ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ମନ୍ଦିରରେ ଆସନ୍ତା ୭ ତାରିଖରୁ ବୈଶାଖ ମେଳା ଆରମ୍ଭ ହେବ। ଦୀର୍ଘ ୬ଦିନ ଧରି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ଚଳିତମାସ ୧୨ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଅନ୍ୟବର୍ଷ ଭଳି ଏଥର ମଧ୍ୟ ବୈଶାଖ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେବେ ଉକ୍ତ ମେଳା ଦେଖିବା ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ବୀମା କରାଯାଇଛି। ବୈଶାଖମେଳାକୁ ୫କୋଟି […] The post ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା appeared first on Dharitri Odia News.

ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ମନ୍ଦିରରେ ଆସନ୍ତା ୭ ତାରିଖରୁ ବୈଶାଖ ମେଳା ଆରମ୍ଭ ହେବ। ଦୀର୍ଘ ୬ଦିନ ଧରି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ଚଳିତମାସ ୧୨ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଅନ୍ୟବର୍ଷ ଭଳି ଏଥର ମଧ୍ୟ ବୈଶାଖ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେବେ ଉକ୍ତ ମେଳା ଦେଖିବା ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ବୀମା କରାଯାଇଛି। ବୈଶାଖମେଳାକୁ ୫କୋଟି ୪୦ଲକ୍ଷ ଟଙ୍କାରେ ବୀମାଭୁକ୍ତ କରାଯାଇଛି। ମନ୍ଦିର କମିଟି ବରଗଡ଼ର ଆଡ଼ଭୋକେଟ୍‌ ହୀରାରାମ ଭୋଇଙ୍କୁ ଯୋଗାଯୋଗ କରି ଏହି ପଦକ୍ଷେପ ନେଇଛନ୍ତି। ଏହି ମେଳା ଦେଖୁଥିବା ସମୟରେ ଯଦି କୌଣସି ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୁଏ, ତାଙ୍କ ପରିବାର ଲୋକଙ୍କୁ ୭ଲକ୍ଷ ୫୦ ହଜାର ଟଙ୍କାର ବୀମା ରାଶି ମିଳିବ ବୋଲି ଆଡ଼ଭୋକେଟ୍‌ ଭୋଇ ସୂଚନା ଦେଇଛନ୍ତି।

The post ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା appeared first on Dharitri Odia News.