ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ

ନୂଆଦିଲ୍ଲୀ,୩୦ା୧୧: ଗୁପ୍ତଚରଗିରି ଅଭିଯୋଗରେ ଭାରତୀୟ ନାଗରିକ ଦିନେଶ ଗୋହିଲଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଯାଉଥିବା ନେଇ ଗୋଇନ୍ଦା ଖବର ପାଇବା ପରେ ଏଟିଏସ୍‌ ପକ୍ଷରୁ ନଜର ରଖାଯାଇଥିଲା। ଓଖା ଅଞ୍ଚଳର ଗୋହିଲ ଉପରେ ଏଟିଏସ୍‌ ନଜର ରଖିବା ପରେ ତାଙ୍କୁ ଗିରଫ କରିଛି। ସେ ତଟସୁରକ୍ଷା ବାହିନୀ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୂର୍ବରୁ ଶେୟାର କରିଥିବା […] The post ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ appeared first on Dharitri Odia News.

ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ

ନୂଆଦିଲ୍ଲୀ,୩୦ା୧୧: ଗୁପ୍ତଚରଗିରି ଅଭିଯୋଗରେ ଭାରତୀୟ ନାଗରିକ ଦିନେଶ ଗୋହିଲଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଯାଉଥିବା ନେଇ ଗୋଇନ୍ଦା ଖବର ପାଇବା ପରେ ଏଟିଏସ୍‌ ପକ୍ଷରୁ ନଜର ରଖାଯାଇଥିଲା। ଓଖା ଅଞ୍ଚଳର ଗୋହିଲ ଉପରେ ଏଟିଏସ୍‌ ନଜର ରଖିବା ପରେ ତାଙ୍କୁ ଗିରଫ କରିଛି। ସେ ତଟସୁରକ୍ଷା ବାହିନୀ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୂର୍ବରୁ ଶେୟାର କରିଥିବା ତଦନ୍ତରୁ ଜଣାପଡ଼ିଛି। ହ୍ବାଟ୍ସଆପ୍‌ ଜରିଆରେ ଗୋହିଲ ପାକିସ୍ତାନୀ ସେନା ଏବଂ ଆଇଏସ୍‌ଆଇ ସହ କିଛିଦିନ ହେଲା ଯୋଗାଯୋଗ ରଖିଥିବା ନେଇ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ଗୋଇନ୍ଦା ସୂଚନା ମିଳିଥିଲା। ଏଟିଏସ୍‌ ଏକ ଟିମ୍‌ ଗଠନ କରିବା ସହ ଗୋହିଲଙ୍କୁ ଜେରା ପାଇଁ ଅହମଦାବାଦ କାର୍ଯ୍ୟାଳୟକୁ ଡାକିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଗୋହିଲ ଓଖା ଜେଟିରେ ୩ ବର୍ଷ ହେଲା ତଟସୁରକ୍ଷା ବୋଟ୍‌ର ରିପେୟାର ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ୭ ମାସ ହେଲା ସେ ପାକିସ୍ତାନ ନୌସେନାରେ କାର୍ଯ୍ୟରତ ସାହିମା ନାମ୍ନୀ ମହିଳାଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ ସହ ଯୋଗାଯୋଗରେ ଥିଲେ। ସାହିମା ଗୋହିଲଙ୍କୁ ହ୍ବାଟ୍ସଆପ୍‌ରେ ସଂଯୋଗ କରାଇଥିଲେ। ଓଖା ବନ୍ଦରରେ ରହୁଥିବା ତଟସୁରକ୍ଷା ଜାହାଜ ସମ୍ପର୍କରେ ସୂଚନା ଦେଲେ ପ୍ରତି ସୂଚନା ପାଇଁ ୨୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ସାହିମା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ପ୍ରଲୋଭିତ ହୋଇ ଗୋହିଲ ହ୍ବାଟ୍ସଆପ୍‌ ଜରିଆରେ ବୋଟଗୁଡ଼ିକର ନାଁ ଏବଂ ନମ୍ବର ସାହିମାଙ୍କୁ ଜଣାଇଥିଲେ। ଗୋହିଲ ଓ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ସାହିମା ମୋଟ ୪୨ ହଜାର ଟଙ୍କା ଟ୍ରାନ୍ସଫର କରିଥିବା ତଦନ୍ତରୁ ଜଣାପଡ଼ିଛି।

The post ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ appeared first on Dharitri Odia News.