ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌

ଭୋଗରାଇ,୨୮ା୧୧(ପ୍ରଦୀପ ଦାସ): ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ରାଜ୍ୟରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାରୁ ବଜାର ଦର ନିୟନ୍ତ୍ରଣ ପାଇଁ ବୁଧବାର ମମତା କୃଷି ବିପଣ ମନ୍ତ୍ରୀ ବିଚାରାମ ମାନ୍ନା, ଟାସ୍କ ଫୋର୍ସ ଓ ଉଚ୍ଚ ପଦସ୍ଥ ପ୍ରଶାସନିକ ବୈଠକ କରି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ […] The post ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌ appeared first on Dharitri Odia News.

ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌

ଭୋଗରାଇ,୨୮ା୧୧(ପ୍ରଦୀପ ଦାସ): ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ରାଜ୍ୟରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାରୁ ବଜାର ଦର ନିୟନ୍ତ୍ରଣ ପାଇଁ ବୁଧବାର ମମତା କୃଷି ବିପଣ ମନ୍ତ୍ରୀ ବିଚାରାମ ମାନ୍ନା, ଟାସ୍କ ଫୋର୍ସ ଓ ଉଚ୍ଚ ପଦସ୍ଥ ପ୍ରଶାସନିକ ବୈଠକ କରି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପଶ୍ଚିମବଙ୍ଗରେ ଚାଷୀମାନେ ଆଳୁ ବିହନ ନିମନ୍ତେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଅଧିକ ଦାମରେ କିଣୁଥିବାରୁ ଚାଷୀଙ୍କ ଉତ୍ପନ୍ନ ଆଳୁ ପଶ୍ଚିମବଙ୍ଗରେ ସୁଲଭ ମୂଲ୍ୟରେ ଖାଉଟିକୁ ବିକ୍ରି ନ କରି ଆଳୁ ବ୍ୟବସାୟୀମାନେ ହିମଘରରୁ ଭିନ୍ନ ରାଜ୍ୟକୁ ଅଧିକ ମୁନାଫା ଲାଭରେ ବିକ୍ରି କରୁଥିବାରୁ ପଶ୍ଚିମବଙ୍ଗରେ ଆଳୁର ମୂଲ୍ୟବୃଦ୍ଧି ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ ଖୁବ୍ଧ ହୋଇ କହିବା ସହିତ ଯେପର୍ଯ୍ୟନ୍ତ ଆଳୁର ବଜାର ଦର ନିୟନ୍ତ୍ରଣ ନ ହୋଇଛି ସେ ପର୍ଯ୍ୟନ୍ତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ରହିବ ବୋଲି ପ୍ରଶାସନ ଅଧିକାରୀଙ୍କୁ କଡ଼ା ତାଗିଦ କରିଛନ୍ତି ।

ଅପରପକ୍ଷରେ ଦିଦିଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ବୁଧବାର ରାତିରୁ ଓଡ଼ିଶା ଅଭିମୁଖେ ଆସୁଥିବା ଶତାଧିକ ଆଳୁ ଟ୍ରକ୍‌କୁ ଓଡ଼ିଶା ସୀମାନ୍ତ ୩୫ କିମି ଦୂର ଜାତୀୟ ରାଜପଥ ବେଲଦା ନକା ପଏଣ୍ଟ ଓ ଭୋଗରାଇ ବର୍‌ ରାମନଗର ଓ ଦୀଘାଠାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଆଳୁ ଓ ପିଆଜ ଗାଡ଼ି ଅଟକ ରଖାଯାଇ ଯାଞ୍ଚ କରାଯିବା ସହିତ ଗାଡ଼ିଗୁଡିକ ଫେରାଇ ଦିଆଯାଇଥିବାରୁ ଗୁରୁବାରଠୁ ଓଡ଼ିଶା ହାଟ ବଜାରରେ ଆଳୁ ପିଆଜର ଦାମ ବଢ଼ିବାରେ ଲାଗିଛି। ବୁଧବାର ବାଲେଶ୍ୱର ଜିଲା ବିଭିନ୍ନ ହାଟବଜାରରେ ଆଳୁ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଗୁରୁବାର ବିଭିନ୍ନ ସ୍ଥାନରେ ଆଳୁ କେଜି ୪୦ଟଙ୍କା ଓ ପିଆଜ କେଜି ୬୦ଟଙ୍କାରୁ ଊର୍ଦ୍ଧ୍ୱ ଛୁଇଁଛି। ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଳୁ ରପ୍ତାନି କଟକଣାକୁ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତି ସ୍ଥିତି ଉପରେ ନଜର ରଖିଥିବାବେଳେ ଶୁକ୍ରବାର ବ୍ୟବସାୟୀ ସଂଘର ବୈଠକ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସମିତିର ରାଜ୍ୟ ସଭାପତି ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି। ନୂଆ ଆଳୁ ଉତ୍ପନ୍ନ ହେବାକୁ ଦେଢ଼ମାସ ଥିବାବେଳେ ଓଡ଼ିଶାକୁ ଆଳୁ ରପ୍ତାନି କଟକଣା ଖାଉଟିଙ୍କୁ ମହଙ୍ଗା ପଡ଼ିବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ପ୍ରଶାସନ ଆଳୁ ରପ୍ତାନି କଟକଣା ପରେ ଆଳୁ ବ୍ୟବସାୟୀମାନେ ମୁନାଫା ଲାଗି ଗାଡ଼ିଗାଡ଼ି ଆଳୁ ବସ୍ତା ଗୋଦାମରେ ଗଚ୍ଛିତ ରଖୁଥିବାର ନଜରକୁ ଆସିଛି।

The post ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌ appeared first on Dharitri Odia News.