ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ
ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ବହୁଦିନର ନୀରବତା ପରେ ସମ୍ବଲପୁର ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଉଠିଥିବା ଅନୁମାନ କରାଯାଉଛି। ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ ସଂଲଗ୍ନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ବିଶେଷକରି ଚରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୋଇନ୍ଦା ସୂଚନା ମିଳିଛି। ଏପରିକି କେତେକ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ମଧ୍ୟ ସୂଚନା ମିଳିଛି। ତେବେ ଏଠାରେ ରହିଥିବା ମାଓବାଦୀଙ୍କ ସଂଖ୍ୟା ସଠିକ ଭାବେ ଜଣାପଡ଼ିନାହିଁ। ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି […] The post ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ appeared first on Dharitri Odia News.
ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ବହୁଦିନର ନୀରବତା ପରେ ସମ୍ବଲପୁର ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଉଠିଥିବା ଅନୁମାନ କରାଯାଉଛି। ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ ସଂଲଗ୍ନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ବିଶେଷକରି ଚରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୋଇନ୍ଦା ସୂଚନା ମିଳିଛି। ଏପରିକି କେତେକ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ମଧ୍ୟ ସୂଚନା ମିଳିଛି। ତେବେ ଏଠାରେ ରହିଥିବା ମାଓବାଦୀଙ୍କ ସଂଖ୍ୟା ସଠିକ ଭାବେ ଜଣାପଡ଼ିନାହିଁ। ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ଥିବା ବେଳେ ଦୀର୍ଘବର୍ଷ ହେଲା ଏଠାରେ ମାଓବାଦୀଙ୍କୁ ଗତିବିଧି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅପରପକ୍ଷରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପରେ ଅର୍ଦ୍ଧ ସାମରିକ ବାହିନୀ, ଏସ୍ଓଜି ଯବାନଙ୍କୁ ପକ୍ଷରୁ ମିଳିତ ଭାବେ ଚରମାଳ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏପରିକି ଚାରମାଳ ଓ ନାକଟିଦେଉଳ ଥାନାରେ ଏସ୍ଓଜି ଯବାନ ଡେରା ପକାଇଥିବା ମଧ୍ୟ ଖବର ମିଳିଛି।
ସୂଚନାଯୋଗ୍ୟ, ଛତିଶଗଡ଼ରେ ମାଓବାଦୀ ବିରୋଧୀ ଅପରେଶନ ‘କାଗାର’ର ବଡ଼ ସଫଳତା ପରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷରତ ମାଓବାଦୀ ଏବେ ଓଡ଼ିଶା ମୁହାଁ ହୋଇଥିବା ଅନୁମାନ କରାଯାଏ।
ଛତିଶଗଡ଼ରେ ସରଣ୍ଡା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା ପରେ ଛତିଶଗଡ଼ ସୀମାନ୍ତ କେରେଗୁଟ୍ଟା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ଜୋରଦାର ଚାଲିଥିଲା। ଫଳରେ ଛତିଶଗଡ଼ରେ ଧିରେ ଧିରେ ଭୁଶୁଡୁବାରେ ଲାଗିଛି ଲାଲ୍ବାହିନୀଙ୍କ ଗଡ଼। ଏଥିରେ ଅନେକ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରୁଥିବା ଜଣାପଡ଼ିଛି।
The post ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ appeared first on Dharitri Odia News.