ରୋହିତଙ୍କୁ ଝଟକା: ଚାମ୍ପିୟନ୍ସ ଟ୍ରଫିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ନାଁ ଘୋଷଣା କଲା ICC, ଭାରତର ଏହି ୫ ଖେଳାଳି…
ନୂଆଦିଲ୍ଲୀ,୧୦।୩: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଦ୍ୱାଦଶ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ମଜାଦାର କଥା ହେଉଛି ଯେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଦଳଗୁଡ଼ିକର ଜଣେ ବି ଖେଳାଳି ଶ୍ରେଷ୍ଠ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇନାହାଁନ୍ତି। ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ୧୧ ଖେଳାଳିଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟଙ୍କୁ ସାମିଲ କରାଯାଇଛି। ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ପ୍ଲେଇଂ ଏକାଦଶରେ ନ୍ୟୁଜିଲାଣ୍ଡର ଚାରି ଜଣ […] The post ରୋହିତଙ୍କୁ ଝଟକା: ଚାମ୍ପିୟନ୍ସ ଟ୍ରଫିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ନାଁ ଘୋଷଣା କଲା ICC, ଭାରତର ଏହି ୫ ଖେଳାଳି… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୩: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଦ୍ୱାଦଶ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ମଜାଦାର କଥା ହେଉଛି ଯେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଦଳଗୁଡ଼ିକର ଜଣେ ବି ଖେଳାଳି ଶ୍ରେଷ୍ଠ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇନାହାଁନ୍ତି। ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ୧୧ ଖେଳାଳିଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟଙ୍କୁ ସାମିଲ କରାଯାଇଛି। ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ପ୍ଲେଇଂ ଏକାଦଶରେ ନ୍ୟୁଜିଲାଣ୍ଡର ଚାରି ଜଣ ଏବଂ ଆଫଗାନିସ୍ତାନର ଦୁଇଜଣ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି।
ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳରେ ସାମିଲ ହୋଇଥିବା ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କ ନାମ ହେଉଛି ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ମହମ୍ମଦ ଶାମି ଏବଂ ବରୁଣ ଚକ୍ରବର୍ତ୍ତୀ। ଜଣେ ଭାରତୀୟ (ଅକ୍ଷର ପଟେଲ)ଙ୍କୁ ମଧ୍ୟ ଦ୍ୱାଦଶ ଖେଳାଳି ଭାବରେ ସ୍ଥାନ ଦିଆଯାଇଛି। ଏହି ସମଗ୍ର ଟୁର୍ନାମେଣ୍ଟରେ ବିରାଟ କୋହଲି ୨୧୮ ରନ କରିଛନ୍ତି। ସେହିପରି ଶ୍ରେୟସ ଆୟର ୨୪୩ ରନ କରିଛନ୍ତି। ଏଥିସହ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର୍ ମଧ୍ୟ ଥିଲେ ଆୟର।
ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ପ୍ଲେଇଂ ଏକାଦଶ: ରଚିନ ରବିନ୍ଦ୍ର, ଇବ୍ରାହିମ ଜାଦ୍ରାନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟ୍), ଗ୍ଲେନ ଫିଲିପ୍ସ, ଆଜମତୁଲ୍ଲା ଉମରଜାଇ, ମିଚେଲ ସାଣ୍ଟନର (ଅଧିନାୟକ), ମହମ୍ମଦ ଶାମି, ମ୍ୟାଟ ହେନରୀ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ (ଦ୍ୱାଦଶ ଖେଳାଳି) ।
The post ରୋହିତଙ୍କୁ ଝଟକା: ଚାମ୍ପିୟନ୍ସ ଟ୍ରଫିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ନାଁ ଘୋଷଣା କଲା ICC, ଭାରତର ଏହି ୫ ଖେଳାଳି… appeared first on Dharitri Odia News.