ରେଣ୍ଡୋ ମାଝିଙ୍କ ଶହୀଦ ଦିବସରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆଦିବାସୀ ସଂଘ ପକ୍ଷରୁ ରେଣ୍ଡୋ ମାଝିଙ୍କ ୧୬୯ ତମ ଶହୀଦ ଦିବସ ପାଳନ ଓ ଜିଲାରେ ନିର୍ମାଣାଧୀନ ଆଦିବାସୀ ଭବନର ଶୁଭ ଉଦ୍ଘାଟନ କରିବା ପାଇଁ ଜିଲା ଆଦିବାସୀ ସଂଘର ଏକ ପ୍ରତିନିଧି ଦଳ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଓ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାଏକଙ୍କ ସହଯୋଗରେ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଶହୀଦ ରେଣ୍ଡୋ ମାଝିଙ୍କ ବଳିଦାନ […] The post ରେଣ୍ଡୋ ମାଝିଙ୍କ ଶହୀଦ ଦିବସରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ appeared first on Dharitri Odia News.
କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆଦିବାସୀ ସଂଘ ପକ୍ଷରୁ ରେଣ୍ଡୋ ମାଝିଙ୍କ ୧୬୯ ତମ ଶହୀଦ ଦିବସ ପାଳନ ଓ ଜିଲାରେ ନିର୍ମାଣାଧୀନ ଆଦିବାସୀ ଭବନର ଶୁଭ ଉଦ୍ଘାଟନ କରିବା ପାଇଁ ଜିଲା ଆଦିବାସୀ ସଂଘର ଏକ ପ୍ରତିନିଧି ଦଳ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଓ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାଏକଙ୍କ ସହଯୋଗରେ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଶହୀଦ ରେଣ୍ଡୋ ମାଝିଙ୍କ ବଳିଦାନ ଦିବସ ଓ ଆଦିବାସୀ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଅନୁରୋଧ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଜିଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝି, ଜୁନାଗଡ ବ୍ଲକରୁ ହୃଦାନନ୍ଦ ମାଝି, କୋକସରା ବ୍ଲକ ଆଦିବାସୀ ସଂଘ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ମଧୁବନ ପାତ୍ର, ରତନ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
The post ରେଣ୍ଡୋ ମାଝିଙ୍କ ଶହୀଦ ଦିବସରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ appeared first on Dharitri Odia News.