛନ୍ତି। ନିକଟରେ ସେ ତାମିଲନାଡ଼ୁର ସେଲମରେ ଥିବା ସିଏସ୍କେ ଏକାଡେମୀ ଗସ୍ତ କରିଥିଲେ। ସେ ଏକାଡେମୀର ପିଲାଙ୍କ ସହ ଆଲୋଚନାର ଭିଡିଓ ଶେୟାର କରିଛନ୍ତି। ଏଣୁ ସେ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି।
ଚେନ୍ନାଇ ସୁପର କିଙ୍ଗ୍ସ ତାମିଲନାଡ଼ୁ ସମେତ ବିଦେଶରେ ଥିବା ପିଲାମାନଙ୍କ ଲାଗି ଅନେକ ହାଇ ପର୍ଫମାନ୍ସ ସେଣ୍ଟର କରିଛି। ଏହି ଏକାଡେମୀରେ ଯୁବ କ୍ରିକେଟରମାନଙ୍କୁ ଟ୍ରେନିଂ ଦିଆଯାଉଛି। ଗତ ମାସରେ ସିଏସ୍କେ ସିଇଓ କାଶୀ ବିଶ୍ୱନାଥନ ଅଶ୍ୱିନଙ୍କୁ ଏହାର ହେଡ୍ କରିଥିଲେ। ସେବେଠାରୁ ତାଙ୍କର ପୁନର୍ବାର ଦଳକୁ ଫେରିବା ନେଇ ଆଲୋଚନା ହେଉଛି।
ଅପରପକ୍ଷେ ଖୁବ୍ଶୀଘ୍ର ମେଗା ଅକ୍ସନ ହେବ। ଏଥିରେ ଅଶ୍ୱିନଙ୍କ ରିଟେନ୍ ହେବାର ସମ୍ଭାବନା କମ୍ ରହିଛି। ଏଣୁ ଯଦି ରାଜସ୍ଥାନ ତାଙ୍କୁ ଅକ୍ସନକୁ ଛାଡ଼ି ଦିଏ ତେବେ ସିଏସ୍କେ ପାଇଁ ତାଙ୍କୁ କିଣିବା ସହଜ ହୋଇଯିବ।
Shy kid
jolly legend
Ash Anna at Super Kings Academy, Salem
#SuperKingsAcademy
#TrainLikeASuperKing
pic.twitter.com/5kavTBl2e3
— Super Kings Academy (@SuperKingsAcad) July 5, 2024
The post ଆଇପିଏଲ୍ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ… appeared first on Dharitri Odia News.
jolly legend

