ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଇଛି। ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ସହରର କାପୁସାହିସ୍ଥିତ ଜଗତ ଜନନୀ ଡିଷ୍ଟ୍ରିବ୍ୟୁଟର ଓ ଭଦ୍ରାୟାସାହିସ୍ଥିତ ଅମନ ଏଜେନ୍ସିର ଦୁଇଟି ଗୋଦାମ ଉପରେ ଟାଉନଥାନା ପୋଲିସ ସହୟତାରେ ଚଢାଉ କରାଯାଇଥିଲା। ଚଢାଉକୁ ଉପଜିଲାପାଳ ପ୍ରଭାତ ପରିଡା ତଦାରଖ କରିଥିଲେ। ଅମନ ଏଜେନ୍ସିରେ […] The post ଗୁଟଖା କାରବାର ଉପରେ ବଡ଼ ଚଢାଉ appeared first on Dharitri Odia News.

ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଇଛି।

ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ସହରର କାପୁସାହିସ୍ଥିତ ଜଗତ ଜନନୀ ଡିଷ୍ଟ୍ରିବ୍ୟୁଟର ଓ ଭଦ୍ରାୟାସାହିସ୍ଥିତ ଅମନ ଏଜେନ୍ସିର ଦୁଇଟି ଗୋଦାମ ଉପରେ ଟାଉନଥାନା ପୋଲିସ ସହୟତାରେ ଚଢାଉ କରାଯାଇଥିଲା। ଚଢାଉକୁ ଉପଜିଲାପାଳ ପ୍ରଭାତ ପରିଡା ତଦାରଖ କରିଥିଲେ।

ଅମନ ଏଜେନ୍ସିରେ ଚଢାଉ କରି ୪୧୬ ପ୍ୟାକେଟ ଗୁଟୁଖା, ୧୧ ପ୍ୟାକେଟ ଜାର୍ଦ୍ଦା ଜବତ କରାଯାଇଛି। ଏଥିସହ ୨ଟି ଦୋକାନରେ ୪୦ ପ୍ୟାକେଟରୁ ଊର୍ଦ୍ଧ୍ୱ ଗୁଟୁଖା ମିଳିବାରୁ ସେହି ଦୁଇଟି ଦୋକାନକୁ ପୌରାପାଳିକା ସିଲ୍‌ କରିଛି।

୮୫ ପ୍ରତିଶତ ପ୍ୟାକେଟଗୁଡିକରେ ଓ୍ବାରନିଂ ଲେବଲ ନ ଥିବା ଜଣାପଡିଛି। ଅମନ ଏଜେନ୍ସି ମାଲିକଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯିବା ସହ ତାଙ୍କ ଦୋକାନ ସିଲ କରାଯାଇଛି। ଅମନ ଏଜେନ୍ସିର ଟ୍ରେଡ ଲାଇସେନ୍ସ ମଧ୍ୟ ନ ଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ।

ସେହିପରି କାପୁସାହିରେ ଥିବା ଜଗତଜନନୀ ଡିଷ୍ଟ୍ରିବ୍ୟୁଟର ଉପରେ ଚଢାଉ କରି ୩୮ ପ୍ୟାକେଟ ଗୁଟୁଖା ସହ ୩୧୦ କେଜି ପଲିଥିନ, ଡିପ୍ସୋଜଲ ଗ୍ଲାସ ଆଦି ଜବତ ହୋଇଛି। ଏହି ଡିଷ୍ଟ୍ରିବ୍ୟୁଟରକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜଗତ ଜନନୀ ଡିଷ୍ଟ୍ରିବ୍ୟୁଟର ମଧ୍ୟ ଟ୍ରେଡ ଲାଇସେନ୍ସ ନାହିଁ। ଆଗାମୀ ଦିନରେ ଏପରି ଚଢାଉ ଜାରି ରହିବ ବୋଲି ନିର୍ବାହି ଅଧିକାରୀ ପଟ୍ଟନାୟକ କହିଛନ୍ତି ।

The post ଗୁଟଖା କାରବାର ଉପରେ ବଡ଼ ଚଢାଉ appeared first on Dharitri Odia News.