ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୪୮.୫ ଓଭରରେ ୮ ଉଇେକେଟ ବିନିମୟରେ୨୪୮ ରନ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ଭାରତ ୩୨ରନ ସ୍କୋରରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। […] The post ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ appeared first on Dharitri Odia News.

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୪୮.୫ ଓଭରରେ ୮ ଉଇେକେଟ ବିନିମୟରେ୨୪୮ ରନ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ଭାରତ ୩୨ରନ ସ୍କୋରରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ସଚିନ ଧସ୍‌ (୯୬ରନ) ଓ ଅଧିନାୟକ ଉଦୟ ସହରନ (୮୧)ଙ୍କ ମଧ୍ୟରେ ୫ମ ଉଇକେଟରେ ୧୭୧ ରନର ପାର୍ଟନରଶିପ ଯୋଗୁ ଦଳ ପାଇଁ ବିଜୟ ସହଜ ହୋଇଥିଲା। ଗୁରୁବାର ଫାଇନାଲ ମ୍ୟାଚ ଖେଳାଯିବ। ଭାରତ ଏଥିରେ ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆକୁ ଭେଟିବ।

The post ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ appeared first on Dharitri Odia News.