୭ ବ୍ଲକ୍ ହାତେଇଲା ଓଏନ୍ଜିସି
ନୂଆଦିଲ୍ଲୀ,୪।୧: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍ କର୍ପୋରେଶନ (ଓଏନ୍ଜିସି) ତୈଳ ଏବଂ ଗ୍ୟାସ୍ର ଅନୁସନ୍ଧାନ ପାଇଁ ୭ଟି ବ୍ଲକ୍ ହାତେଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ବିପି ପିଏଲ୍ସିର ଏକ କନ୍ସୋର୍ଟିୟମ୍ ସର୍ବଶେଷ ବିଡ୍ ରାଉଣ୍ଡରେ ଚାଲିଯାଇଥିଲା। ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଓପନ ଏକ୍ରେରେଜ ଲାଇସେନନ୍ସିଂ ପଲିସି (ଓଏଏଲ୍ପି-୮) ର ୮ମ ରାଉଣ୍ଡରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ଏବଂ ଉତ୍ପାଦନ ପାଇଁ ୧୦ଟି ବ୍ଲକ୍ ପ୍ରଦାନ କରାଯାଇଛି। ଏପରିକି ବୁଧବାର ୧୦ଟି […] The post ୭ ବ୍ଲକ୍ ହାତେଇଲା ଓଏନ୍ଜିସି appeared first on Dharitri Odia News.
ନୂଆଦିଲ୍ଲୀ,୪।୧: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍ କର୍ପୋରେଶନ (ଓଏନ୍ଜିସି) ତୈଳ ଏବଂ ଗ୍ୟାସ୍ର ଅନୁସନ୍ଧାନ ପାଇଁ ୭ଟି ବ୍ଲକ୍ ହାତେଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ବିପି ପିଏଲ୍ସିର ଏକ କନ୍ସୋର୍ଟିୟମ୍ ସର୍ବଶେଷ ବିଡ୍ ରାଉଣ୍ଡରେ ଚାଲିଯାଇଥିଲା। ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଓପନ ଏକ୍ରେରେଜ ଲାଇସେନନ୍ସିଂ ପଲିସି (ଓଏଏଲ୍ପି-୮) ର ୮ମ ରାଉଣ୍ଡରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ଏବଂ ଉତ୍ପାଦନ ପାଇଁ ୧୦ଟି ବ୍ଲକ୍ ପ୍ରଦାନ କରାଯାଇଛି। ଏପରିକି ବୁଧବାର ୧୦ଟି ବ୍ଲକ୍ ପାଇଁ ଆବଶ୍ୟକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଯାଇଛି ବୋଲି ମନ୍ତ୍ରୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ମନ୍ତ୍ରୀ କହିଛନ୍ତି, ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ୧୦ଟି ବ୍ଲକ୍ ମଧ୍ୟରୁ ଓଏନ୍ଜିସି ୭ଟି ବ୍ଲକ୍ ଜିତିଥିବାବେଳେ ରିଲାଏନ୍ସ-ବିପି, ଅଏଲ ଇଣ୍ଡିଆ ଲିମିଟେଡ୍ ଏବଂ ସନ୍ ପେଟ୍ରୋକେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଗୋଟିଏ ଲେଖାଏ ବ୍ଲକ ପାଇଛନ୍ତି। ସେହିଭଳି ସମାନ୍ତରାଳ ଭାବେ ୩ଟି କୋଲ୍-ବେଡ୍ ମିଥେନ (ସିବିଏମ୍) ବ୍ଲକ୍ ମଧ୍ୟ ପୁରସ୍କୃତ ସହ ଟେଣ୍ଡର ପାଇଁ ଓଏଏଲ୍ପିର ୯ମ ରାଉଣ୍ଡ ଆରମ୍ଭ କରାଯାଇଥିଲା। ବିଶେଷକରି ଏକ ପ୍ରତିବଦ୍ଧ ଅନୁସନ୍ଧାନ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଥିବା ବ୍ଲକଗୁଡିକର ଆନୁମାନିକ ୨୩୩ ନିୟୁତ ଆମେରିକୀୟ ଡଲାର ବିନିଯୋଗ ହେଉଛି ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
The post ୭ ବ୍ଲକ୍ ହାତେଇଲା ଓଏନ୍ଜିସି appeared first on Dharitri Odia News.