ଝିଅ ଆରାଧ୍ୟା ସହ ‘କଜରା ରେ’ ଗୀତରେ ନାଚିଲେ ଐଶ୍ବର୍ଯ୍ୟା ଓ ଅଭିଷେକ
ପୁଣେ: ପୁଣେରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ଶ୍ଲୋକା ସେଟ୍ଟୀଙ୍କ ଭାଇଙ୍କ ବିବାହରେ ସାମିଲ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ‘ବଣ୍ଟି ଔର ବବଲି’ର ସୁପରହିଟ୍ ଗୀତ ‘କଜରା ରେ’ ନାଚୁଥିବାର ନଜର ଆସିଛନ୍ତି।ଭିଡିଓର ଆରମ୍ଭରେ, ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅଭିଷେକ ମଞ୍ଚକୁ ଯାଉଥିବାର ଦେଖାଯାଉଛି। ତା’ପରେ ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ପାଦରେ ପାଦ ମିଶାଇବାକୁ ଚେଷ୍ଟା କରୁଛନ୍ତି […] The post ଝିଅ ଆରାଧ୍ୟା ସହ ‘କଜରା ରେ’ ଗୀତରେ ନାଚିଲେ ଐଶ୍ବର୍ଯ୍ୟା ଓ ଅଭିଷେକ appeared first on Odisha.News.
ପୁଣେ: ପୁଣେରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ଶ୍ଲୋକା ସେଟ୍ଟୀଙ୍କ ଭାଇଙ୍କ ବିବାହରେ ସାମିଲ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ‘ବଣ୍ଟି ଔର ବବଲି’ର ସୁପରହିଟ୍ ଗୀତ ‘କଜରା ରେ’ ନାଚୁଥିବାର ନଜର ଆସିଛନ୍ତି।ଭିଡିଓର ଆରମ୍ଭରେ, ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅଭିଷେକ ମଞ୍ଚକୁ ଯାଉଥିବାର ଦେଖାଯାଉଛି। ତା’ପରେ ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ପାଦରେ ପାଦ ମିଶାଇବାକୁ ଚେଷ୍ଟା କରୁଛନ୍ତି ଏବଂ ତା’ପରେ ଦୁହେଁ ନାଚିବା ଆରମ୍ଭ କରନ୍ତି। ସେମାନଙ୍କ ସହ ଝିଅ ଆରାଧ୍ୟା ମଧ୍ଯ ତାଳରେ ତାଳ ମିଶାଇ ନାଚୁଥିବା ଦେଖିବାକୁ ମିଳିଛି।
ସାମ୍ନାକୁ ଆସିଥିବା ଭିଡିଓରେ ଐଶ୍ୱର୍ଯ୍ୟା ସବୁଜ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଯେତେବେଳେ କି ଅଭିଷେକ ବଚ୍ଚନ ଗୋଲାପୀ କୁର୍ତ୍ତା ଏବଂ ଧଳା ପାଇଜାମାରେ ସୁନ୍ଦର ଦେଖାଯାଉଛନ୍ତି।ଏହି ଗୀତଟି ୨୦୦୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବଣ୍ଟି ଔର ବବଲି’ର। ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ସହିତ ଅମିତାଭ ବଚ୍ଚନ ମଧ୍ୟ ଥିଲେ। ଯେତେବେଳେ ଏହି ଗୀତଟି ମୁକ୍ତିଲାଭ କଲା, ଏହା ସୁପରହିଟ୍ ପ୍ରମାଣିତ ହୋଇଥିଲା। ଆଜି ମଧ୍ୟ ଏହି ଗୀତର କ୍ରେଜ୍ ରହିଛି।
The post ଝିଅ ଆରାଧ୍ୟା ସହ ‘କଜରା ରେ’ ଗୀତରେ ନାଚିଲେ ଐଶ୍ବର୍ଯ୍ୟା ଓ ଅଭିଷେକ appeared first on Odisha.News.