ନିର୍ବାଚନ ସମୟରେ ବ୍ୟାଙ୍କଗୁଡ଼ିକ ପ୍ରତିଦିନ ସନ୍ଦେହଜନକ କାରବାର ରିପୋର୍ଟ ଦାଖଲ କରିବେ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୩: ଶନିବାର ନିର୍ବାଚନ ଆୟୋଗ ଲୋକସଭା ଏବଂ ଓଡ଼ିଶା ସମେତ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଠି ସହିତ କିପରି ସ୍ଵଛ ଏବଂ ହିଂସାମୁକ୍ତ ନିର୍ବାଚନ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସେହିପରି ନିର୍ବାଚନ ସମୟରେ ଟଙ୍କାର କାରବାରକୁ କମାଇବାକୁ ମଧ୍ୟ ଆୟୋଗ ଯୋଜନା କରିଛନ୍ତି। ତେବେ ଅନଲାଇନ ମାଧ୍ୟମରେ କୌଣସି ସନ୍ଦେହଜନକ କାରବାର ହେଲେ ତାହାର ତଥ୍ୟ ବ୍ୟାଙ୍କମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ […] The post ନିର୍ବାଚନ ସମୟରେ ବ୍ୟାଙ୍କଗୁଡ଼ିକ ପ୍ରତିଦିନ ସନ୍ଦେହଜନକ କାରବାର ରିପୋର୍ଟ ଦାଖଲ କରିବେ: ନିର୍ବାଚନ ଆୟୋଗ appeared first on Dharitri Odia News.

ନିର୍ବାଚନ ସମୟରେ ବ୍ୟାଙ୍କଗୁଡ଼ିକ ପ୍ରତିଦିନ ସନ୍ଦେହଜନକ କାରବାର ରିପୋର୍ଟ ଦାଖଲ କରିବେ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୩: ଶନିବାର ନିର୍ବାଚନ ଆୟୋଗ ଲୋକସଭା ଏବଂ ଓଡ଼ିଶା ସମେତ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଠି ସହିତ କିପରି ସ୍ଵଛ ଏବଂ ହିଂସାମୁକ୍ତ ନିର୍ବାଚନ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସେହିପରି ନିର୍ବାଚନ ସମୟରେ ଟଙ୍କାର କାରବାରକୁ କମାଇବାକୁ ମଧ୍ୟ ଆୟୋଗ ଯୋଜନା କରିଛନ୍ତି।

ତେବେ ଅନଲାଇନ ମାଧ୍ୟମରେ କୌଣସି ସନ୍ଦେହଜନକ କାରବାର ହେଲେ ତାହାର ତଥ୍ୟ ବ୍ୟାଙ୍କମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ସିଇସି ରାଜୀବ କୁମାର ଘୋଷଣା କରିଛନ୍ତି ଯେ ସମସ୍ତ ବ୍ୟାଙ୍କକୁ ସନ୍ଦେହଜନକ କାରବାର ଉପରେ ଦୈନିକ ରିପୋର୍ଟ ପଠାଇବାକୁ ପଡ଼ିବ।

ଅର୍ଥବଳର ପ୍ରଭାବକୁ ରୋକିବା ପାଇଁ କୁମାର କହିଛନ୍ତି ଯେ ନିର୍ବାଚନ ନିଶ୍ଚିତ ହେବା ପାଇଁ ସଂସ୍ଥା ପଦକ୍ଷେପ ନେବ। “ଆମେ ଜାଣୁ ଯେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦୁର୍ବଳତା ଅଛି – କିଛି ସ୍ଥାନରେ ଅଧିକ ବାହୁବଳ, କ୍ଳେଉଁଥି ଅଧିକ ଟଙ୍କା ବଳ, ତେଣୁ ଆମର ସମାଧାନ ମଧ୍ୟ ଭିନ୍ନ ଅଟେ। ଏନପିସିଆଇ, ଜିଏସଟି, ବ୍ୟାଙ୍କଗୁଡିକ ସଶକ୍ତ ଏଜେନ୍ସି ଏବଂ ସଂସ୍ଥା ସନ୍ଦେହଜନକ କାରବାର ଉପରେ ନଜର ରଖିବେ।”

The post ନିର୍ବାଚନ ସମୟରେ ବ୍ୟାଙ୍କଗୁଡ଼ିକ ପ୍ରତିଦିନ ସନ୍ଦେହଜନକ କାରବାର ରିପୋର୍ଟ ଦାଖଲ କରିବେ: ନିର୍ବାଚନ ଆୟୋଗ appeared first on Dharitri Odia News.